Tanaya patnaik: ମୋ ସ୍ୱାମୀ, ଛୁଆ ବା ପରିବାରର କିଛି ହୋଇଗଲେ ମୁଁ ଆଶ୍ଚର୍ଯ୍ୟ ହେବିନି, କହିଲେ ସୌମ୍ୟଙ୍କ ଝିଅ ତନୟା
Advertisement
Article Detail0/zeeodisha/odisha1876952

Tanaya patnaik: ମୋ ସ୍ୱାମୀ, ଛୁଆ ବା ପରିବାରର କିଛି ହୋଇଗଲେ ମୁଁ ଆଶ୍ଚର୍ଯ୍ୟ ହେବିନି, କହିଲେ ସୌମ୍ୟଙ୍କ ଝିଅ ତନୟା

ଖବରକାଗଜ ସଂସ୍ଥା ‘ସମ୍ବାଦ’ ଓ ସରକାରୀ କଳ ଭିତରେ ଚାଲିଥିବା ଟଣା ଓଟରା ବ୍ୟକ୍ତିଗତସ୍ତରରେ ପହଞ୍ଚିଛି। ଏପରିକି ଏହାର ମାଲିକାନାରେ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପରିବାର ଓ ସମ୍ପର୍କୀୟଙ୍କ ଉପରେ ସରକାରୀ କଳ ଆକ୍ରମଣ କରୁଛନ୍ତି ବୋଲି ତାଙ୍କ ଝିଅ ତଥା ସମ୍ବାଦ ଗ୍ରୁପ୍‍ର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଅଭିଯୋଗ କରିଛନ୍ତି।

Tanaya patnaik: ମୋ ସ୍ୱାମୀ, ଛୁଆ ବା ପରିବାରର କିଛି ହୋଇଗଲେ ମୁଁ ଆଶ୍ଚର୍ଯ୍ୟ ହେବିନି, କହିଲେ ସୌମ୍ୟଙ୍କ ଝିଅ ତନୟା

Tanaya patnaik: ଭୁବନେଶ୍ୱର:  ଖବରକାଗଜ ସଂସ୍ଥା ‘ସମ୍ବାଦ’ ଓ ସରକାରୀ କଳ ଭିତରେ ଚାଲିଥିବା ଟଣା ଓଟରା ବ୍ୟକ୍ତିଗତସ୍ତରରେ ପହଞ୍ଚିଛି। ଏପରିକି ଏହାର ମାଲିକାନାରେ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପରିବାର ଓ ସମ୍ପର୍କୀୟଙ୍କ ଉପରେ ସରକାରୀ କଳ ଆକ୍ରମଣ କରୁଛନ୍ତି ବୋଲି ତାଙ୍କ ଝିଅ ତଥା ସମ୍ବାଦ ଗ୍ରୁପ୍‍ର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ଏ ବିଷୟକୁ ପୋଷ୍ଟ କରି ନିଜର ମନର ଭାବନା ପ୍ରକାଶ କରିଛନ୍ତି। 

ତନୟା କହିଛନ୍ତି,  ଦୀର୍ଘ ବର୍ଷ ଧରି ‘ସମ୍ବାଦ’ ସରକାରଙ୍କୁ  ତଥା ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଆସିଛି। ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଅନେକ ପ୍ରସ୍ତାବ ରଖିଛି ଓ ଗଠନମୂଳକ ଢଙ୍ଗରେ ଏହାର ପ୍ରତିବାଦ କରିଛି। କିନ୍ତୁ କେବେ କୌଣସି ସରକାରୀ ପ୍ରତିକ୍ରିୟାକୁ ଲକ୍ଷ୍ୟ କରାଯାଇ ନଥିଲା। ବରଂ ମୁଖ୍ୟମନ୍ତ୍ରୀଙ୍କ ସହିଷ୍ଣୁତା ତାଙ୍କୁ ଉତ୍ସାହିତ କରିଥିଲା। ‘କିନ୍ତୁ ଯେତେବେଳେ ଜଣେ ସଚିବଙ୍କୁ ପ୍ରଶ୍ନ ପଚରାଯାଉଛି ସେତେବେଳେ, ସାରା ସରକାରୀ କଳ ଆମକୁ ଧ୍ୱଂସ୍ତ ବିଧ୍ୱସ୍ତ କରିବାକୁ ଲାଗି ପଡ଼ିଛନ୍ତି। ପୁଣି ସେମାନେ ବ୍ୟକ୍ତିଗତ ସ୍ତରରେ ଆକ୍ରମଣ କରିବାକୁ ଛାଡ଼ୁ ନାହାନ୍ତି। ଏହା ସମସ୍ତ ଓଡ଼ିଆଙ୍କ ପାଇଁ ଏକ ଜାଗ୍ରତ ହେବାର ବାର୍ତ୍ତା ଦେଉଛି’ ବୋଲି ସେ କହିଛନ୍ତି। 

