Srimandira: ପରିକ୍ରମା ପ୍ରକଳ୍ପରେ ଗଛକଟା ଓ ୟୁଟିଲିଟି ସିଫ୍ଟି ନାଁରେ ୧୫ କୋଟିରୁ ଉର୍ଦ୍ଧ୍ଵ ଖର୍ଚ୍ଚ
Advertisement
Article Detail0/zeeodisha/odisha2524134

Srimandira: ପରିକ୍ରମା ପ୍ରକଳ୍ପରେ ଗଛକଟା ଓ ୟୁଟିଲିଟି ସିଫ୍ଟି ନାଁରେ ୧୫ କୋଟିରୁ ଉର୍ଦ୍ଧ୍ଵ ଖର୍ଚ୍ଚ

Srimandira: ପରିକ୍ରମା ପ୍ରକଳ୍ପରେ ଗଛକଟା ଓ ୟୁଟିଲିଟି ସିଫ୍ଟି ନାଁରେ ୧୫ କୋଟିରୁ ଉର୍ଦ୍ଧ୍ଵ ଖର୍ଚ୍ଚ। ହିସାବ ଦେଖି ତାଜୁବ ଜଗନ୍ନାଥ ପ୍ରେମୀ। କାଗଜରେ ଅନ୍ତରୀଣ ସୋନ୍ଦର୍ଯ୍ୟକରଣ ନାଁରେ ଖର୍ଚ୍ଚ ହେଲେ ଗ୍ରାଉଣ୍ଡରେ ସୋନ୍ଦର୍ଯ୍ୟ କୁ ଦେଖିଲେ ୧୫ କୋଟିର ଖର୍ଚ୍ଚ ହିସାବକୁ ସହଜରେ ହଜମ କରୁନାହାନ୍ତି ଜଗନ୍ନାଥ ପ୍ରେମୀ। ଗତ ବିଧାନସଭା ଅଧିବେସନରେ ପରିକ୍ରମା ପ୍ରକଳ୍ପ ଖର୍ଚ୍ଚ ବାବଦକୁ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀଙ୍କ ଉତ୍ତରରୁ ପରିକ୍ରମା ପ୍ରକଳ୍ପ ବ୍ୟୟବରାଦ ଉପରୁ ପରଦା ହଟିଛି।

Srimandira: ପରିକ୍ରମା ପ୍ରକଳ୍ପରେ ଗଛକଟା ଓ ୟୁଟିଲିଟି ସିଫ୍ଟି ନାଁରେ ୧୫ କୋଟିରୁ ଉର୍ଦ୍ଧ୍ଵ ଖର୍ଚ୍ଚ
Srimandira: ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଗଛକଟା ଓ ୟୁଟିଲିଟି ସିଫ୍ଟିଂ ନାଁରେ ୧୫ କୋଟି ୩୭ ଲକ୍ଷ ଖର୍ଚ୍ଚ। ବିଧାନସଭା ଉତ୍ତର ଦେଖି ତାଜୁବ ସେବକ ଓ ଜଗନ୍ନାଥ ପ୍ରେମୀ।ଅନ୍ତରୀଣ ବିକାଶ ନାଆଁରେ ଏହି ଖର୍ଚ୍ଚକୁ ନେଇ ଜଗନ୍ନାଥ ପ୍ରେମୀ ଜଳକା । ଗତ ବିଧାନସଭା ଅଧିବେସନରେ ଆଇନ ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ପରିକ୍ରମା ପ୍ରକଳ୍ପ ନିର୍ମାଣ ୧୬ ଅଗଷ୍ଟ ୨୦୨୧ ରେ ଆରମ୍ଭ ହୋଇଥିବା ବେଳେ ୪୮୫ କୋଟି ର ପ୍ରକଳ୍ପ ନିର୍ମାଣ ବ୍ୟୟ ବରାଦ ହୋଇଥିଲା ।ତେବେ ଏଥିରେ ବିଭିନ୍ନ ବାବଦରେ ଖର୍ଚ୍ଚ ହୋଇଥିବା ବେଳେ କେବଳ ୟୁଟିଲିଟି ଶିଫ୍ଟିଂ ଓ ଗଛ କଟା ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କୁ ନେଇ ଏବେ ଚର୍ଚ୍ଚା ଧରିଛି ।
 
