Road Accident: ଯାତ୍ରୀବାହୀ ବସ୍ - ହାଇୱା ମୁହାଁମୁହିଁ ଧକ୍କା, ଜଣେ ମୃତ, ୧୦ ଆହତ
Advertisement

Road Accident: ଯାତ୍ରୀବାହୀ ବସ୍ - ହାଇୱା ମୁହାଁମୁହିଁ ଧକ୍କା, ଜଣେ ମୃତ, ୧୦ ଆହତ

Odisha News: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ଚାହୁଁଚାହୁଁ ଲିଭିଗଲା ଜୀବନ ଦୀପ। ଦୁର୍ଘଟଣାଗ୍ରସ୍ତ ବାଲି ବୋଝେଇ ହାଇୱାକୁ ଧକ୍କା ଦେଲା (ଡଲଫିନ୍ ବସ୍) ଯାତ୍ରୀବାହୀ ବସ୍‌ । ଏ-ହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। 

Road Accident: ଯାତ୍ରୀବାହୀ ବସ୍ - ହାଇୱା ମୁହାଁମୁହିଁ ଧକ୍କା, ଜଣେ ମୃତ, ୧୦ ଆହତ

Odisha News: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ଚାହୁଁଚାହୁଁ ଲିଭିଗଲା ଜୀବନ ଦୀପ। ଦୁର୍ଘଟଣାଗ୍ରସ୍ତ ବାଲି ବୋଝେଇ ହାଇୱାକୁ ଧକ୍କା ଦେଲା (ଡଲଫିନ୍ ବସ୍) ଯାତ୍ରୀବାହୀ ବସ୍‌ । ଏ-ହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରହିଛି। ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

ALSO READ:  Odisha News: ପ୍ରଧାନଶିକ୍ଷକ ପଢ଼ାଇବେ ୨ ପିରିୟଡ, ପ୍ରଶାସନିକ କାର୍ଯ୍ୟ ସହ ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ବିଭାଗ

ସୂଚନା ଅନୁସାରେ,  ଡଲଫିନ୍ ନାମକ ଏକ ଯାତ୍ରୀବାହୀ ବସ୍ ରାୟପୁରରୁ କଟକ ଯାଉଥିଲା । ବସଟି  ଅନୁଗୋଳ- ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥର ଦେଇ ଅତିକ୍ରମ କରୁଥିବା ବେଳେ ଜରପଡା ଠାରେ ରାସ୍ତା କଡରେ ଛିଡା ହୋଇଥିବା ଏକ ବାଲି ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳେ ପହଞ୍ଚି ଆହତ ଯାତ୍ରୀଙ୍କୁ ବସ୍ ଭିତରୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।  ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସେପଟେ ମୃତଦେହକୁ ପୋଷ୍ଟମଟମ୍ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ୍ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। 

ସେପଟେ ଗତକାଲି ରାତିରେ ବି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୧୬ ନମ୍ୱର ଜାତୀୟ ରାଜପଥ ନିକଟ ବାରବାଟିଠାରେ ବସ୍ ଦୁର୍ଘଟଣା । ଓଭରବ୍ରିଜରୁ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି ଯାତ୍ରୀବାହୀ ବସ୍ । ଫଳରେ ୫ଜଣ ମତ୍ୟୁବରଣ କରିଥିବାବେଳେ ୫ଜଣଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି । ଏଥିସହ ୪୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବସରେ ସମୁଦାୟ ୫୦ରୁ ଉର୍ଦ୍ଧ ଯାତ୍ରୀଥିଲେ ବୋଲି ସୂଚନା ମିଳିଛି । ସୂଚନା ମୁତାବକ, ଯାତ୍ରୀବାହୀ ବସଟି ପୁରୀରୁ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିଲା । ଭାରସ୍ୟାମ ହରାଇ ବ୍ରିଜ୍ ତଳକୁ ଖସିପଡିଥିଲା । ସମସ୍ତ ଆହତଙ୍କୁ କଟକ ବଡ଼ ମେଡିକାଲକୁ ତୁରନ୍ତ ସ୍ଥାନାନ୍ତରଣ କରାଯାଇଥିବା ଜଣାପଡିଛି । ସାମାନ୍ୟ ଆହତ ହୋଇଥିବା ଯାତ୍ରୀମାନେ ଧର୍ମଶାଳା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।  ତେବେ ଦୁର୍ଘଟଣାର ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ ।