Train Accident: ପୁଣି ଦୁର୍ଘଟଣା, ଟ୍ରାକରୁ ଖସିଲା ଜାମୁତାଇ ଏକ୍ସପ୍ରେସ୍
Advertisement
Article Detail0/zeeodisha/odisha1985224

Train Accident: ପୁଣି ଦୁର୍ଘଟଣା, ଟ୍ରାକରୁ ଖସିଲା ଜାମୁତାଇ ଏକ୍ସପ୍ରେସ୍

Train Accident: ଦିନକୁ ଦିନ ବଢିବାରେ ଲାଗିଛି ରେଳ ଦୁର୍ଘଟଣା (Train Accident)। ଯାହା ଏବେ ଏକ ଅତ୍ୟନ୍ତ ଚିନ୍ତାଜନକ ବିଷୟ ପାଲଟିଛି । ବିଶେଷକରି ଟ୍ରେନରେ ଯାତ୍ରା କରିବାକୁ ଲୋକେ ଡରୁଛନ୍ତି। ବାହାନଗା ରେଳ ଦୁର୍ଘଟଣାର କରାଳ ରୂପ ଲୋକଙ୍କ ମନରୁ ନ ଯାଉଣୁ ଆଉ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି ତାହା ପୁଣି ସମ୍ବଲପୁରରେ । 

Train Accident: ପୁଣି ଦୁର୍ଘଟଣା,  ଟ୍ରାକରୁ ଖସିଲା ଜାମୁତାଇ ଏକ୍ସପ୍ରେସ୍

Train Accident: ଦିନକୁ ଦିନ ବଢିବାରେ ଲାଗିଛି ରେଳ ଦୁର୍ଘଟଣା (Train Accident)।  ଯାହା ଏବେ ଏକ ଅତ୍ୟନ୍ତ ଚିନ୍ତାଜନକ ବିଷୟ ପାଲଟିଛି । ବିଶେଷକରି ଟ୍ରେନରେ ଯାତ୍ରା କରିବାକୁ ଲୋକେ ଡରୁଛନ୍ତି। ବାହାନଗା ରେଳ ଦୁର୍ଘଟଣାର କରାଳ ରୂପ ଲୋକଙ୍କ ମନରୁ ନ ଯାଉଣୁ ଆଉ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି ତାହା ପୁଣି ସମ୍ବଲପୁରରେ । ସମ୍ବଲପୁର ଷ୍ଟେସନରେ (Sambalpur Railway Station) ଜାମୁତାଇ ଏକ୍ସପ୍ରେସ୍ (Jammu Tawi Express) ଲାଇନଚ୍ୟୁତ ହୋଇଛି। ତେବେ, ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ପ୍ରାଣହାନୀ ହୋଇନି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 

Also Read: Cyclone Update: ମାଡି଼ ଆସୁଛି ବାତ୍ୟା , ଜାଣନ୍ତୁ ଓଡି଼ଶା ଉପରେ କ'ଣ ରହିବ ଏହାର ପ୍ରଭାବ?

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଷ୍ଟେସନରେ ଥିବା ୱାସିଙ୍ଗ ଲାଇନକୁ ଖାଲି ଟ୍ରେନ୍ ଯାଉଥିବା ସମୟରେ ଲାଇନ୍ ଚ୍ୟୁତ ହୋଇଥିଲା ଗୋଟିଏ ବଗି । ପ୍ୟାଣ୍ଟ୍ରିକାର ବଗି ଟ୍ରାକରୁ ବାହାରି ଲାଇନଚ୍ୟୁତ ହୋଇଥିଲା । ତେବେ, ଅଘଟଣ ବେଳେ ଟ୍ରେନ୍ ରେ କୌଣସି ଯାତ୍ରୀ ନଥିଲେ। ଭାଗ୍ୟବଶତଃ କୌଣସି କ୍ଷୟକ୍ଷତି ହୋଇନାହିଁ । ଦୁର୍ଘଟଣାର ଖବର ପାଇ ଘଟଣାସ୍ଥଳରେ ସମ୍ବଲପୁର ରେଳବିଭାଗ କର୍ମଚାରୀ ପହଞ୍ଚି ଟ୍ରାକ ମରାମତି ଆରମ୍ଭ କରିଛନ୍ତି। ୱାସିଙ୍ଗ ଲାଇନରେ ବଗି ଲାଇନଚ୍ୟୁତ ହୋଇଥିବାରୁ ଟ୍ରେନ ଚଳାଚଳରେ କୌଣସି ପ୍ରଭାବ ପଡ଼ିନାହିଁ । ଆଜି ସକାଳୁ ୩ଟି ଟ୍ରେନ୍ ସେହି ରୁଟ୍ ରେ ଯାତ୍ରା କରିଥିବା ସୂଚନା ମିଳିଛି।