 

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟର ଓ ଫେସବୁକରେ ତନୟା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମେ ଏତେ ବର୍ଷ ଧରି ସମ୍ବାଦ ଓ କନକ ନ୍ୟୁଜରେ ସମାଲୋଚନା କରିଲା ପରେ ମଧ୍ୟ ବିଜ୍ଞାପନ ବନ୍ଦ କରିବା ତ' ଦୂରର କଥା ମୁଖ୍ୟମନ୍ତ୍ରୀ କେବେ ବି ଆମ ଉପରେ ଅନ୍ୟ କୌଣସି ପ୍ରକାରର ଚାପ ପକାଇ ନାହାନ୍ତି। ତାଙ୍କର ଏହି ବିଶାଳତା ଆମକୁ ସାହସ ଦେଉଥିଲା ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆହୁରି ଅଧିକ ପ୍ରଶ୍ନ ପଚାରିବା ପାଇଁ। ତାଙ୍କର ଏହି ସହିଷ୍ଣୁତା ମନୋଭାବ ପାଇଁ ଓଡ଼ିଶାବାସୀ ତାଙ୍କୁ ଏତେ ସ୍ନେହ, ସମ୍ମାନ ଓ ଭଲପାଇବା ଦେଇଆସିଛନ୍ତି।

କିନ୍ତୁ ଆଜି... ସମ୍ବାଦ, କନକ, ରେଡ଼ିଓ ଚକୋଲେଟର ସମସ୍ତ ସରକାରୀ ବିଜ୍ଞାପନ ବନ୍ଦ। ଘରୋଇ ସଂସ୍ଥାମାନଙ୍କୁ ଚାପ ପକାଯାଉଛି ଆମକୁ ବିଜ୍ଞାପନ ନଦେବା ପାଇଁ। ରାତାରାତି ମୋର ଶ୍ୱଶୁର ଯିଏ ୪୦ ବର୍ଷ ଧରି ଓଡ଼ିଶାରେ ବ୍ୟବସାୟ କରିଆସୁଛନ୍ତି, ଠକ ହେଇଗଲେ। ରାତାରାତି ମୋ ବାପା ସୌମ୍ୟରଞ୍ଜନ ପଟ୍ଟନାୟକ, ଯିଏ ଚାରି ଦଶନ୍ଧି ଧରି ଖବରକାଗଜ ଛାପୁଛନ୍ତି, ଚୋର ହେଇଗଲେ। ଆମ କର୍ମଚାରୀ ଦଲାଲ ହେଇଗଲେ। ଏଇ ପ୍ରତିଶୋଧ ନେବାର ନିଶା ଏତେ ବ୍ୟକ୍ତିଗତ ଓ ନୀଚ୍ଚ ସ୍ତରକୁ ଚାଲିଗଲାଣି ଯେ କାଲିକି ଯଦି ମୋ ସ୍ୱାମୀ, ଚାରି ବର୍ଷର ଛୁଆ, ପରିବାର ଲୋକ, ସମ୍ପର୍କୀୟଙ୍କ ସହ କିଛି ହେଇଯାଏ - ମୁଁ ଦୁଃଖିତ ହେବି ସିନା ଆଦୌ ଆଶ୍ଚର୍ଯ୍ୟ ହେବି ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।

ଏଠାରେ ସୂଚନା ଦିଆଯାଇପାରେ ଯେ, ତନୟା ହେଉଛନ୍ତି ରିୟଲ ଇଷ୍ଟେଟ୍‍ ବ୍ୟବସାୟୀ ତପନ ମହାନ୍ତିଙ୍କ ବୋହୂ। ଉପସଭାପତି ପଦବୀରୁ ଦଳ ସୌମ୍ୟଙ୍କୁ ବହିଷ୍କାର କରିବା ପରେ କ୍ରାଇମ୍‍ ବ୍ରାଞ୍ଚ ଇଓଡବ୍ଲୁ ପ୍ରଥମେ ତପନ ମହାନ୍ତିଙ୍କ ସଂସ୍ଥା ଉପରେ ଚଢ଼ଉ କରିଥିଲେ। ଏହାପରେ ତନୟାଙ୍କ ଶ୍ୱଶୂର ଏବଂ ସ୍ୱାମୀଙ୍କୁ ଜେରା କରାଯାଇଥିଲା। ଏହାର ପରଦିନ ଅନ୍ୟ ଏକ ମାମଲାରେ ‘ସମ୍ବାଦ’ ଉପରେ କ୍ରାଇମ୍‍ ବ୍ରାଞ୍ଚରେ ମାମଲା ରୁଜୁ ହୋଇଥିଲା। ଗତକାଲି ସମ୍ବାଦର ସିଓଓଙ୍କୁ ୩ ଘଣ୍ଟା ଜେରା କରାଯାଇଛି। 

