Ganjam News: ଦିବ୍ୟାଙ୍ଗ ମହିଳା ହୋଇପାରିଛନ୍ତି ସଫଳ ଉଦ୍ୟୋଗୀ, ପଢନ୍ତୁ ସଫଳତାର କାହାଣୀ
Advertisement
Article Detail0/zeeodisha/odisha1716479

Ganjam News: ଦିବ୍ୟାଙ୍ଗ ମହିଳା ହୋଇପାରିଛନ୍ତି ସଫଳ ଉଦ୍ୟୋଗୀ, ପଢନ୍ତୁ ସଫଳତାର କାହାଣୀ

Divyang Women Entrepreneurs: ନିଜେ ଦିବ୍ୟାଙ୍ଗ ହେବା ସତ୍ତ୍ୱେ କେବେ ଭାଙ୍ଗି ପଡିନାହାଁନ୍ତି ସେ। ଅନ୍ୟମାନଙ୍କ ଭଳି କିଛି କରିବା ଇଚ୍ଛା ଆଜି ତାଙ୍କୁ ଜଣେ ସଫଳ ଉଦ୍ୟୋଗୀରେ ପରିଣତ କରିଛି।

 

 

Ganjam News: ଦିବ୍ୟାଙ୍ଗ ମହିଳା ହୋଇପାରିଛନ୍ତି ସଫଳ ଉଦ୍ୟୋଗୀ, ପଢନ୍ତୁ ସଫଳତାର କାହାଣୀ

Divyang Women Success Story: ଦିବ୍ୟାଙ୍ଗ ହୋଇ ମଧ୍ୟ୍ୟ ସେ ପାଲଟିଛନ୍ତି ସ୍ୱାବଲମ୍ବୀ। କେବଳ ସେତିକି ନୁହେଁ ବ୍ଲକର ସମସ୍ତ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କୁ ସ୍ୱାବଲମ୍ବୀ କରାଇବାକୁ ରଖିଛନ୍ତି ଲକ୍ଷ୍ୟ। ଏଭଳି ମହତ ଉଦ୍ଦେଶ୍ୟ ରଖି କାମରେ ଲାଗିପଡିଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏରେଣ୍ଡ୍ରା ପଞ୍ଚାୟତ ଡି.ଆମ୍ବଠା ଗ୍ରାମର ସେନାପତି ନାହାକଙ୍କ ଝିଅ ପୁଷ୍ପାଞ୍ଜଳି ନାହାକ। ଛୋଟ ବେଳୁ ପୁଷ୍ପାଞ୍ଜଳି ଦୁଇଟି ଗୋଡ଼ ହରାଇ ସମ୍ପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ ହୋଇଥିବା ବେଳେ ସଠିକ୍ ଭାବରେ ଚାଲି ପାରୁନଥିଲେ। 

ହେଲେ ଦିବ୍ୟାଙ୍ଗ ହେବା ସତ୍ତ୍ୱେ କେବେ ଭାଙ୍ଗି ପଡିନାହାଁନ୍ତି। ଅନ୍ୟମାନଙ୍କ ଭଳି କିଛି କରିବା ଇଚ୍ଛା ଆଜି ତାଙ୍କୁ କରିଛି ଜଣେ ସଫଳ ଉଦ୍ୟୋଗୀ। ପୁଷ୍ପାଞ୍ଜଳି ନାହାକଙ୍କ ପାଇଁ ଟ୍ରାଇ ସାଇକେଲ ସାଜିଛି ତାଙ୍କ ଗୋଡ଼। ତାଙ୍କର ସମ୍ପତ୍ତି କହିଲେ ଗୋଟିଏ ଘର ବ୍ୟତୀତ ଅନ୍ୟ କିଛି ନାହିଁ। ପିଲା ଦିନରୁ କିଛି କରିବା ଆଶା ନେଇ ବହୁ ଧାର କରଜ ଏକା ସିଲେଇ ମେସିନ କିଣି ସିଲେଇ କରି ଆସୁଥିଲେ। କୋରାନା ମହାମାରୀ ସମୟରେ ପୁଷ୍ପାଞ୍ଜଳି ନିଜ ମୋବାଇଲ ମାଧ୍ୟମରେ ୟୁଟ୍ୟୁବ ଭିଡ଼ିଓ ଦେଖିବା ପେପର ପ୍ଲେଟ ମେସିନ ଆଣିବା ପାଇଁ ମନ ବଳାଇ ଥିଲେ। ହେଲେ ଅର୍ଥ ଅଭାବରୁ ତାଙ୍କର ପେପର ପ୍ଲେଟ କିଣିବା ଆଶା କେବଳ ଆଶାରେ ରହିଯାଇଥିଲା।‌ ଏମିତିକି ସ୍ଥାନୀୟ ବ୍ୟାଙ୍କ ଶାଖାକୁ ଯାଇ ଲୋନ ପାଇଁ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ୍ୟ କିଛି ସୁଫଳ ମିଳିନଥିଲା। ଫଳରେ ସେ ନିଜର ସମ୍ପର୍କୀୟ ଜଣେ ଭଉଣୀ ଏବଂ ନିଜର ଗ୍ରାମର କିଛି ମହିଳାଙ୍କ ଠାରୁ କିଛି କିଛି ଟଙ୍କା ଧାର ମାଗିଥିଲେ। ସେମାନେ ଟଙ୍କା ଦେବାରୁ ସେ ୮୫ ହଜାର ଟଙ୍କା ଦେଇ ଏକ ପେପର ପ୍ଲେଟ ମେସିନ କିଣିଥିଲେ।

