Odisha News: ବିଷାକ୍ତ ମଦ ପିଇ ଦାଦା ପୁତୁରାଙ୍କ ମୃତ୍ୟୁ ଅଭିଯୋଗ ପରେ ପଦାକୁ ଆସିଲା ସମ୍ପୂର୍ଣ୍ଣ ସତ୍ୟ....
Advertisement
Article Detail0/zeeodisha/odisha2524334

Odisha News: ବିଷାକ୍ତ ମଦ ପିଇ ଦାଦା ପୁତୁରାଙ୍କ ମୃତ୍ୟୁ ଅଭିଯୋଗ ପରେ ପଦାକୁ ଆସିଲା ସମ୍ପୂର୍ଣ୍ଣ ସତ୍ୟ....

Odisha News:  ଘଟଣା ସ୍ଥଳରେ ଜଗତସିଂହପୁର ଏସ୍ପି ପହଁଚି ତଦନ୍ତ କରିବା ସହ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟା ସତ୍ୟ ପଦାକୁ ଆସିବ ବୋଲି ଏସପି ସୂଚନା ଦେଇଛନ୍ତି। ଟିପିରି ଗାଁର ଗୋପୀନାଥ ସାମଲ ଓ ତାଙ୍କ ପୁତୁରା ବିଭୁତି ଭୂଷଣ ସାମଲଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ କାଲି ଦିନରେ ବିଭୁତି ଓ ଗୋପବନ୍ଧୁ ଏକାଠି ବସି ମଦ ପିଇବା ସହିତ ରାତିରେ ମଧ୍ୟ ପୁନର୍ବାର ମଦ ପିଇ ସାରି ଘରକୁ ଯାଇଥିଲେ। ଘରେ ଖାଇ ପିଇ ଶୋଇବାର କିଛି ସମୟ ପରେ ଉଭୟ ଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା ।

Odisha News: ବିଷାକ୍ତ ମଦ ପିଇ ଦାଦା ପୁତୁରାଙ୍କ ମୃତ୍ୟୁ ଅଭିଯୋଗ ପରେ ପଦାକୁ ଆସିଲା ସମ୍ପୂର୍ଣ୍ଣ ସତ୍ୟ....
Odisha News: (ନାରାୟଣ ବେହେରା) ମଦରେ ଭୂଲ ବଶତଃ ଛତୁରେ ପଡିବା ପାଇଁ ଆସିଥିବା କୀଟନାଶକକୁ ମିଶାଇ ପିଇ ଦାଦା ପୁତୁରା ଙ୍କ ମୃତ୍ୟୁ। ଗାଁରେ ଶୋକାକୂଳ। ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଟିପିରି ଗାଁରେ ଦାଦା ପୁତୁରାଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ବିଶାକ୍ତ ମଦ ପିଇ ମୃତ୍ୟୁ ବରଣ କରିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ମଦରେ ଭୂଲ ବଶତଃ ଛତୁରେ ପଡିବା ପାଇଁ ଆସିଥିବା କୀଟନାଶକ ମିଶାଇ ପିଇ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। 
 
ତେବେ ଘଟଣା ସ୍ଥଳରେ ଜଗତସିଂହପୁର ଏସ୍ପି ପହଁଚି ତଦନ୍ତ କରିବା ସହ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟା ସତ୍ୟ ପଦାକୁ ଆସିବ ବୋଲି ଏସପି ସୂଚନା ଦେଇଛନ୍ତି। ଟିପିରି ଗାଁର ଗୋପୀନାଥ ସାମଲ ଓ ତାଙ୍କ ପୁତୁରା ବିଭୁତି ଭୂଷଣ ସାମଲଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ କାଲି ଦିନରେ ବିଭୁତି ଓ ଗୋପବନ୍ଧୁ ଏକାଠି ବସି ମଦ ପିଇବା ସହିତ ରାତିରେ ମଧ୍ୟ ପୁନର୍ବାର ମଦ ପିଇ ସାରି ଘରକୁ ଯାଇଥିଲେ। ଘରେ ଖାଇ ପିଇ ଶୋଇବାର କିଛି ସମୟ ପରେ ଉଭୟ ଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା । ଗୁରୁତର ଅବସ୍ଥାରେ ଏମାନଙ୍କୁ ଘର ନିକଟସ୍ଥ କେନ୍ଦ୍ରାପଡାର ପାଟକୁରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ପରେ କେନ୍ଦ୍ରାପଡା ଜିଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଷାକ୍ତ ମଦ ପିଇବା ଯୋଗୁ ଉଭୟଙ୍କର ମୃତ୍ୟୁ ହୋଇ ଥିବାରୁ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ଏହି ଘଟଣାକୁ ନେଇ ତିର୍ତ୍ତୋଲ ଏସ୍ଡିପିଓ ଓ ଜଗତସିଂହପୁର ଏସପି ଟିପିରି ଗାଁ ରେ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ମୃତ ଗୋପୀନାଥଙ୍କ ଘରୁ କିଛି ମଦ ବୋତଲ,ମିକଶ୍ଚର,କିଟ ନାଶକ ବୋତଲ ଆଦି ଜବତ କରିଥିବା ଜଣାପଡିଛି। ତେବେ ଗୋଟିଏ ଗାଁରୁ ଦୁଇଜଣଙ୍କର ଅକାଳ ବିୟୋଗ କୁ ନେଇ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।