Nandankanan: ନୂଆବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି, ପ୍ରଥମ ଥର ଲାଗି...
Advertisement
Article Detail0/zeeodisha/odisha2032031

Nandankanan: ନୂଆବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି, ପ୍ରଥମ ଥର ଲାଗି...

Nandankanan Zoological Park: ଆରମ୍ଭ ହୋଇଯାଇଛି ପର୍ଯ୍ୟଟନର ଋତୁ ।  ରାଜ୍ୟବାସୀଙ୍କ ପାଇଁ ଏ ପିକନିକ୍ ଋତୁରେ ଆଉ ଏକ ଖୁସି ଖବର ଦେବାକୁ ଯାଉଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ (Nandankanan Authority)। ନୂଆବର୍ଷରେ (new year) ନନ୍ଦନକାନନକୁ ଆସିବେ ନୂଆ ଅତିଥି। ପ୍ରଥମ ଥର ଲାଗି ନନ୍ଦନକାନନ ଚିଡି଼ଆଖାନାକୁ ...

Nandankanan: ନୂଆବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି, ପ୍ରଥମ ଥର ଲାଗି...

Nandankanan Zoological Park: ଆରମ୍ଭ ହୋଇଯାଇଛି ପର୍ଯ୍ୟଟନର ଋତୁ ।  ରାଜ୍ୟବାସୀଙ୍କ ପାଇଁ ଏ ପିକନିକ୍ ଋତୁରେ ଆଉ ଏକ ଖୁସି ଖବର ଦେବାକୁ ଯାଉଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ (Nandankanan Authority)। ନୂଆବର୍ଷରେ (new year) ନନ୍ଦନକାନନକୁ ଆସିବେ ନୂଆ ଅତିଥି। ପ୍ରଥମ ଥର ଲାଗି ନନ୍ଦନକାନନ ଚିଡି଼ଆଖାନାକୁ ଚିତାବାଘ (Leopard )ଅଣାଯିବ (Nandankanan Zoological Park)।  କେବଳ ଚିତା ନୁହେଁ, ନୂଆବର୍ଷରେ ଧଳା ସିଂହ ଶାବକ, ଜିରାଫ୍ ଓ ନୂଆ ପକ୍ଷୀ ମଧ୍ୟ ଆସିବେ ବୋଲି ପିସିସିଏଫ (ବନ୍ୟପ୍ରାଣୀ ) ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। 

ALSO READ: Today Horoscope: ସୁସମ୍ବାଦ ସହ ଆକସ୍ମିକ ଧନଲାଭର ରହିଛି ଯୋଗ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

ALSO READ: Rajyog: ଦିର୍ଘ ୫୦ ବର୍ଷ ପରେ ଏକାସାଙ୍ଗରେ ପଡି଼ଛି ତିନି ରାଜଯୋଗ, ବର୍ଷ ଆରମ୍ଭରୁ ମାଲେମାଲ୍ ହେବେ ଏହି ୪ ରାଶି

ସେ କହିଛନ୍ତି  ଦୁବାଇ ଚିଡି଼ଆଖାନାରୁ  ପ୍ରାଣୀ ଅଦଳବଦଳ କାର୍ଯ୍ୟକ୍ରମ ଅଧିନରେ  ୨୦୨୪ ଜାନୁଆରୀରେ ବିଭିନ୍ନ ସ୍ଥାନରୁ ନୂଆ ଅତିଥି ଆସିବେ।  ଏବେ ନନ୍ଦନକାନନରେ ଥିବା ଜିରାଫ୍ ଏକୁଟିଆ ରହୁଛି।  ତେଣୁ ପଶ୍ଚିମବଙ୍ଗର ଆଲିପୁରସ୍ଥିତ କେନ୍ଦ୍ରୀୟ ଚିଡ଼ିଆଖାନରୁ ପ୍ରାଣୀ ଅଦଳବଦଳ କାର୍ଯ୍ୟକ୍ରମରେ ଆଉ ଏକ ଜିରାଫ୍(Giraffe) ନନ୍ଦନକାନନକୁ ଅଣାଯିବ ବୋଲି ସେ କହିଛନ୍ତି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ୨୦୦୮ ମେ ୨୫ରେ ଆଲିପୁରରୁ  ଏକ ଜିରାଫ୍ ଅଣାଯାଇଥିଲା। କିନ୍ତୁ ବାଟରେ ବିଦ୍ୟୁତ୍ ସଂସ୍ପର୍ଶରେ (Electric Shock) ଆସିବାରୁ ତାର ମୃତ୍ୟୁ ଘଟିଥିଲା।  ସେହିପରି ୨୦୧୬ ଫେବୃଆରୀରେ ଆଉ ଏକ ଜିରାଫ୍ ସେଠାରୁ ଆସିଥିଲା। ମାତ୍ର ଦିନକ ପରେ ସେ ରୋଗାକ୍ରାନ୍ତ ହୋଇ ମରିଯାଇଥିଲା।  ତେଣୁ ବନ ବିଭାଗ ପୁଣି ଥରେ ଜିରାଫ ଆଣିବା ପାଇଁ ଯୋଜନା କେତେ ଦୂର ସଫଳ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। 

ସେପଟେ,  ପିସିସିଏଫ୍ ଆହୁରି କହିଛନ୍ତି ଯେ,ନନ୍ଦନକାନନ ଚିଡି଼ଆଖାନା ବିଶ୍ବସ୍ତରୀୟ ହେବ। କାରଣ ନନ୍ଦନକାନନ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତାବିତ ମାଷ୍ଟର ପ୍ଲାନକୁ ସେଣ୍ଟ୍ରାଲ୍ ଜୁ ଅଥୋରିଟି (Central Zoo Authority of India) ଅନୁମୋଦନ କରି ସାରିଛି। ଜନ୍ତୁ ଚିଡିଆଖାନାକୁ ଅତ୍ୟାଧୁନିକ କରାଯିବ। ଚଳିତ ଆର୍ଥିକ ବର୍ଷରେ ନନ୍ଦନକାନନ (Nandankanan) ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ। ୪ ରୁ ୫ ବର୍ଷ ମଧ୍ୟରେ କାମ ସରିବ ବୋଲି ଯୋଜନା ରହିଛି। ସୂଚନା ଅନୁସାରେ, ନନ୍ଦନକାନନରେ ଏବେ ୪ ହଜାରରୁ ଅଧିକ ପଶୁ, ପକ୍ଷୀ ଓ ସରୀସୃପ ଅଛନ୍ତି।  ଏ-ଗୁଡିକୁ  ୨୧୨ଟି ଖୁଆଡ଼ରେ ରଖାଯାଇଛି।  ଏହି ଚିଡି଼ଆଖାନାରେ ମୋଟ୍ ୧୫୬ ପ୍ରଜାତିର ପ୍ରାଣୀ ଏବେ ଅଛନ୍ତି।