Odisha Election 2024: ବିଜେଡି ଛାଡିଲେ ପୂର୍ବତନ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ
Advertisement

Odisha Election 2024: ବିଜେଡି ଛାଡିଲେ ପୂର୍ବତନ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ

Odisha Election 2024: ଜଗତସିଂହପୁର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳରୁ ପ୍ରଶାନ୍ତ ମୁଦୁଲିଙ୍କୁ ଦଳ ସୁପ୍ରିମୋ ପୁନର୍ବାର ପ୍ରାର୍ଥୀ ଘୋଷଣା କରିବା ପରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବିଦ୍ରୋହ ଜୋର ଧରିଛି । 

Odisha Election 2024: ବିଜେଡି ଛାଡିଲେ ପୂର୍ବତନ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ

Odisha Election 2024: ଜଗତସିଂହପୁର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳରୁ ପ୍ରଶାନ୍ତ ମୁଦୁଲିଙ୍କୁ ଦଳ ସୁପ୍ରିମୋ ପୁନର୍ବାର ପ୍ରାର୍ଥୀ ଘୋଷଣା କରିବା ପରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବିଦ୍ରୋହ ଜୋର ଧରିଛି । ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ଆଶାୟୀ ଥିବା ବେଳେ ଗତକାଲି ତାଙ୍କୁ ଟିକେଟ ନମିଳିବାରୁ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।ଅମରେନ୍ଦ୍ରଙ୍କୁ ଟିକେଟ ଦେବା ପ୍ରତିଶ୍ରୁତି ନେଇ ଦଳ ପ୍ରତାରଣା କରିଥିବାରୁ ଦଳୀୟ କର୍ମୀ ମାନେ ଏହାକୁ ନିନ୍ଦା କରିବା ସହିତ ସମୂହ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି ।ଏହା ସହିତ ବିଜେଡି କର୍ମୀମାନେ ବିଜେଡ଼ି ପତାକା ଓ ବ୍ୟାନର ପୋଡିଥିଲେ । ଆସନ୍ତାକାଲି ଅମରେନ୍ଦ୍ର ଦାସ ବିଜେପିରେ ଯୋଗ ଦେବା ଆନୁଷ୍ଠାନିକ ଭାବରେ ଘୋଷଣା କରିବା ସହିତ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।ଦଳୀୟ ଟିକେଟ ନମିଳିବାରୁ ଗତକାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେଇଥିଲେ ଇସ୍ତଫା ଅମରେନ୍ଦ୍ର ।

ALSO READ: Odisha Election 2024: ବିଜେପିରେ ମିଶିବା ପରେ ବିଜେଡ଼ି ଉପରେ ବର୍ଷିଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଦେଖନ୍ତୁ ଏହି ଭିଡିଓ