 ପରିକ୍ରମା ପ୍ରକଳ୍ପରେ ଗଛକଟା ଓ ୟୁଟିଲିଟି ସିଫ୍ଟି ନାଁରେ ୧୫ କୋଟିରୁ ଉର୍ଦ୍ଧ୍ଵ ଖର୍ଚ୍ଚ। ହିସାବ ଦେଖି ତାଜୁବ ଜଗନ୍ନାଥ ପ୍ରେମୀ। କାଗଜରେ ଅନ୍ତରୀଣ ସୋନ୍ଦର୍ଯ୍ୟକରଣ ନାଁରେ ଖର୍ଚ୍ଚ ହେଲେ ଗ୍ରାଉଣ୍ଡରେ ସୋନ୍ଦର୍ଯ୍ୟ କୁ ଦେଖିଲେ ୧୫ କୋଟିର ଖର୍ଚ୍ଚ ହିସାବକୁ ସହଜରେ ହଜମ କରୁନାହାନ୍ତି ଜଗନ୍ନାଥ ପ୍ରେମୀ। ଗତ ବିଧାନସଭା ଅଧିବେସନରେ ପରିକ୍ରମା ପ୍ରକଳ୍ପ ଖର୍ଚ୍ଚ ବାବଦକୁ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀଙ୍କ ଉତ୍ତରରୁ ପରିକ୍ରମା ପ୍ରକଳ୍ପ ବ୍ୟୟବରାଦ ଉପରୁ ପରଦା ହଟିଛି। ତେବେ ଏଥିରେ ଗଛ କଟା ,ବୈଦୁତିକ ଓ ପାନୀୟ ଜଳ ୟୁଟିଲିଟି ଖର୍ଚ୍ଚ ଦେଖିଲେ ଖଟକା ଲାଗୁଛି। ଯାହାକୁ ନେଇ ତତ୍କାଳୀନ ସରକାର ଓ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ପ୍ରଶ୍ନ ଉଠିବା ସ୍ଵାଭାବିକ। ଆରମ୍ଭରୁ ବିବାଦରେ ପରିକ୍ରମା ପରିକ୍ରମା ପ୍ରକଳ୍ପ। ମୂଳରୁ ହିଁ ଏହାର ଭିଜନ ସ୍ପଷ୍ଟ ନଥିବା ବେଳେ ବାରମ୍ବାର ଏହାର ଡି ପି ଆର୍ ରେ ପରିବର୍ତ୍ତନ ହୋଇଥିଲା। ତେବେ ପ୍ରକଳ୍ପରେ ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା ଖର୍ଚ୍ଚ ରାଶିରେ ଅନ୍ତରୀଣ ସୌନ୍ଦର୍ୟ୍ଯ ବାବଦକୁ ଖର୍ଚ୍ଚ ହୋଇଛି।ତେବେ ବୈଦୁତିକ ଉପକରଣ ଓ ପାନୀୟ ୟୁଟିଲିଟି ସିଫ୍ଟିଂ ,ଗଛକଟା ଖର୍ଚ୍ଚ , ଟେଷ୍ଟିଂ ଚାର୍ଜ ବାବଦକୁ ବ୍ୟୟ ହୋଇଛି ୧୫ କୋଟି ୩୭ ଲକ୍ଷ। ଯାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ତତ୍କାଳୀନ ସରକାର ଓ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ। ଖାଲି ସେତିକି ନୁହେଁ ଅଧିକାରୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ ।
 
ତେବେ ଆସନ୍ତୁ ନଜର ପକାଇବା ପରିକ୍ରମା ପ୍ରକଳ୍ପରେ ବ୍ୟୟ ବରାଦ ରାଶି କେତେ ଓ କେତେ କାମ ସରିଛି ।ବିଧାନସଭା ଉତ୍ତର ଅନୁସାରେ ପରିକ୍ରମା ପ୍ରକଳ୍ପ ପରିକ୍ରମା ପ୍ରକଳ୍ପ ରେ ନିର୍ମାଣ କାର୍ଯ୍ୟ ୧୬ ସେପ୍ଟେମ୍ବର ୨୦୨୧ ରେ ଆରମ୍ଭ ହୋଇଥିଲା ।ଏଥିପାଇଁ ୪୮୫ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା ।ଏହି ବ୍ୟୟ ବରାଦ ପରବର୍ତ୍ତୀ ଅବସ୍ଥାରେ ପରିବର୍ତ୍ତନ ହୋଇନଥିଲା ।ପ୍ରକଳ୍ପ ର ମୁଖ୍ୟ ଅଂଶ କାର୍ଯ୍ୟ ହୋଇ ସାରିଥିବା ବେଳେ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ,ଗାର୍ବେଜ୍ ଚ୍ୟୁଟ ଏବଂ ଅଣ୍ଡର ଗ୍ରାଉଣ୍ଡ ଟ୍ୟାଙ୍କ ଭଳି ଆନୁସଙ୍ଗିକ କାର୍ଯ୍ୟ ଜାରି ରହିଛି ।ଏହା ବାବଦକୁ ବ୍ୟୟ ବରାଦ ହୋଇଛି ୨୩୩ କୋଟି ୭୫ ଲକ୍ଷ ।ସେଇଭଳି ୨୦ ଟି ମଠ ମନ୍ଦିରର ପୁର୍ଣ୍ଣବିକାଶ ଓ ଦୋଳବେଦୀ ନବୀକରଣ ବାବଦକୁ ୨୫ କୋଟି ୫୫ ଲକ୍ଷ ବ୍ୟୟ ବରାଦ ହୋଇଥିବା ବେଳେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି । effluent treatment plant କାର୍ଯ୍ୟକ୍ଷମ ଥିବାବେଳେ ଖର୍ଚ୍ଚ ହୋଇଛି ୨୧ କୋଟି ୭୬ ଲକ୍ଷ ।ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ଅଭ୍ୟର୍ଥନା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଖର୍ଚ୍ଚ ହୋଇଛି ୨ କୋଟି ୪୬ ଲକ୍ଷ ।ଅଦ୍ୟାବଧି ୨୮୯ କୋଟି ୮୯ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ଗଛ କଟା ଓ ୟୁଟିଲିଟି ଶିଫଟିଂ ବାବଦକୁ ୧୫ କୋଟି ୩୭ ଲକ୍ଷ ଖର୍ଚ୍ଚକୁ ସହଜରେ ହଜମ କରିନାହାନ୍ତି ଜଗନ୍ନାଥ ପ୍ରେମୀ ।