ପ୍ରଥମେ ପେପର ପ୍ଲେଟ ବଜାରରେ ଭଲ ଦରରେ ବିକ୍ରି ହେଉଥିବା ବେଳେ କିଛି ମହିଳାଙ୍କୁ ମଧ୍ୟ୍ୟ ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ ପୁଷ୍ପା ନାହାକ। ବଜାରରେ ପ୍ଲେଟ ମେସିନ ଅତ୍ୟଧିକ ବଢିଯାଇଥିବା ହେତୁ ପୁଷ୍ପାଞ୍ଜଳିଙ୍କ ପେପର ପ୍ଲେଟ ବଜାରରେ ଚାହିଦା କମିଯାଇଥିଲା। ଯାହା ଫଳରେ ସେ ନିଜେ ହିଁ ମେସିନ ମାଧ୍ୟ୍ୟମରେ ପେପର ପ୍ଲେଟ ତିଆରି କରି ଆଖପାଖ ବଜାରକୁ ନେଇ ସାଇକେଲ ଯୋଗେ ବିକ୍ରି କରିଥାନ୍ତି। ପୁଷ୍ପାଞ୍ଜଳି ଲୋକଙ୍କ ଠାରୁ ଆଣିଥିବା ହାତ ଉଧାରୀ ଟଙ୍କାରୁ କିଛି କିଛି ଶୁଝି ଥିବା ବେଳେ ଅନ୍ୟ କିଛି ଜଣଙ୍କ ଟଙ୍କା ଆଜି ପର୍ଯ୍ୟନ୍ତ ଦେଇ ପାରିନାହାଁନ୍ତି। 

ହେଲେ ଦୁଇ ବର୍ଷ ହେବ ଯଦି କେଉଁ ମାସରେ ପ୍ଲେଟ ବିକ୍ରି ହେଉଛି ଆଉ କିଛି ମାସ ମାସ ଧରି ହେଇପାରେ ନାହିଁ ବିକ୍ରି। ଯାହା ଫଳରେ ସେ କଞ୍ଚାମାଲ ମଧ୍ୟ୍ୟ କିଣି ପାରନ୍ତି ନାହିଁ। ପୁଷ୍ପାଞ୍ଜଳି ନିଜେ ଯାହା ରୋଜଗାର କରନ୍ତି ସେଥିରେ ହିଁ ତାଙ୍କର ବୃଦ୍ଧା ବାପା ମାଆଙ୍କ ସମସ୍ତ ଦାୟିତ୍ୱ ନେଇ ପରିବାର ଚଳାଇବା ବହୁତ କଷ୍ଟକର ବୋଲି କହିଛନ୍ତି। ତାଙ୍କୁ ସରକାରୀ ସହାୟତା ବାବଦରେ ମାସିକ ୫ କେଜି ଚାଉଳ ଏବଂଲ ୭ ଶହ ଟଙ୍କା ଭତ୍ତା ମିଳୁଛି। ହେଲେ ୧୦ ମାସ ହେବ ୫ ଶହ ଟଙ୍କା ମିଳୁଛି। 

ଭତ୍ତା ବାବଦରେ ପୁଷ୍ପାଞ୍ଜଳି ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଗୁହାରି ଜଣାଇଛନ୍ତି। ହେଲେ କୌଣସି ସୁଫଳ ମିଳିନଥିବା ପ୍ରକାଶ କରିଛନ୍ତି। ପୁଷ୍ପାଞ୍ଜଳି ନାହାକଙ୍କ ସମସ୍ୟା ସମ୍ପର୍କରେ ସାନଖେମୁଣ୍ଡି ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା ପାଇଁ ଆମେ ସମ୍ପର୍କ କରିଥିଲେ ମଧ୍ୟ ତାହା ସମ୍ଭବଲ ହୋଇ ପାରିନାହିଁ। ପ୍ରଶାସନ ଦୃଷ୍ଟି ଦେବା ସହ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେଲେ ସେ ନିଜେ ଚଳିବା ସହ ଅନ୍ୟ ପରିବାରକୁ ମଧ୍ୟ ଚଳାଇ ପାରିବେ ବୋଲି ଆଶା ରଖିଛନ୍ତି।