Nandankanan: ଏଣିକି ରାତିରେ ନନ୍ଦନକାନନ ବୁଲିବେ ପର୍ଯ୍ୟଟକ
Advertisement
Article Detail0/zeeodisha/odisha1838908

Nandankanan: ଏଣିକି ରାତିରେ ନନ୍ଦନକାନନ ବୁଲିବେ ପର୍ଯ୍ୟଟକ

Nandankanan:  ଏଣିତି ରାତିରେ ନନ୍ଦନକାନନ ବୁଲିପାରିବେ ପର୍ଯ୍ୟଟକ । ସଂନ୍ଧ୍ୟା ୫ଟାରୁ ବନ୍ଦ ହେଉଥିବା ନନ୍ଦନକାନନ ରାତିସାରା ଖୋଲା ରହିବ । ଏଣିତି ରାତିରେ ମଧ୍ୟ ଦିନ ଭଳି ପଶୁପକ୍ଷୀଙ୍କୁ ଅତି ନିକଟରୁ ଦେଖିପାରିବେ ଆଉ ଫଟୋ ବି ଉଠାଇ ପାରିବେ ପର୍ଯ୍ୟଟକ । କେବଳ ସେତିକି ନୁହେଁ,  ନନ୍ଦନକାନନ ଚିଡିଆଖାନା ସମ୍ପର୍କିତ ସୋ (show)ମଧ୍ୟ ଦେଖିବେ। 

ସୌଜନ୍ୟ- ସୋସିଆଲ ମିଡି଼ଆ

Nandankanan: ପର୍ଯ୍ୟଟକଙ୍କ(Visiters) ପାଇଁ ଖୁସି ଖବର ।   ଏଣିତି ରାତିରେ ନନ୍ଦନକାନନ (Nandanakan Zoo) ବୁଲିପାରିବେ ପର୍ଯ୍ୟଟକ । ସଂନ୍ଧ୍ୟା ୫ଟାରୁ ବନ୍ଦ ହେଉଥିବା ନନ୍ଦନକାନନ ରାତିସାରା ଖୋଲା ରହିବ(Nandanakan Zoo likely to allow night visit)। ଏଣିତି ରାତିରେ ମଧ୍ୟ ଦିନ ଭଳି ପଶୁପକ୍ଷୀଙ୍କୁ ଅତି ନିକଟରୁ ଦେଖିପାରିବେ ଆଉ ଫଟୋ ବି ଉଠାଇ ପାରିବେ ପର୍ଯ୍ୟଟକ । କେବଳ ସେତିକି ନୁହେଁ,  ନନ୍ଦନକାନନ ଚିଡିଆଖାନା (Nandanakan Zoo) ସମ୍ପର୍କିତ ସୋ (show)ମଧ୍ୟ ଦେଖିବେ। ଏହାସହ ଜୀବଜନ୍ତୁଙ୍କ ଏନକ୍ଲୋଜର (Animal enclosure) ବୁଲିବା ସହ ଅନ୍ୟନ୍ୟ ବ୍ୟବସ୍ଥା ମଧ୍ୟ ପର୍ଯ୍ୟଟକଙ୍କ ପାଇଁ କରାଯିବ । ଏନେଇ ସେଣ୍ଟ୍ରାଲ ଜୁ ଅଥୋରିଟିକୁ (Central Zoo Authority (CZA))ମାଷ୍ଟର ପ୍ଲାନ୍ ଦେଇଛି ବନ ବିଭାବ(forest dept) ।  ଯଦି ଏହି ମାଷ୍ଟର ପ୍ଲାନରେ ମୋହର ଲାଗେ । ତେବେ, ପର୍ଯ୍ୟଟକମାନେ ରାତିରେ ନନ୍ଦନକାନନ (Nandankanan Zoological Park) ବୁଲିବାର ମଜା ନେଇପାରିବେ। ଏବଂ ସେଠାରେ ରାତ୍ରି ଯାପନ ମଧ୍ୟ କରିପାରିବେ।  

Also Read :  Weather Update: ସତର୍କ କରାଇଲା ପାଣିପାଗ ବିଭାଗ, ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!

