Odisha News: ଆଇଏଏସ ସ୍ତରରେ ଅଦଳବଦଳ, ବିଷ୍ଣୁପଦ ସେଠୀଙ୍କୁ ମିଳିଲା ନୂଆ ଦାୟିତ୍ବ
Advertisement

Odisha News: ଆଇଏଏସ ସ୍ତରରେ ଅଦଳବଦଳ, ବିଷ୍ଣୁପଦ ସେଠୀଙ୍କୁ ମିଳିଲା ନୂଆ ଦାୟିତ୍ବ

Reshuffle at IAS level: ରବିବାର ଦିନ ରାଜ୍ୟରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ବିଷ୍ଣୁପଦ ସେଠୀ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ ଦାୟିତ୍ବ ଦିଆଯାଇଛି।

ସୌ(ସୋସିଆଲ ମିଡିଆ)

Reshuffle at IAS level: ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ମୋଟ ୮ ଜଣ ଆଇଏସସଙ୍କୁ ବଦଳି କରିଛନ୍ତି ସରକାର । ସୂଚନା ଅନୁଯାୟୀ, ରବିବାର ଦିନ ରାଜ୍ୟରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ବିଷ୍ଣୁପଦ ସେଠୀ (Bishnupad Sethi) ପ୍ରମୁଖ ଶାସନ ସଚିବ (Principal Secretary) ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ ( Social Security and Empowerment of Persons With Disabilities Department) ଦାୟିତ୍ବ ଦିଆଯାଇଛି। ସେହିପରି ଭାସ୍କର ଜ୍ୟୋତି ଶର୍ମା (Bhaskar Jyoti Sarma) ସେଟେଲମେଣ୍ଟ କମିଶନର (Commissioner of Land Records & Settlement) ଭାବେ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ ବି. ପରମେଶ୍ୱରନଙ୍କୁ ମିଳିଛି ଚକବନ୍ଦୀ କମିଶନର, ଜ୍ୟୋତିପ୍ରକାଶ ଦାଶ ପଞ୍ଚାୟତିରାଜ ନିର୍ଦ୍ଦେଶକ ଓ ଅରିନ୍ଦମ୍ ଡାକୁଆଙ୍କୁ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି । ଏପଟେ ଇନ୍ଦ୍ରମଣି ତ୍ରିପାଠୀ ଏସସି ଓ ଏସଟି ବିଭାଗର ନିର୍ଦ୍ଦେଶକ ଓ ସୁବ୍ରତ ଶତପଥୀଙ୍କୁ ରେଜିଷ୍ଟ୍ରେସନ ବିଭାଗର ଇନସ୍ପେକ୍ଟର ଜେନେରାଲ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।

Also Read-Odisha News: ବାଦାମବାଡ଼ିରେ ବିଶ୍ୱନାଥପଣ୍ଡିତଙ୍କ ସ୍ମୃତିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ ଓ ହଲ, ଖର୍ଚ୍ଚ ହେବ ଏତିକି କୋଟି

Also Read- Road Accident: ଜୀବନ ନେଉଛି ମର୍ଣ୍ଣିଂୱାକ୍, ସକାଳୁ ସକାଳୁ ଟ୍ରକ୍ ଭ୍ୟାନ ଚାପାରେ ତିନି ମୃତ