High court nurse recruitment 2023: ନର୍ସିଂ ନିଯୁକ୍ତି ପ୍ରକ୍ରିୟା ଉପରୁ କଟକଣା ହଟାଇଲେ ହାଇକୋର୍ଟ, ଜାଣନ୍ତୁ କ’ଣ ବଦଳିଲା ନିୟମ
Advertisement
Article Detail0/zeeodisha/odisha1836078

High court nurse recruitment 2023: ନର୍ସିଂ ନିଯୁକ୍ତି ପ୍ରକ୍ରିୟା ଉପରୁ କଟକଣା ହଟାଇଲେ ହାଇକୋର୍ଟ, ଜାଣନ୍ତୁ କ’ଣ ବଦଳିଲା ନିୟମ

High court nurse recruitment: ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ଅଶୁଙ୍କ ହଟିଥିବା ବେଳେ ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ । ଫଳରେ ୩୦ଟି ଜିଲ୍ଲା ମେଡ଼ିକାଲ ଓ ୩ଟି ମେଡ଼ିକାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ସ୍ବାଭାବିକ ହେବ ।

ସୌ(ସୋସିଆଲ ମିଡିଆ)

High court nurse recruitment 2023: ନର୍ସିଂ ପଦବୀ ପୂରଣ ପାଇଁ ଫିଟିଲା ବାଟ । ଏଣିକି ସ୍ବାଭାବିକ ଚାଲିବ ନର୍ସ, ଫାର୍ମାଷିଷ୍ଟ, ପାରା ମେଡି଼କାଲ ଷ୍ଟାଫ ନିଯୁକ୍ତି । ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ଅଶୁଙ୍କ ହଟିଥିବା ବେଳେ ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ । ଫଳରେ ୩୦ଟି ଜିଲ୍ଲା ମେଡ଼ିକାଲ ଓ ୩ଟି ମେଡ଼ିକାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ସ୍ବାଭାବିକ ହେବ ।

ସୂଚନା ଅନୁଯାୟୀ, ନର୍ସିଂ ଅଫିସର ନିଯୁକ୍ତିକୁ ନେଇ ଆଜି ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି । ଫଳରେ ୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ନେଇ ବାଟ ଫିଟିଛି । ମେ ୧ ତାରିଖର ଅନ୍ତରୀଣ ନିର୍ଦ୍ଦେଶରେ ହାଇକୋର୍ଟ ପରିବର୍ତ୍ତନ କରିଛନ୍ତି । କେବଳ ଆବେଦକାରୀ ଫାର୍ମାସିଷ୍ଟଙ୍କ ପାଇଁ ପଦବୀ ସଂରକ୍ଷିତ ରହିବ । ଅନ୍ୟ ପଦବୀରେ ସରକାର ନିଯୁକ୍ତି ଦେଇପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିଯୁକ୍ତିରେ ଅଗ୍ରାଧିକାର ନେଇ ଫାର୍ମାସିଷ୍ଟ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ । କରୋନା ଯୋଦ୍ଧା ହିସାବରେ ଅଗ୍ରାଧିକାର ଦାବି କରିଥିଲେ । ମେ' ୧ ତାରିଖରେ ନିଯୁକ୍ତି ଉପରେ ହାଇକୋର୍ଟ ରୋକ୍ ଲଗାଇଥିଲେ। ଏହାପରେ ନର୍ସିଂ ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଆଜି ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ କଟକଣା ହଟାଇଛନ୍ତି ।

Also Read-Puri Jagannath Temple: ବୁଧବାର ଶ୍ରୀଜିଉଙ୍କ ବନକଲାଗି ନୀତି, ଏତିକି ସମୟ ବନ୍ଦ ରହିବ ସାଧାରଣ ଦର୍ଶନ

Also Read-Road Accident: ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୦ ଯାତ୍ରୀ ଆହତ