ଆସନ୍ତା ୨୦ତାରିଖରେ ଜନ୍ମମାଟିକୁ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଚଳଚଞ୍ଚଳ ମୟୁରଭଞ୍ଜ
Advertisement

ଆସନ୍ତା ୨୦ତାରିଖରେ ଜନ୍ମମାଟିକୁ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଚଳଚଞ୍ଚଳ ମୟୁରଭଞ୍ଜ

President Odisha Visit: ନଭେମ୍ୱର ୨୦ ତାରିଖରେ ନିଜ ଜନ୍ମମାଟି ମୟୁରଭଞ୍ଜରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ବାରିପଦାର ସହିଦ ସ୍ମୁତିଭବନରେ “ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଆସୋସିଏସନ’ର ୩୬ ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଛି ମୟୁରଭଞ୍ଜ ।

ଆସନ୍ତା ୨୦ତାରିଖରେ ଜନ୍ମମାଟିକୁ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଚଳଚଞ୍ଚଳ ମୟୁରଭଞ୍ଜ

President Odisha Visit:  ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ (president draupadi murmu) । ନଭେମ୍ୱର ୨୦ ତାରିଖରେ ନିଜ ଜନ୍ମମାଟି ମୟୁରଭଞ୍ଜରେ ପହଞ୍ଚିବେ । ପ୍ରଥମେ ବାରିପଦାର ସହିଦ ସ୍ମୁତିଭବନରେ “ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଆସୋସିଏସନ’ର ୩୬ ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି (Chief Guest) ଭାବରେ ଯୋଗ ଦେବେ । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଛି ମୟୁରଭଞ୍ଜ ।

ରାଷ୍ଟ୍ରପତିଙ୍କ ଯିବା ଆସିବା, ରହିବା, ଅଭିଭାଷଣ ଦେବା ସମୟରେ ଯେମିତି ପୂର୍ବ ଭଳି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ନଭେମ୍ୱର ୨୦ ତାରିଖ ସକାଳ ୧୦ଟା ୪୫ ମିନିଟ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ଏରୋପ୍ଲେନ୍ ଯୋଗେ ପଶ୍ଚିମବଙ୍ଗର କଲେଇକୁଣ୍ଡାରେ ପହଞ୍ଚିବେ । ପରେ ଅପରାହ୍ନ ୧ଟା ୪୫ମିନିଟ ସମୟରେ ସେଠାରୁ ହେଲିକପ୍ଟରରେ ବାହାରି ବାରିପଦା ହେଲିପ୍ୟାଡରେ ପହଞ୍ଚିବେ । ଅପରାହ୍ଣ ୨ଟା ୨୦ ରୁ ୩ଟା ୩୫ ପର୍ଯ୍ୟନ୍ତ ବାରିପଦା ଶହୀଦ ସ୍ମୃତିଭବନରେ ସାନ୍ତାଳୀ ଲେଖକ ସଙ୍ଘର ବାର୍ଷିକ ସମ୍ମୀଳନୀରେ ଯୋଗ ଦେବା ସହ ଉଦବୋଧନ ରଖିବେ ବୋଲି ସୂବଚନା ମିଳିଛି ।

Also Read- IND VS NZ: ବିରାଟଙ୍କ ରେକର୍ଡରେ ଅନୁଷ୍କାଙ୍କ ପ୍ରତିକ୍ରିୟା

Also Read-  Vastu Tips: ରୋଷେଇ ସମୟରେ ଏହି କଥାକୁ ଧ୍ୟାନରେ ରଖନ୍ତୁ, ଅନ୍ୟଥା ପତି ହେବେ କାଙ୍ଗାଳ