Snana Yatra 2023: ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ଆସନ୍ତା ଜୁନ୍ ୪ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା (Snana Yatra)। ଏନେଇ ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ତେବେ,ସ୍ନାନ ଯାତ୍ରା ସମୟରେ କିଭଳି ଭିଡକୁ ନିୟନ୍ତ୍ରଣ କରିହେବ ସେନେଇ ପୁରୀ ପୋଲିସ୍ ଅଣ୍ଟା ଭିଡିଛି । ଭିଡକୁ ଦୃଷ୍ଟିରେ ରଖି ୫ ଥାକିଆ ସୁରକ୍ଷା ବ୍ୟବସ୍ଥା ଆପଣାଇବାକୁ ପୁରୀ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି । ସ୍ନାନ ଯାତ୍ରା ପୂର୍ବରୁ ଏଭଳି କିଛି ନୂଆ ନିୟମ ଭକ୍ତଙ୍କ ପାଇଁ ଲାଗୁ ହେବ । ପଢନ୍ତୁ ଏହି ରିପୋର୍ଟ ।...
Trending Photos
Snana Yatra 2023: ପାଖେଇ ଆସୁଛି ଘୋଷ ଯାତ୍ରା (Ratha Yatra 2023) । ଏନେଇ ଚଳ ଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର(puri) । ଏନେଇ ଆଜିଠାରୁ ଶ୍ରୀକ୍ଷେତ୍ରରେ ଭିଡ଼ ବଢିବାକୁ ଲାଗିଲାଣୀ । କାହିଁକିନା କାଳିଆର ସ୍ନାନ ପୂର୍ଣ୍ଣିାମ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଗହଳି ବଢିବାକୁ ଲାଗିଲାଣୀ। ଆଜି ରବିବାର ହେତୁ ମରଚିକୋଟ ଛକରୁ ଲମ୍ବା ଲାଇନ୍ ଲାଗିଥିବା ଦେଖିବାକୁ ମିଳିଛି । ପୁରୀ ଏସପି ଉପସ୍ଥିତ ରହି ଦର୍ଶନ ସୃଙ୍ଖଳିତ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ସମୟ ଭଳି ଆଜି ମଧ୍ୟ ଗହଳିକୁ ଦୃଷ୍ଟିରେ ରଖି ଏସପିଙ୍କ ନିର୍ଦ୍ଦେଶରେ ହ୍ଯୁମାନ ଚେନ୍ ବ୍ଯବସ୍ଥା କରାଯାଇଛି । ପୋଲିସ ଅଧିକାରୀ ମାନେ ହାତ ଧରାଧରି ହୋଇ ହ୍ଯୁମାନ ଚେନ୍ ଜରୀଆରେ ଭକ୍ତ ମାନଙ୍କୁ ନେଇ ସ୍ୱତନ୍ତ୍ର ବେରିକେଡରେ ଛାଡୁଛନ୍ତି। ଫଳରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଶ୍ରୀମନ୍ଦିରକୁ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରି ପାରୁଛନ୍ତି। ଏସବୁ ସତ୍ତ୍ୱେ ମଧ୍ୟ ବରିଷ୍ଠ ନାଗରିକ ,ମହିଳା ଓ ଶିଶୁମାନେ ଗହଳି ଭିତରେ ଗୁଳୁଗୁଳି ଯୋଗୁଁ ବହୁ ସମସ୍ଯାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା ।
ତାତି ସହ ଗୁଳୁଗୁଳି ଯୋଗୁଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ଅନେକ ସମସ୍ଯା ଭୋଗୁଛନ୍ତି ଭକ୍ତ । କେତେବେଳେ ବାହାରକାଠ ନିକଟରେ ଫ୍ଯାନ୍ ଖରାପ ହୋଇଯାଉଛି ତ ଆଉ କେତେବେଳେ ଠେଲାପେଲା ହୋଇଯାଉଛି। ନିତି ବିଳମ୍ବ ଏସବୁ ସମସ୍ଯାର ପ୍ରମୁଖ କାରଣ ହୋଇଥିଲେ ମଧ୍ୟ ଆଜି ଯାଏ ତାହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଣେ ପୂର୍ଣ୍ଣ କାଳିନ ଅଧିକାରୀ ରହିବା ସତ୍ତ୍ୱେ ବି ଏହି ସମସ୍ଯା ଲାଗି ରହିଛି। ଦର୍ଶନ ବ୍ଯବସ୍ଥା ପାଇଁ ଏକ ସ୍ୱତନ୍ତ୍ର ଏସଓପିର ଆବଶ୍ୟକତା ରହିଛି। ସେପଟେ ଏସପି ନିଜେ ରହି ଦର୍ଶନ ଶୃଙ୍ଖଳିତ କରୁଥିବା ବେଳେ ମହାପ୍ରଭୁଙ୍କ ନିତି ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ଉପରେ ଲଗାମ ନାହିଁ। ଫଳରେ ସମସ୍ଯା ଭୋଗୁଛନ୍ତି ଦୂର ଦୂରାନ୍ତରରୁ ଆସିଥିବା ଭକ୍ତ ।
ଏହାବି ପଢନ୍ତୁ : ଜାଣିଛନ୍ତି କି, ମାସକୁ କେତେ ଦରମା ପାଆନ୍ତି ମୁକେଶ ଅମ୍ବାନୀଙ୍କ ରୋଷେୟା ?
