Rathayatra 2024: ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ପହଞ୍ଚିବ ରଥକାଠ
Advertisement

Rathayatra 2024: ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ପହଞ୍ଚିବ ରଥକାଠ

Rathayatra 2024: ରଥକାଠ ସଂଗ୍ରହ ପୂର୍ବରୁ ବିଧି ଅନୁଯାୟୀ ମାଆ ବଡ଼ ରାଉଳ ଠାକୁରାଣୀଙ୍କ ପୀଠରେ ଜାନୁଆରି ୨ ତାରିଖରେ ପୂଜାର୍ଚ୍ଚନା କରାଯିବା ସହ ରଥକାଠ ଅନୁକୂଳ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

Rathayatra 2024: ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ପହଞ୍ଚିବ ରଥକାଠ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୪ ପାଇଁ ପ୍ରଥମ ପ୍ରସ୍ତୁତି ଆରମ୍ଭ ହୋଇଛି । ରଥ ନିର୍ମାଣ ପାଇଁ ପ୍ରଥମ ପ୍ରର୍ଯ୍ୟାୟରେ ଦଶପଲ୍ଲା ବନାଞ୍ଚଳରୁ ରଥକାଠ ଆଜି (ଶୁକ୍ରବାର) ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବ ।

ପୁରୀକୁ କାଠ ଯୋଗାଇବା ପାଇଁ ବନବିଭାଗ ପକ୍ଷରୁ ସମସ୍ତ ପଦକ୍ଷପ ଗ୍ରହଣ କରାଯାଇଛି । ରଥକାଠ ସଂଗ୍ରହ ପୂର୍ବରୁ ବିଧି ଅନୁଯାୟୀ ମାଆ ବଡ଼ ରାଉଳ ଠାକୁରାଣୀଙ୍କ ପୀଠରେ ଜାନୁଆରି ୨ ତାରିଖରେ ପୂଜାର୍ଚ୍ଚନା କରାଯିବା ସହ ରଥକାଠ ଅନୁକୂଳ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ସୂଚନା ମୁତାବକ, ଦଶପଲ୍ଲା ନିକଟ ପୋଖରୀଗୋଚ୍ଛା ସେକ୍ସନରୁ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ କରାଯାଉଛି । ସଂଗୃହିତ ସମସ୍ତ କାଠକୁ  ମୋଟ ୩ଟି ଗାଡିରେ ଶ୍ରୀକ୍ଷେତ୍ର ଅଭିମୁଖେ ପଠାଯିବ । ସେମଧ୍ୟରେ ରହିଛି ୫୦ ଟି ୨୦ ଫୁଟିଆ ଅସନ କାଠ ଓ ୫୨ ଟି ୧୨ ଫୁଟିଆ ଧଉରା କାଠ । ଅନ୍ୟପଟେ ଶ୍ରୀକ୍ଷେତ୍ରରେ ରଥକାଠ ପହଞ୍ଚିବା ପରେ ବିଧି ଅନୁଯାୟୀ ସ୍ୱାଗତପର୍ବର ଆୟୋଜନ କରାଯାଇଥିବା ସୂଚନା ରହିଛି ।

Also Read- Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Also Read- ରାଜ୍ୟର ୧୫ ଜାତି, ୫୦ ଉପଜାତି ଆଦିବାସୀ ତାଲିକାରେ ସାମିଲ