Puri News: ଏପ୍ରିଲ ୧ରେ ୪ ଘଣ୍ଟା ବନ୍ଦ ଜଗା ଦର୍ଶନ
Advertisement
Article Detail0/zeeodisha/odisha2182504

Puri News: ଏପ୍ରିଲ ୧ରେ ୪ ଘଣ୍ଟା ବନ୍ଦ ଜଗା ଦର୍ଶନ

Puri ShreeMandir: ମାସ ଆରମ୍ଭରେ ଆପଣ ପୁରୀ ଶ୍ରୀମନ୍ଦିର ଯାଉଛନ୍ତି କି ? ଖସାପଡ଼ା ଲାଗି ନୀତି ଦର୍ଶନ ସମୟ ୪ ଘଣ୍ଟା ବନ୍ଦ ରହିବ । ତେଣୁ ସେହି ହିସାବରେ ଯୋଜନା କରନ୍ତୁ ।

Puri News: ଏପ୍ରିଲ ୧ରେ ୪ ଘଣ୍ଟା ବନ୍ଦ ଜଗା ଦର୍ଶନ

Lord Jagannath Puri: ଆସନ୍ତାକାଲି ଅର୍ଥାତ (୨୦୨୪ ଏପ୍ରିଲ ୧ ତାରିଖ) ସୋମବାର ଦିନ ପବିତ୍ର ଚୈତ୍ର କୃଷ୍ଣ ସପ୍ତମୀ ତିଥି ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ ।  ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟା ସମୟରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଶ୍ରୀମନ୍ଦିରରେ ଖସାପଡ଼ା ଲାଗି ନୀତି ହେଉଛି ଏକ ଗୁପ୍ତ ନୀତି । ଏହି ନୀତି ପାଳନ ହେବାର ପୂର୍ବଦିନରୁ ଦେଉଳକରଣ ଧଳାକନା ସଫା କରି ଶୁଖାଇ ଗାରଦରେ ଜମା ଦେଇଥାନ୍ତି। ଏଥିସହ ଶୁଦ୍ଧସୁଆର ଖଳି, କଇଁଥ ଅଠା ମଧ୍ୟ ଯୋଗାଇଥାନ୍ତି । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଜୟ ବିଜୟ ଦ୍ୱାରକୁ ବନ୍ଦ କରାଯାଇଥାଏ । ବେହେରଣ ଦ୍ୱାର ରାସ୍ତାରେ ଦଇତାପତିମାନେ ଶ୍ରୀମନ୍ଦିର ଗର୍ଭଗୃହରେ ପହଞ୍ଚି ମହାପ୍ରଭୁଙ୍କର ଖସାପଡା ନୀତି ସମ୍ପନ୍ନ କରିଥାନ୍ତି।

Also Read- Surya Gochar 2024: ସୂର୍ଯ୍ୟଙ୍କ ଚଳନ ପ୍ରଭାବ,ଏହି ରାଶି ବ୍ୟକ୍ତିଙ୍କ ପ୍ରେମ ଜୀବନରେ ବଢିବ ଚିନ୍ତା

Also Read- Shukra Gochar 2024: ଶୁକ୍ର କରିବେ ରାଶି ପରିବର୍ତ୍ତନ, ସତର୍କ ରୁହନ୍ତୁ ଏହି ୨ଟି ରାଶିର ବ୍ୟକ୍ତି