Nandankanan: ସୋମବାର ସତ୍ତ୍ବେ ବଡ଼ଦିନ ଓ ନୂଆ ବର୍ଷରେ ଖୋଲା ରହିବ ନନ୍ଦନକାନନ
Advertisement
Article Detail0/zeeodisha/odisha2027175

Nandankanan: ସୋମବାର ସତ୍ତ୍ବେ ବଡ଼ଦିନ ଓ ନୂଆ ବର୍ଷରେ ଖୋଲା ରହିବ ନନ୍ଦନକାନନ

Nandankanan: ଆଜି ଖ୍ରୀଷ୍ଟମାସ୍ ବା ବଡ଼ଦିନ (Christmas Day) ହୋଇଥିବା ବେଳେ ଆଉ ହାତ ଗଣିତ କେଇଟା ଦିନ ପରେ ଆସିବ ନୂତନ ବର୍ଷ । ନୂଆ ବର୍ଷକୁ (New Year 2024) ସ୍ବାଗତ କରିବା ଲାଗି ସବୁଠି ଆରମ୍ଭ ହୋଇଛି ଜୋରଦାର ସେଲିବ୍ରେସନ୍ । 

ସୌ(ସୋସିଆଲ ମିଡିଆ)

Nandankanan Zoological Park: ପାଖେଇ ଆସିଛି ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବାର ସମୟ । ଆଜି ଖ୍ରୀଷ୍ଟମାସ୍ ବା ବଡ଼ଦିନ (Christmas Day) ହୋଇଥିବା ବେଳେ ଆଉ ହାତ ଗଣିତ କେଇଟା ଦିନ ପରେ ଆସିବ ନୂତନ ବର୍ଷ । ନୂଆ ବର୍ଷକୁ (New Year 2024) ସ୍ବାଗତ କରିବା ଲାଗି ସବୁଠି ଆରମ୍ଭ ହୋଇଛି ଜୋରଦାର ସେଲିବ୍ରେସନ୍ । କିଏ ସାଙ୍ଗ ସାଥି ଓ ପରିବାର ସହ ପିକନିକ୍ ଯାଉଛି ତ ଆଉ କିଏ ବଣ ଭୋଜି ପାଇଁ ଯୋଜନା କରୁଛନ୍ତି । ସେହିପରି ଅନେକ ଲୋକ ଏବେଠାରୁ ଟ୍ରିପ୍ ରେ ବାହାରି ସାରିଛନ୍ତି । ତେବେ ବଡ଼ଦିନ ଓ ନୂଆବର୍ଷରେ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ (Nandankanan Zoological Park) ପକ୍ଷରୁ ଆସିଛି ଖୁସି ଖବର ।

ସୂଚନାଯୋଗ୍ୟ, ସାଧାରଣତଃ ପ୍ରତି ସୋମବାର ନନ୍ଦନକାନନ (Nandankanan) ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥାଏ । ତେବେ ଉଭୟ ବଡ଼ଦିନ ଓ ନୂଆ ବର୍ଷ ସୋମବାର ପଡୁଥିବାରୁ ପର୍ଯ୍ୟଟକଙ୍କୁ ନୂଆବର୍ଷର ଭେଟି ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଆଜି ସୋମବାର ହୋଇଥିଲେ ମଧ୍ଯ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲା ରହି ପରଦିନ ଅର୍ଥାତ୍ ମଙ୍ଗଳବାର ଦିନ ବନ୍ଦ ରହିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶ ସନତ କୁମାର ସୂଚନା ଦେଇଛନ୍ତି । ଏଥର ବଡ଼ଦିନ ଓ ନୂଆବର୍ଷରେ ପର୍ଯ୍ୟଟକ ସଂଖ୍ୟା ସାଧାରଣତଃ ଅଧିକ ରହିବା ନେଇ ସମ୍ଭବନା ଥିବାରୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ସୋମବାର ନନ୍ଦନକାନନ ଖୋଲା ରଖିବାରୁ ନିଷ୍ପତି ନିଆଯାଇଛି ।  ସରକାରୀ ନିର୍ଦ୍ଦେଶାନାମା ଅନୁଯାୟୀ, ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ବଡ଼ ଦିନ, ନୂଆବର୍ଷ, ଦଶହରା, ରଜସଂକ୍ରାନ୍ତି ସୋମବାର ପଡୁଥିଲେ ଏହିଦିନ ନନ୍ଦନକାନନ ଖୋଲା ରହି ପରଦିନ ଅର୍ଥାତ୍ ମଙ୍ଗଳବାର ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

Also Read-Puri: ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ନେଇ ଦେଶର ପ୍ରମୁଖ ଦେବପୀଠକୁ ଯିବ ନିମନ୍ତ୍ରଣ

ପ୍ରକାଶ ଥାଉ କି, ରବିବାର ଦିନ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଥି୍ଲା । ଛୁଟି ଦିନ ଥିବାରୁ ସକାଳୁ ସକାଳୁ ଭିଡ଼ ଜମିଥିଲା । ତେବେ ରବିବାର ନନ୍ଦନକାନନକୁ ପ୍ରାୟ ୩୯ ୫୪୮ ଜଣ ପର୍ଯ୍ୟଟକ ଆସିଥିବା ବେଳେ ବଟାନିକାଲ ଗାର୍ଡ଼େନକୁ ୫ ହଜାର ୨୪୯ ଜଣ ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି । ଭିଡ଼କୁ ଦୃଷ୍ଟିରେ ରଖି ନନ୍ଦନକାନନ ପକ୍ଷରୁ ଅଧିକ ୬ଟି ଟିକେଟ୍ କାଉଣ୍ଟର ଖୋଲାଯାଇଥିଲା ।