Nandankanan: ଏଣିକି ରାତିରେ ବି ଖୋଲିବ ନନ୍ଦନକାନନ! ଜାଣନ୍ତୁ କେତେ ରହିଛି ଟିକେଟ୍ ମୂଲ୍ୟ
Advertisement
Article Detail0/zeeodisha/odisha2149163

Nandankanan: ଏଣିକି ରାତିରେ ବି ଖୋଲିବ ନନ୍ଦନକାନନ! ଜାଣନ୍ତୁ କେତେ ରହିଛି ଟିକେଟ୍ ମୂଲ୍ୟ

Nandankanan: ଏଥର ରାତିରେ ମଧ୍ଯ ନନ୍ଦନକାନନରେ ପଶୁ ପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । କାରଣ ଏଣିକି ରାତିରେ ବି ଖୋଲିବ ନନ୍ଦନକାନନ (Nandankanan) । ଏନେଇ ନନ୍ଦନକାନନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

ଖବର ଅନୁଯାୟୀ, ବିଭିନ୍ନ ପ୍ରାଣୀ ଏନକ୍ଲୋଜର ସମ୍ମୁଖ ସହ ରାସ୍ତାରେ ଆଲୋକୀରଣ ନେଇ ନନ୍ଦନକାନନ ପକ୍ଷରୁ ବ୍ୟବସ୍ଥା କରଯାଉଛି । ଏନେଇ ଶନିବାର ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପରୀକ୍ଷାମୂଳକ ଭାବେ ଅନୁଧ୍ୟାନ କରାଯାଇଥିବା ଜଣାପଡ଼ିଛି । ତେବେ ଏହି ସୁବିଧା କେବଳ ରବିବାର (Suday) ଉପଲବ୍ଧ ହେବ । ପ୍ରାଥମିକ ପର୍ଯ୍ୟାୟରେ ରବିବାର ରାତି ୭ରୁ ୯ଟା ଅର୍ଥାତ୍ ୨ ଘଣ୍ଟା ଯାଏଁ ପର୍ଯ୍ୟଟକ ମାନେ ଏହି ସୁବିଧା ପାଇପାରିବେ । ପରେ ନନ୍ଦନକାନନ ପକ୍ଷରୁ କରାଯାଇଥିବା ଏହି ଯୋଜନା ଫଳପ୍ରଦ ହେଲେ ରବିବାର ପରି ଅନ୍ୟ ଦିନରେ ମଧ୍ଯ ଏହି ସୁବିଧା ପର୍ଯ୍ୟଟଙ୍କୁ ମିଳିବାର ନିଷ୍ପତି ହୋଇପାରେ ।

Also Read-Heat Wave: ଟାଣ ଖରାରେ କଲବଲ ରାଜାବାସୀ! ଏହି ଦିନଠାରୁ ୪ରୁ ୬ ଡିଗ୍ରୀ ଯାଏଁ ବଢିବ ତାତି

Also Read-Puri News: ଶ୍ରୀମନ୍ଦିର ପରିସର ମଧ୍ୟରେ ଅଗ୍ନିକାଣ୍ଡ

ଯୋଜନା ମୁତାବିକ, ସର୍ବନିମ୍ନ ୨୫ରୁ ୩୦ ଜଣ ପର୍ଯ୍ୟଟକଙ୍କୁ ଏହି ସୁବିଧା ମିଳିପାରିବ । ଏଥିପାଇଁ ଅନଲାଇନରେ ଟିକେଟ୍ କାଟିବା (online ticket booking) ସହ ଜଣଙ୍କୁ ପିଛା ୨୫୦ ଟଙ୍କା ଦେବାକୁ ପଡ଼ିବ । ଟିକେଟ୍ କାଟିଥିବା ପର୍ଯ୍ୟଟକଙ୍କୁ ନନ୍ଦନକାନନ ପକ୍ଷରୁ ଏକ ବ୍ୟାଟେରୀ ଗାଡ଼ିରେ ପଶୁ ପକ୍ଷୀଙ୍କୁ ଦେଖାଇବାର ବ୍ୟବସ୍ଥା କରାଯିବ ।  ତେବେ ଏଭଳି ଯୋଜନା ନନ୍ଦନକାନନ ପକ୍ଷରୁ ହାତକୁ ନିଆଯାଇଥିବା ବେଳେ ଏହା କେବେଠାରୁ କାର୍ଯ୍ୟକାରୀ ହେବ ତାହା ଆଜି ଜଣାପଡ଼ିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ଏନ୍ କହିଛନ୍ତି ।