Train Service: ଆଜିଠୁ ଖଡ଼ଗପୁରକୁ ଗଡି଼ଲା ଏହି ସବୁ ଟ୍ରେନ୍‍, ଦେଖନ୍ତୁ ତାଲିକା
Advertisement
Article Detail0/zeeodisha/odisha1911489

Train Service: ଆଜିଠୁ ଖଡ଼ଗପୁରକୁ ଗଡି଼ଲା ଏହି ସବୁ ଟ୍ରେନ୍‍, ଦେଖନ୍ତୁ ତାଲିକା

Train Service:'ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ' (Indian Railways) । ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। କାହିଁକିନା ବାଲେଶ୍ୱର-ଖଡ଼ଗପୁର ଟ୍ରେନ୍‍ ଲାଇନ୍‍ ଉପରେ ମାଟି ଅତଡ଼ା ଖସିବାରୁ ଖସିଯିବା କାରଣରୁ ଏକାଧିକ ଟ୍ରେନ୍ ବାତିଲ ହୋଇଥିଲା। ତେବେ, ବାତିଲ ହୋଇଥିବା ଟ୍ରେନ୍ ଗୁଡି଼କ ପୁଣି ଥରେ ଆଜିଠାରୁ ଚଳାଚଳ ଆରମ୍ଭ କରିଛି ବୋଲି ପୂର୍ବତଟ ରେଳବାଇ (East Coast Railway)ପକ୍ଷରୁ ସୂଚନା ମିଳିଛି ।

ସୌଜନ୍ୟ- ସୋସିଆଲ ମିଡି଼ଆ

Train Service:'ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ' (Indian Railways) । ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। କାହିଁକିନା ବାଲେଶ୍ୱର-ଖଡ଼ଗପୁର ଟ୍ରେନ୍‍ ଲାଇନ୍‍ ଉପରେ ମାଟି ଅତଡ଼ା ଖସିବାରୁ ଖସିଯିବା କାରଣରୁ ଏକାଧିକ ଟ୍ରେନ୍ ବାତିଲ ହୋଇଥିଲା। ତେବେ, ବାତିଲ ହୋଇଥିବା ଟ୍ରେନ୍ ଗୁଡି଼କ ପୁଣି ଥରେ ଆଜିଠାରୁ ଚଳାଚଳ ଆରମ୍ଭ କରିଛି ବୋଲି ପୂର୍ବତଟ ରେଳବାଇ (East Coast Railway)ପକ୍ଷରୁ ସୂଚନା ମିଳିଛି । ତେବେ, ଆଜି ଠାରୁ ଚଳାଚଳ କରିଥିବା ଟ୍ରେନ୍ ଗୁଡିକ ହେଲା,  ବାଲେଶ୍ୱର-ଭଦ୍ରକ ସ୍ୱତନ୍ତ୍ର ଟ୍ରେନ, ଖଡ଼ଗପୁର-ଯାଜପୁର ରୋଡ୍‍ ଏକ୍ସପ୍ରେସ, ଖଡ଼ଗପୁର-ଖୋର୍ଦ୍ଧା ଏକ୍ସପ୍ରେସ, ଖଡ଼ଗପୁର-ବାଲେଶ୍ୱର ସ୍ୱତନ୍ତ୍ର, ହାଓ୍ୱଡ଼ା-ଭଦ୍ରକ ଏକ୍ସପ୍ରେସ, ପୁରୀ ଜଳେଶ୍ୱର ସ୍ୱତନ୍ତ୍ର ଟ୍ରେନ୍, ବାଲେଶ୍ୱର-ବାରିପଦା ସ୍ୱତନ୍ତ୍ର ଟ୍ରେନ । ତେବେ, ଏହି ଟ୍ରେନ୍ ଗୁଡିକ ପୂର୍ବ ନିର୍ଦ୍ଦାରିତ ସମୟରେ ଛାଡିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। 

Also Read: Train Accident: ପୁଣି ଟ୍ରେନ୍‌ ଦୁର୍ଘଟଣା; ଲାଇନଚ୍ୟୁତ ହେଲା ୨୧ଟି ବଗି, ୪ ଯାତ୍ରୀ ମୃତ

Also Read: Laxmi Bus: ଆଜି ‘ଲକ୍ଷ୍ମୀ ’ବସ୍ ଯୋଜନାର ଶୁଭାରମ୍ଭ କରିବେ ନବୀନ, ଜାଣନ୍ତୁ ପ୍ରଥମ ପର୍ଯ୍ୟାୟରେ ଗଡି଼ବ କେତୋଟି ବସ୍?

ସୂଚନା ଅନୁସାରେ, ଗତ ୪ ତାରିଖ ଦିନ ପ୍ରବଳ ବର୍ଷା ହେତୁ ବାଲେଶ୍ୱର ଏବଂ ହଳଦିପଦା ରେଳ ଷ୍ଟେସନ୍‍ ମଧ୍ୟବର୍ତ୍ତୀ ଅଞ୍ଚଳରେ ଟ୍ରେନ୍‍ ଲାଇନରେ ମାଟି ଅତଡ଼ା ଖସି ଯାଇଥିଲା। ଫଳରେ ବଡ଼ ରେଳ ଲାଇନ୍ ରେ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ଯାହା ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସେହି ରୁଟରେ ଦେଇ ଯାଉଥିବା ଏକାଧିକ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ଆଉ କିଛି ଟ୍ରେନକୁ ମଧ୍ୟ ବାତିଲ୍ କରାଯାଇଥିଲା।  ଅକ୍ଟୋବର ୧୧ ତାରିଖ ଠାରୁ ବାତିଲ ହୋଇଥିବା ୮ ଯୋଡ଼ା ଟ୍ରେନ ପୁଣିଥରେ ଆଜିଠାରୁ ସ୍ୱାଭାବିକ ହୋଇଛି  ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।