Rahul Gandhi: ରାହୁଲ କହିଲେ ପ୍ରଥମେ ଗୌତମ ଆଦାନୀ ଗିରଫ ହେବା ଦରକାର
Advertisement
Article Detail0/zeeodisha/odisha2524351

Rahul Gandhi: ରାହୁଲ କହିଲେ ପ୍ରଥମେ ଗୌତମ ଆଦାନୀ ଗିରଫ ହେବା ଦରକାର

Rahul Gandhi:  ଆମେରିକାର କୋର୍ଟରେ ଆଦାନୀ ଓ ତାଙ୍କ ପୁତୁରା ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ପରେ ପ୍ରତିକ୍ରିୟା ରଖି ଶ୍ରୀ ଗାନ୍ଧି ଏହା କହିଛନ୍ତି। ସେ କହିଛନ୍ତି ଏହା ସ୍ପଷ୍ଟ ଯେ, ଆଦାନୀ ଉଭୟ ଭାରତୀୟ ଏବଂ ଆମେରିକୀୟ ଆଇନକୁ ଉଲ୍ଲଂଘନ କରିଛନ୍ତି। ତଥାପି ସେ କେମିତି ନିର୍ଭୟରେ ବୁଲୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଗାନ୍ଧି।   ପ୍ରଧାନମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ ଉଭୟଙ୍କର ଦୁର୍ନୀତିରେ ହାତ ରହିଛି ବୋଲି ସେ କହିଛନ୍ତି। 

Rahul Gandhi: ରାହୁଲ କହିଲେ ପ୍ରଥମେ ଗୌତମ ଆଦାନୀ ଗିରଫ ହେବା ଦରକାର
ଭୁବନେଶ୍ୱର: ବିରୋଧୀ ଦଳ ନେତା ରାଉହୁଲ ଗାନ୍ଧି ଆଜି ଜଗୌତମ ଆଦାନୀଙ୍କ ଗିରଫ ଦାବି କରିଛନ୍ତି। ତାଙ୍କୁ ପ୍ରଥମା ଗିରଫ କରିଲେ ହିଁ ଦୁର୍ନୀତିର ଚେର ଜଣାପଡ଼ିବ। ଆଉ ଏହି ଚୋର ଖୋଜୁ ଖୋଜୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ଆସିବା ଭୟ ଥିବା ହେତୁ ଭସରକାର ତାହା କରିବେ ନାହିଁ ବୋଲି କହିଛନ୍ତି ଶ୍ରୀ ଗାନ୍ଧି। 
 
ଆମେରିକାର କୋର୍ଟରେ ଆଦାନୀ ଓ ତାଙ୍କ ପୁତୁରା ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ପରେ ପ୍ରତିକ୍ରିୟା ରଖି ଶ୍ରୀ ଗାନ୍ଧି ଏହା କହିଛନ୍ତି। ସେ କହିଛନ୍ତି ଏହା ସ୍ପଷ୍ଟ ଯେ, ଆଦାନୀ ଉଭୟ ଭାରତୀୟ ଏବଂ ଆମେରିକୀୟ ଆଇନକୁ ଉଲ୍ଲଂଘନ କରିଛନ୍ତି। ତଥାପି ସେ କେମିତି ନିର୍ଭୟରେ ବୁଲୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଗାନ୍ଧି।   ପ୍ରଧାନମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ ଉଭୟଙ୍କର ଦୁର୍ନୀତିରେ ହାତ ରହିଛି ବୋଲି ସେ କହିଛନ୍ତି। 
 
ଆମେରିକୀୟ କୋର୍ଟରେ ଆଦାନୀ ଓ ତାଙ୍କ ପୁତୁରାଙ୍କ ବିରୁଦ୍ଧରେ ଲାଞ୍ଚ ଦେଇ ପ୍ରକଳ୍ପ ହାତେଇବା ମାମଲା ରୁଜୁ ହୋଇଛି। ଏଥିରେ ଦର୍ଶାଯାଇଛି ଯେ, ନିବେଶକଙ୍କୁ ଆକର୍ଷଣ କରିବା ପାଇଁ ଆଦାନୀଙ୍କ କମ୍ପାନୀ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ଭାରତୀୟ ଅଧିକରୀଙ୍କୁ ୨୦୨୯ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି। ସୌର ବିଜୁଳି ପ୍ରକଳ୍ପ ପାଇଁ ଏହିଭଳି କାରବାର ହୋଇଥିବା ଅଭିଯୋଗ ହୋଇଛି। ବିଶେଷ କରି ଆନ୍ଧ୍ର, ଓଡ଼ିଶା, ଛତିଶଗଡ଼, ତାମିଲନାଡ଼ୁ ଏବଂ ଜମ୍ମୁ ଓ କଶ୍ମୀରରେ ଏହି ଲାଞ୍ଚ କାରବାର ହୋଇଥିବା ନେଇ କୋର୍ଟରେ ଅଭିଯୋଗ ହୋଇଛି। 
 
ଶ୍ରୀ ଗାନ୍ଧି ବାରମ୍ବାର ବିଜେପି ଓ ଆଦାନୀଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ରହିଥିବା ନେଇ ଅଭିଯୋଗ ହେଉଛି। ସେ କହିଛନ୍ତି ଦେଶକୁ ଆଦାନୀ ହାଇଜାକ୍‍ କରିଛି। ସମ୍ପୂର୍ଣ୍ଣ ବିଜେପିକୁ ଆଦାନୀ ପାଣ୍ଠି ଯୋଗାଉଥିବା ନେଇ କହିଛନ୍ତି ଶ୍ରୀ ଗାନ୍ଧି। ‘ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ଲୋକଙ୍କ ସାମ୍ନାକୁ ଆଣିବା ମୋର ଦାୟିତ୍ୱ। ଦୁର୍ନୀତି ଦ୍ୱାରା ଏ ଲୋକ ଅତ୍ୟଧିକ ସମ୍ପତି ହାସଲ କରିଛି। ଆମେ ଦାବି କରୁଛୁ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ଏହାର ତଦନ୍ତ ହେଉ। କିନ୍ତୁ ଏହା ପୂର୍ବରୁ ଆଦାନୀ ଗିରଫ ହୁଅନ୍ତୁ ବୋଲି ସେ କହିଛନ୍ତି। ବିରୋଧୀ ଦଳ ନେତା ପ୍ରତି ରାଜ୍ୟରେ ଏବାବଦରେ ତଦନ୍ତ ହେଉ ବୋଲି କହିଛନ୍ତି। ଯେଉଁ ପାର୍ଟିର ସରକାର ଥିଲେ ବି ତଦନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।