Also Read : Horoscope Today Aug 24 2023: ବ୍ୟବସାୟରେ ବଡ଼ ଡ଼ିଲ୍ ଫାଇନାଲ୍ ହେବା ସହ ଶୁଭଫଳ ପାଇବେ ଏହି ରାଶି, ଜାଣନ୍ତୁ କେମିତ କଟିବ ଆଜିର ଦିନ?

Also Read : Budh Vakri 2023: ଆଜିଠୁ ଖୋଲିଲା ଏହି ୫ ରାଶିର ଭାଗ୍ୟ, ମାଟି ଧରିଲେ ହେବ ସୁନା!

Also Read: IND vs IRE: ବର୍ଷା ଯୋଗୁଁ ବାତିଲ ହେଲା ଆୟର୍ଲାଣ୍ଡ ବିପକ୍ଷ ତୃତୀୟ ଟି-୨୦, ସିରିଜକୁ ୨-୦ ରେ ଜିତିଲା ଭାରତ

ତେବେ, ଏହି ମାଷ୍ଟର ପ୍ଲାନରେ ଆହୁରି ମଧ୍ୟ ଅନେକ ସୁବିଧା ରହିଛି । ଯାହା ନନ୍ଦନକାନନ (Nandankanan) ନବକଳେବରରେ ସାହାର୍ଯ୍ୟ କରିବ । ନନ୍ଦନକାନନ ବ୍ୟତିତ କୃଷ୍ଣପ୍ରସାଦ ଓ ଚୁଡଙ୍ଗ ଜଙ୍ଗଲକୁ ମିଶାଇ ମୋଟ୍ ୧୦୪୩ ହେକ୍ଟରକୁ ନନ୍ଦନକାନନ ପ୍ରସାରିତ ମଧ୍ୟ ହେବ । ନନ୍ଦନକାନନର ପରିସର ବଢିଲେ ସେହି କ୍ରମରେ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବଢିବ । ସେହିପରି ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ବୃଦ୍ଧି ପାଇଁ ଅନେକ ସମୟରେ ବିଭିନ୍ନ ପ୍ରକାର ଏଭଳି ପ୍ରସ୍ତାବ ହାତକୁ ନେଇଥାଆନ୍ତି । ଯଦି ସେଣ୍ଟ୍ରାଲ ଜୁ ଅଥୋରିଟି ଏହି ପ୍ରସ୍ତାବକୁ ପାରିତ କରନ୍ତି ତେବେ,ନନ୍ଦନକାନନରେ ଜୀବଜନ୍ତୁଙ୍କ ସଂଖ୍ୟା ମଧ୍ୟ ବଢିବ। ବର୍ତ୍ତମାନ ନନ୍ଦନକାନନରେ ୧୬୭ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି । ଏହି ସଂଖ୍ୟା  ବୃଦ୍ଧି ପାଇ ୨୫୦ରେ ପହଞ୍ଚିବ। ଅଧିକ ଜୀବଜନ୍ତୁଙ୍କ ସଂଖ୍ୟା ବଢିଲେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଏଠାରେ ବଢିବ। 
 

ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ (CZA)ନନ୍ଦନକାନନକୁ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି । ଯେଉଁ ମାଷ୍ଟର ପ୍ଲାନରେ ଅନେକ ଗୁଡିଏ ଯୋଜନା ରହିଛି।  କେବଳ ସେତିକି ନୁହେଁ, ଦିର୍ଘ ଦିନରୁ ଭାଙ୍ଗି ରୁଜି ପଡିଥିବା ପୁରୁଣା ଏନକ୍ଲୋଜରର ମଧ୍ୟ ଆଧୁନିକୀକରଣ ହେବ।  ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ଏଠାରେ ଗହଳି ମଧ୍ୟ ବଢିବ। ଏହା ସହ ଦିର୍ଘ ଦିନ ଧରି ବନ୍ଦ ପଡିଥିବା ରୋପଓ୍ବେ ବ୍ୟବସ୍ଥା ପୁଣି ଥରେ ଆରମ୍ଭ ହେବ।