ଏହାବି ପଢନ୍ତୁ : ଦାମୀ ଘରେ ରୁହନ୍ତି ବଲିଉଡ଼ର ଏହି ଟପ୍ ୧୦ ଷ୍ଟାର୍
ଦେବସ୍ନାନ ପୂର୍ଣ୍ଣିମାରେ ଲାଗିବ ଏହି ସବୁ କଟକଟଣା :
ଆସନ୍ତା ଜୁନ୍ ୪ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା (Snana Yatra)। ଏନେଇ ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ତେବେ,ସ୍ନାନ ଯାତ୍ରା ସମୟରେ କିଭଳି ଭିଡକୁ ନିୟନ୍ତ୍ରଣ କରିହେବ ସେନେଇ ପୁରୀ ପୋଲିସ୍ ଅଣ୍ଟା ଭିଡିଛି । ଭିଡକୁ ଦୃଷ୍ଟିରେ ରଖି ୫ ଥାକିଆ ସୁରକ୍ଷା ବ୍ୟବସ୍ଥା ଆପଣାଇବାକୁ ପୁରୀ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି । ଶ୍ରୀମନ୍ଦିର ଭିତର, ବାହାର, ବଡଦାଣ୍ଡ,ପୁରୀର ପ୍ରବେଶ ପଥ ଓ ସର୍ବୋପରି ସ୍ନାନବେଦୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ। ସହରରେ ଅଚଳ ସିସିଟିଭିକୁ ବି ସଚଳ କରାଯିବ ବୋଲି କହିଛନ୍ତି ଏସ୍ପି । ଯୁବଶକ୍ତି,ମାତୃଶକ୍ତି ଓ ବିଭିନ୍ନ ଅନୁଷ୍ଠାନକୁ ଭଲୁଣ୍ଟିଆର ଭାବରେ ନେଇ ଯାତ୍ରାକୁ ଶୃଙ୍ଖଳିତ କରିବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ସ୍ନାନ ପୂର୍ଣ୍ଣିମା ପୂର୍ବ ରାତ୍ରିରୁ ବିଭିନ୍ନ କଟକଣା ଲଗାଯିବ ବୋଲି ଜଣାପଡିଛି। ଟ୍ରାଫିକ କଟକଣାକୁ ନେଇ ମଧ୍ୟ ଯୋଜନା ସାରିଛି ପୋଲିସ। ମାର୍କେଟ ଛକ ପର୍ଯ୍ୟନ୍ତ ଦୁଇଚକିଆ ଓ ମେଡ଼ିକାଲ ଛକ ପର୍ଯ୍ୟନ୍ତ ଚାରିଚକିଆ ଗାଡି ଯାଇପାରିବ । ମାର୍କେଟ ଛକ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଦୁଇଚକିଆ ଗାଡି ପାର୍କିଂ ରହିବ ।ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ମେଡ଼ିକାଲ ଛକରୁ ଗୁଣ୍ଡିଚା ମନ୍ଦିର ରାସ୍ତା ପାର୍ଶ୍ଵରେ ଚାରିଚକିଆ ଗୁଡିକ ପାର୍କିଂ ହେବ ।