Odisha News: ସୁଜାତା କାର୍ତ୍ତିକେୟଙ୍କୁ ଓଡ଼ିଆ ଭାଷା ବିଭାଗ, ସତ୍ୟବ୍ରତ ସାହୁଙ୍କୁ ମିଳିପାରେ ମୁଖ୍ୟ ଶାସନ ସଚିବ ପଦ
Advertisement
Article Detail0/zeeodisha/odisha1973520

Odisha News: ସୁଜାତା କାର୍ତ୍ତିକେୟଙ୍କୁ ଓଡ଼ିଆ ଭାଷା ବିଭାଗ, ସତ୍ୟବ୍ରତ ସାହୁଙ୍କୁ ମିଳିପାରେ ମୁଖ୍ୟ ଶାସନ ସଚିବ ପଦ

ଭୁବନେଶ୍ୱର: ମିଶନ ଶକ୍ତି କମିଶନର ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‍ଙ୍କ ପତ୍ନୀ ୨୦୦୦ ମସିହା ଆଇଏଏସ୍‍ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ସେ ମିଶନ ଶକ୍ତି ଦାୟିତ୍ୱ ସହ ଏଣିକି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଏନେଇ ରାଜ୍ୟ ସରକାରଙ୍କ ସ

Odisha News: ସୁଜାତା କାର୍ତ୍ତିକେୟଙ୍କୁ ଓଡ଼ିଆ ଭାଷା ବିଭାଗ, ସତ୍ୟବ୍ରତ ସାହୁଙ୍କୁ ମିଳିପାରେ ମୁଖ୍ୟ ଶାସନ ସଚିବ ପଦ

Odisha News: ଭୁବନେଶ୍ୱର: ମିଶନ ଶକ୍ତି କମିଶନର ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‍ଙ୍କ ପତ୍ନୀ ୨୦୦୦ ମସିହା ଆଇଏଏସ୍‍ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ସେ ମିଶନ ଶକ୍ତି ଦାୟିତ୍ୱ ସହ ଏଣିକି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ପେନ୍‍ସନ୍‍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ଆଗକୁ ନିର୍ବାଚନ ଆସୁଥିବାରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଭାବେ ବିବେଚନା କରାଯାଉଛି। ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନଠୁ ଆରମ୍ଭ କରି ସଂସ୍କୃତି ଓ ସାହିତ୍ୟ ବିଶେଷଜ୍ଞଙ୍କ ସହ ସମ୍ପର୍କ ସ୍ଥାପନ ରାଜ୍ୟ ସରକାରଙ୍କୁ ବୁଦ୍ଧିଜୀବୀ ମହଲରେ ଥିବା ପ୍ରତିଚ୍ଛବିକୁ ଆହୁରି ବୃଦ୍ଧି କରିପାରେ। ଏହି ଉଦ୍ଦେଶ୍ୟରେ ଦକ୍ଷ ଅଧିକାରୀ ଭାବେ ତାଙ୍କ ଦାୟିତ୍ୱ ଦିଆଯାଇଛି। 

ଅପରପକ୍ଷେ ଏହି ବିଭାଗ ଏବେ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଦାୟିତ୍ୱରେ ରହିଛି। ତାଙ୍କୁ ଏହି ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିବା ନେଇ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଆସନ୍ତା ମାସରେ ବର୍ତ୍ତମାନର ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ସତ୍ୟବ୍ରତଙ୍କୁ ଏହି ପଦବୀ ପାଇଁ ଯୋଗ୍ୟ ବିବେଚନା କରିପାରନ୍ତି ସରକାର। ୧୯୯୧ ବ୍ୟାଚର ଏହି ଅଧିକାରୀ ଜଣେ ଓଡ଼ିଆ ଅଧିକାରୀ ହୋଇଥିବାରୁ ରାଜ୍ୟ ସରକାର ନିଜ ଉପରୁ ଅଣ ଓଡ଼ିଆ ଟ୍ୟାଗ୍‍କୁ ହଟାଇବା ଲାଗି ସତ୍ୟବ୍ରତଙ୍କୁ ମୁଖ୍ୟ ସଚିବ ପଦରେ ଅଧିଷ୍ଠିତ କରାଇପାରନ୍ତି।