George Tirkey: ଏଥର ଶେଷ ନିର୍ବାଚନ ଲଢ଼ିବେ ଜର୍ଜ ତିର୍କୀ!
Advertisement

George Tirkey: ଏଥର ଶେଷ ନିର୍ବାଚନ ଲଢ଼ିବେ ଜର୍ଜ ତିର୍କୀ!

ଏଥର ଲଢ଼ିବି ଶେଷ ନିର୍ବାଚନ ଜର୍ଜ ତିର୍କୀ (George Tirkey) । ତାହା ବି ନିଜ ନିର୍ବାଚନ ମଣ୍ଡଳୀ ଅର୍ଥାତ୍ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ (Sundargarh) ଜିଲ୍ଲା ବୀରମିତ୍ରପୁର ବିଧାନସଭା ଆସନରୁ। କିନ୍ତୁ କେଉଁ ଦଳରୁ ନିର୍ବାଚନ ଲଢିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଶେଷ ଥର ନିର୍ବାଚନ ଲଢିବା ନେଇ ଖୋଦ ଜର୍ଜ ତିର୍କୀ

George Tirkey: ଏଥର ଶେଷ ନିର୍ବାଚନ ଲଢ଼ିବେ ଜର୍ଜ ତିର୍କୀ!

George Tirkey: ଏଥର ଲଢ଼ିବି ଶେଷ ନିର୍ବାଚନ ଜର୍ଜ ତିର୍କୀ (George Tirkey) । ତାହା ବି ନିଜ ନିର୍ବାଚନ ମଣ୍ଡଳୀ ଅର୍ଥାତ୍ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ (Sundargarh) ଜିଲ୍ଲା ବୀରମିତ୍ରପୁର ବିଧାନସଭା ଆସନରୁ। କିନ୍ତୁ କେଉଁ ଦଳରୁ ନିର୍ବାଚନ ଲଢିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଶେଷ ଥର ନିର୍ବାଚନ ଲଢିବା ନେଇ ଖୋଦ ଜର୍ଜ ତିର୍କୀ ସୂଚନା ଦେଇଛନ୍ତି।

ଗତ ନିର୍ବାଚନରେ ଜାତୀୟ କଂଗ୍ରେସ ଦଳରୁ ପ୍ରତିନିଧିତ୍ଵ କରି ସୁନ୍ଦରଗଡ଼ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିଲେ ଜର୍ଜ। ଏହା ପୂର୍ବରୁ ୧୯୯୫ ମସିହାରୁ, ୨୦୦୦, ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ, ୨୦୦୯ ରୁ ୨୦୧୪ରେ ନିର୍ଦଳୀୟ ଭାବେ ଓ ୨୦୧୪ରେ ସମତା କ୍ରାନ୍ତି ଦଳ ନାମରେ ବୀରମିତ୍ରପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଜର୍ଜ। ସମଗ୍ର ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଆଦିବାସୀ ସଂଗଠନ ମାନଙ୍କ ନେତୃତ୍ବ ନେଉଥିବା ଜର୍ଜଙ୍କ ଗରମ ସ୍ଵଭାବ ଅନେକ ସମୟରେ ସରକାରଙ୍କୁ ହରଡ଼ଗଣାରେ ପକାଇଦେଉଥିଲା ।

ଖାସ୍ କରି ଜଳ, ଜଙ୍ଗଲ, ଜମି ପ୍ରସଙ୍ଗରେ ସରକାରଙ୍କୁ ଘେରି ବିଭିନ୍ନ ସ୍ଥାନରେ ସରକାର ଓ ପ୍ରଶାସନିକ କଳ ମାନଙ୍କୁ ବ୍ୟକଫୁଟକୁ ଯିବାକୁ ବାଧ୍ୟ କରାଇବାରେ ଜର୍ଜଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏନେଇ ଜର୍ଜ ତିର୍କୀଙ୍କୁ ଅତୀତରେ ବିଜେଡ଼ି ନିଜ ଦଳରେ ସାମିଲ କରିଥିଲେ ମଧ୍ଯ ମାତ୍ର କେଇ ମାସ ପରେ ସେ ଦଳ ଛାଡିଦେଇଥିଲେ। ଏପରିକି ଗତ ନିର୍ବାଚନ (Election) ପୂର୍ବରୁ ସେ କଂଗ୍ରେସରେ ସାମିଲ ହୋଇଥିଲେ । ପରେ ସେ ନିଜ ପାଇଁ ସୁନ୍ଦରଗଡ଼ ଲୋକସଭା ଓ ପୁଅଙ୍କ ପାଇଁ ବୀରମିତ୍ରପୁର (Biramitrapur) ବିଧାନସଭାରୁ ଟିକଟ୍ ହାତେଇ ଥିଲେ । କିନ୍ତୁ ଉଭୟରେ ପରାଜୟ ପରେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରୂପେ ସେ କିଛିଦିନ ଦାୟିତ୍ବ ନେଇଥିଲେ । ପରେ ଜିଲ୍ଲାରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଯୋଗୁଁ ସେ ଦଳ ଛାଡିଥିଲେ ।

ଅନ୍ୟପଟେ ଆଗାମୀ ନିର୍ବାଚନରେ (General Election 2024 ) ସେ ଶେଷ ଥର ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଏହାସହ କଂଗ୍ରେସ (Congress)କୁ ଆଉ ଫେରିବେ ନାହିଁ ଓ ବିଜେଡ଼ି (BJD)କୁ ଫେରିଲେ ରାଜ୍ୟରେ ଆଦିବାସୀଙ୍କୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ସରକାରଙ୍କ ସହ ରହି କାମ କରିବେ ବୋଲି କହିଛନ୍ତି।