ICC Issues Arrest Warrants: ଜାଣି ଶୁଣି ଏହି ଦୁଇ ବ୍ୟକ୍ତି ଗାଜାରେ ମାନବିକତାକୁ ଉଲ୍ଲଂଘନ କରିଛନ୍ତି। ଲଠାରେ ରହୁଥିବା ଲୋକଙ୍କ ବଞ୍ଚିବା ଏବେ କଷ୍ଟକର ହୋଇଛି। ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ ହୋଇପାରୁ ନାହିଁ। ଖାଦ୍ୟ, ପାଣି, ବସ୍ତ୍ର, ମେଡିସିନ୍ ଏବହ ମେଡିକାଲ୍ ଉପକରଣ ଏବଂ ବିଜୁଳି ମଧ୍ୟ ଉପଲବ୍ଧ ହେଉ ନାହିଁ ବୋଲି ଏହି ଆଦେଶରେ କୁହାଯାଇଛି। ଏହି ଗିରଫ ପରଓ୍ୱାନାକୁ ଗୋପନୀୟ ବୋଲି ସୂଚୀତ କରାଯାଇଛି।
Trending Photos
ICC Issues Arrest Warrants: ଯୁଦ୍ଧ ଏକ ଅପରାଧ। ଲଗାତାର ଗାଜା ବିବାଦକୁ କେନ୍ଦ୍ରକରି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ହମାସ ମୁଖ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଆନ୍ତର୍ଜାତିକ ଅପରାଧ ନ୍ୟାୟଳୟ ( ଆଇସିସି)। ଏହିକ୍ରମରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନ୍ୟାହୁଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି କରିଛନ୍ତି କୋର୍ଟ। ସେହିପରି ଇସ୍ରାଏଲ୍ର ପ୍ରତିରକ୍ଷାମନ୍ତ୍ରୀ ୟୋଭ ଗଲାନ୍ତ ଏବଂ ହମାସ ମୁଖ୍ୟ ମହମ୍ମଦ ଡିଫ୍ଙ୍କ ବିରୋଧରେ ମଧ୍ୟ ଗିରଫ ପରଓ୍ୱାନା ଜାରି ହୋଇଛି।
ମାନବିକତା ବିରୋଧରେ ଅପରାଧ ବୋଲି ଏହି ଯୁଦ୍ଧକୁ ଗ୍ରହଣ କରାଯାଇଛି। ଏହି ଯୁଦ୍ଧ ଅପରାଧ ଲାଗି ଏହି ତିନିଜଣଙ୍କୁ ଦାୟୀ କରାଯାଇଛି। ଏକ ତିନିଜଣିଆ ଖଣ୍ଡପୀଠ ମାମଲାର ବିଚାର କରି ଏହି ଆଦେଶରେ ଏକମତ ହୋଇଛନ୍ତି।
ଜାଣି ଶୁଣି ଏହି ଦୁଇ ବ୍ୟକ୍ତି ଗାଜାରେ ମାନବିକତାକୁ ଉଲ୍ଲଂଘନ କରିଛନ୍ତି। ଲଠାରେ ରହୁଥିବା ଲୋକଙ୍କ ବଞ୍ଚିବା ଏବେ କଷ୍ଟକର ହୋଇଛି। ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ ହୋଇପାରୁ ନାହିଁ। ଖାଦ୍ୟ, ପାଣି, ବସ୍ତ୍ର, ମେଡିସିନ୍ ଏବହ ମେଡିକାଲ୍ ଉପକରଣ ଏବଂ ବିଜୁଳି ମଧ୍ୟ ଉପଲବ୍ଧ ହେଉ ନାହିଁ ବୋଲି ଏହି ଆଦେଶରେ କୁହାଯାଇଛି। ଏହି ଗିରଫ ପରଓ୍ୱାନାକୁ ଗୋପନୀୟ ବୋଲି ସୂଚୀତ କରାଯାଇଛି।
ଅକ୍ଟୋବର ୭ ତାରିଖରେ ଇସ୍ରାଏଲ୍ ଉପରେ ଆକ୍ରମଣ ଏବଂ ତାହାର ଜବାବ ଦେବାକୁ ଯାଇ ହମାସ ଉପରେ ବାରମ୍ବାର ଇସ୍ରାଏଲ୍ର ଆକ୍ରମଣ ପରିସ୍ଥିତିକୁ ଦୁର୍ବିସହ କରିଛି।
ଅପରପକ୍ଷେ ଆଇସିସିଙ୍କ ଏହି ଆଦେଶକୁ ଇସ୍ରାଏଲ୍ ବିରକ୍ତିକର ବୋଲି କହି ତାହାକୁ ଗ୍ରହଣ କରି ନାହିଁ। ଏପରିକି ଏହାର ବୈଧାନିକତା ନ ଥିବା କହିଛନ୍ତି। କୌଣସି ଅଧିକାର ନଥାଏ ଏପରି ‘ବେକାର’ ଆଦେଶ ଜାରି କରାଯାଇଥିବା ଇସ୍ରାଏଲ କହିଛି।
ଆଇସିସିଙ୍କ ଏହି ଆଦେଶ କୌଣସି ଭାବେ କାର୍ଯ୍ୟକାରୀ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଇସ୍ରାଏଲ୍ ଆଇସିସିଙ୍କ ସଦସ୍ୟ ରାଷ୍ଟ୍ର ନୁହେଁ। ଅପରପକ୍ଷେ ଆଇସିସି ପାଖରେ ନିଜସ୍ୱ ପୁଲିସବଳ ନାହିୋ। ସଦସ୍ୟ ରାଷ୍ଟ୍ରମାନଙ୍କ ସହଯୋଗରେ ଏହା ପରିଚାଳିତ ହୋଇଥାଏ।