Odisha News:(ଅଭୟ ମହାନ୍ତି) ଦିନ ଦ୍ବିପ୍ରହରରେ ସୁନା ଦୋକାନରେ ପଶି ଗୁଳି ମାଡ଼ ମାଡ କରି ସୁନା ଅଳଙ୍କାର ଲୁଟ ବେଳେ ଗୁଳି ମାଡ଼ରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସୁନାଦୋକାନର କର୍ମଚାରୀ ସୁନୀଲ ରାୟ ଅନ୍ୟ ମୃତ ବ୍ୟକ୍ତି ଜଣଙ୍କ ବିଦ୍ୟୁତ କର୍ମଚାରୀ ନୀଳମାଧବ ପଣ୍ଡା। ଉଭୟଙ୍କୁ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ନୀଳମାଧବଙ୍କ ଯାଜପୁରରେ ମୃତ୍ୟୁ ଘୋଷଣା କରାଯାଇଥିବା ବେଳେ ଭୁବନେଶ୍ୱରରେ ସୁନା ଦୋକାନର କର୍ମଚାରି ସୁନୀଲଙ୍କ ମୃତ୍ୟୁ ଘୋଷଣା କରାଯାଇଛି ସେପଟେ ଲୁଟେରାମାନଙ୍କୁ କାବୁ କରି ନିର୍ଧୁମ ଛେଚିବା ପରେ ପୋଲିସ ଜିମା ଦେଛନ୍ତି ଲୋକେ।
ଅଭିଯୋଗ ଅନୁସାରେ ଯାଜପୁର ପାଣିକୋଇଲିରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଦିନ ଦିପହରରେ ଡକାୟତି ଉଦ୍ୟମ ହୋଇଛି। ବାଇକରେ ୪ ରୁ ଉର୍ଦ୍ଧ୍ୱ ଡକାୟତ ଆସି ବନ୍ଧୁକ ଦେଖାଇ ଡକାୟତି କରି ସୁନା ଅଳଙ୍କାର ନେଇ ଫେରାର ହେଉଥିବା ବେଳେ ସେମାନଙ୍କୁ ପିଛା କରୁଥିବା କର୍ମଚାରୀଙ୍କୁ ଗୁଲି କରିଥିଲେ ଦୁବୃର୍ତ୍ତ।ଏଥିରେ ନୀଳମାଧବ ଓ ସୁନୀଲଙ୍କ ଦେହରେ ଗୁଳି ବାଜିଥିଲା। ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଯାଜପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନୀଳମାଧବଙ୍କୁ ମୃତ ଘୋଷଣା କରିଥିଲେ । ସୁନୀଲଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।
ଘଟଣା ସ୍ଥଳରୁ ଦୁବୃର୍ତ୍ତ ମାନେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଜଣ ଡକାୟତଙ୍କୁ ସ୍ଥାନୀୟ ଲୋକେ ଧରି ପକାଇଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଧରା ପଡ଼ିଥିବା ଦୁଇ ଡକାୟତଙ୍କୁ ନିର୍ଧୁମ ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ। ଲୋକଙ୍କ ମାଡ଼ରେ ଅଭିଯୁକ୍ତଙ୍କ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ପୋଲିସ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ତେବେ ମେଡିକାଲ ପରିସରରେ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କ ହୋହାଲ୍ଲା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ରଖି ଲୋକଙ୍କୁ ବୁଝାଶୁଝା କରୁଛି। ଅନ୍ୟପଟେ ଘଟଣା ସ୍ଥଳରେ ଗାଡି ଓ ବନ୍ଧୁକ ଉଦ୍ଧାର ହୋଇଛି। ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇବା ସହ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି।