Accident News: ବାରିପଦାରୁ ଅନୁଗୁଳ ଆସୁଥିବା OSRTC ବସ୍ ସମଲ ଗହମ ଗାଁ ରେଲୱେ ଟନେଲ ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଛି ।
ଉକ୍ତ ବସଟିରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ ବୋଲି ଅନୁମାନ କରାଯାଉଛି ।
ଖବର ପ୍ରଚାରିତ ହେବା କ୍ଷଣି ତୁରନ୍ତ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସମେତ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ।
ଘଟଣାସ୍ଥଳକୁ ଆମ୍ୱୁଲାନ୍ସ ପଠାଯିବା ସହ ଆହତମାନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା
ତାଳଚେର ସରକାରୀ ଉପଖଣ୍ଡ ଡାକ୍ତରଖାନାରେ ବର୍ତ୍ତମାନ ଆହତମାନଙ୍କ ଚିକିତ୍ସା ଚାଲିଛି ।
କିଭଳି ଦୁର୍ଘଟଣା ହେଲା ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ସମୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ट्रेन्डिंग फोटोज़