ଆଇଟମ ନାଚିଲେ ଯଦି ଅସୁବିଧା ତେବେ ଆମକୁ ଲେଖାପଢ଼ା କରିକି ପାକିସ୍ତାନ ପଠେଇ ଦିଅନ୍ତୁ ବୋଲି କହିଲେ ନିଶା ମହାରଣା ।
ଯାତ୍ରା ଷ୍ଟେଜ୍ ହେଉକି ମେଲୋଡି ନାଇଟ୍ ନିଶାଙ୍କୁ ଦେଖିବାକୁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।
ତେବେ ତାଙ୍କ କାର୍ଯ୍ୟକ୍ରମରେ କେବଳ ପୁରୁଷମାନେ ଉପସ୍ଥିତ ଥିବା ଦେଖାଯାଏ।
ବଜେଟ୍ ବି କିଛି କମ୍ ନିଅନ୍ତି ନାହିଁ ନିଶା, ବାସ୍ ୧୦ ମିନିଟର ନାଚ ସହିତ ଅଙ୍ଗ ପ୍ରଦର୍ଶନ ପାଇଁ ନିଅନ୍ତି ୮୦ ହଜାରରୁ ଅଧିକ ଟଙ୍କା।
ତାଙ୍କୁ ବିରୋଧ କରାଯିବା ଉପରେ ସେ କୁହନ୍ତି, ଯଦି ମତେ ପ୍ରଶାସନ ବିରୋଧ କରୁଛନ୍ତି, ତେବେ ମୋ ପ୍ରୋଗ୍ରାମରେ ଏତେ ଭିଡ଼ କାହିଁକି ହୁଏ। ଏହି ଭିଡ଼ ହିଁ କହୁଛି ଓଡ଼ିଶାର ଲୋକେ ମତେ କେତେ ପସନ୍ଦ କରନ୍ତି।
ନିକଟରେ ନିଶାଙ୍କୁ ଖଣ୍ଡଗିରିକୁ ବ୍ୟାନ କରାଯାଇଛି। ଯାହାକୁ ନେଇ ସେ ଗଣମାଧ୍ୟମରେ ଏପରି ମନ୍ତବ୍ୟ ରଖୁଛନ୍ତି।
ସେପଟେ ପ୍ରଶ୍ନ ଉଠୁଛି, ଅଶ୍ଳୀଳ ନୃତ୍ୟକୁ କିଭଳି ଆମ ଆଇନ ପ୍ରୋତ୍ସାହନ ଦେଉଛି?
ଏସବୁ ବନ୍ଦ କରିବା ପାଇଁ ଏକ ସ୍ଵତନ୍ତ୍ର ଆଇନ ଆସୁବା କ'ଣ ଉଚିତ୍ ନୁହେଁ ? ସୋସିଆଲ ମିଡିଆ ଆଜି ଅଶ୍ଳିଳତାରେ ଭରି ଯାଇଛି। ଯେଉଁ କାରଣରୁ ଏହାର ପ୍ରଭାବ ଛୋଟ ଛୁଆଙ୍କ ଉପରେ ମଧ୍ୟ ପଡ଼ୁଛି ।
ट्रेन्डिंग फोटोज़