ଏହି ଘଟଣା ପରେ ତନୟା ସାଧାରଣ ଲୋକଙ୍କ ସମର୍ଥନ ମାଗିଛନ୍ତି। ଏହା ଜାଗୃତ ହେବାର ସମୟ ବୋଲି କହିଛନ୍ତି। ସେ କହିଛନ୍ତି ‘ ଆଜି ଏ ସରକାର ତାର ସମ୍ପୂର୍ଣ୍ଣ ଜୋର ଲଗେଇଦେଇଛି ଆମକୁ ଚୁପ୍ କରେଇବା ପାଇଁ। ଯାହା ସବୁ ଘଟିଛି ଓ ଯାହା ସବୁ ଆଗକୁ ଘଟିବ ବୋଧହୁଏ ଓଡିଶା ଇତିହାସରେ ସେମିତି ଆଗରୁ କେବେବି ହେଇନଥିବ। ଏବେ ପ୍ରଶ୍ନ ଉଠୁଛି, ଏତେ ସବୁ କଥା କୋଉଥି ପାଇଁ ?’

 

ସେପଟେ ତନୟାଙ୍କ ଏହି ପୋଷ୍ଟର କଡ଼ା ଜବାବ ରଖିଛନ୍ତି ଜଣେ ସୋସିଆଲ ମିଡ଼ିଆ ୟୁଜର ରାଣା ସାମନ୍ତରାୟ। ରାଣା ଜଣେ ବିଜେଡ଼ି ନେତା ବୋଲି କୁହାଯାଉଥିବା ବେଳେ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ କହିଛନ୍ତି କି ‘ବାଚଲାମୀ ର ପରିଚୟ ଦେଉଛନ୍ତି ଆପଣ।ଭୁଲ ଖବର ଛାପି,ଭୁଲ ତଥ୍ୟ ଦେଇ କେତେ ଦିନ ଲୋକଙ୍କୁ ଭଣ୍ଡାଇବେ। ଆପଣ କହିଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ସହିଷ୍ଣୁତା ଆପଣ ଦେଖିଛନ୍ତି,କିନ୍ତୁ ଏବେ ଆପଣ ସଚିବ ଙ୍କ ଅସହିଷ୍ଣତା କୁ ବୁଝିପାରୁ ନାହାନ୍ତି। କିନ୍ତୁ ଆପଣ ଙ୍କ ଲେଖାରୁ ଆପଣ ଜଣେ ନିହାତି ବୁଝିବା ଶୁଝିବା ଲୋକ ପରି ମନେ ହଉଛନ୍ତି...’ ବୋଲି ସେ କହିଛନ୍ତି। କିନ୍ତୁ ବୁଝି ପାରୁ ନାହାଁନ୍ତି କିପରି ବୋଲି ସେ ପ୍ରଶ୍ନ କରିଛନ୍ତି।

Also Read: Ganesh Puja 2023: ଗଣେଶ ପୂଜାରେ କରନ୍ତୁ ଏହି ୫ଟି ଉପାୟ, ମାଡ଼ିଯିବ ଧନ ସମୃଦ୍ଧି

Also Read: Special Session of Parliament : ଆରମ୍ଭ ହେଲା ସଂସଦର ସ୍ୱତନ୍ତ୍ର ଅଧିବେଶନ: ୫ ଦିନରେ ଏଥର କ’ଣ ସବୁ ହେବ ନୂଆ, କାହିଁକି ଡକାଯାଇଛି ଏ ଅଧିବେଶନ

Also Read: Zareen khan: ଜରିନ ଖାନଙ୍କ ବିରୋଧରେ କାହିଁକି ଜାରି ହେଲା ଗିରଫ ୱାରେଣ୍ଟ, ଜାଣନ୍ତୁ କ’ଣ ରହିଛି ପୂରା ମାମଲା