Odisha Eelection 2024: ଆଜି ବିଜେଡି଼ରେ ସାମିଲ ହେବେ ଗଣେଶ୍ବର
Advertisement

Odisha Eelection 2024: ଆଜି ବିଜେଡି଼ରେ ସାମିଲ ହେବେ ଗଣେଶ୍ବର

Odisha Eelection 2024: ପାଖେଇ ଆସୁଛି ନିର୍ବାଚନ। ଟିକେଟ୍ ନ ମିଳିବାରୁ ରାଜନେତାମାନେ ଗୋଟିଏ ଦଳରୁ ଅନ୍ୟ ଏକ ଦଳକୁ ଯାଉଛନ୍ତି । ଦଳ ଡିଆଁ ରାଜନୀତି ସହ ମିଶ୍ରଣ ପର୍ବ ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ କଂଗ୍ରେସ୍ ଛାଡିଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଆଜି ନିଜ ଅନୁଗତ ଓ ସମର୍ଥକଙ୍କ ସହ  ଶଙ୍ଖ ଭବନରେ ବିଜେଡିରେ ସାମିଲ୍ ହେବେ।  

Odisha Eelection 2024: ଆଜି ବିଜେଡି଼ରେ ସାମିଲ ହେବେ ଗଣେଶ୍ବର

Odisha Eelection 2024: ପାଖେଇ ଆସୁଛି ନିର୍ବାଚନ। ଟିକେଟ୍ ନ ମିଳିବାରୁ ରାଜନେତାମାନେ ଗୋଟିଏ ଦଳରୁ ଅନ୍ୟ ଏକ ଦଳକୁ ଯାଉଛନ୍ତି । ଦଳ ଡିଆଁ ରାଜନୀତି ସହ ମିଶ୍ରଣ ପର୍ବ ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ କଂଗ୍ରେସ୍ ଛାଡିଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଆଜି ନିଜ ଅନୁଗତ ଓ ସମର୍ଥକଙ୍କ ସହ  ଶଙ୍ଖ ଭବନରେ ବିଜେଡିରେ ସାମିଲ୍ ହେବେ।  ବିଜେଡିରେ ସାମିଲ୍ ହେବା ନେଇ ଗଣେଶ୍ବର ଗତକାଲି ସୂଚନା ଦେଇଥିଲେ।  

ALSO READ: Odisha Election 2024: ରାଜନୀତିର ପଶା ପାଲିରେ ଦାଦା ଫେଲ ପୁତୁରା ପାସ

ଆଜି ସକାଳ ପ୍ରାୟ ୧୧ଟା ବେଳେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା  ଓ ଶୀର୍ଶ ନେତୃତ୍ବଙ୍କ ଉପସ୍ଥିତିରେ ସେ ସାମିଲ୍ ହେବେ। ଏଥିପାଇଁ ଗଣେଶ୍ବରଙ୍କ ପ୍ରସ୍ତୁତି ସରିଛି। ପ୍ରାୟ ୨ ହଜାରରୁ  ଅଧିକ ନେତା ,କର୍ମୀ ସାମୁହିକ ଭାବେ ବିଜେଡିରେ ଯୋଗଦାନ କରିବେ। ସୂଚନା ଯୋଗ୍ୟ ଯେ,  ଏପ୍ରିଲ୍ ୨ରେ ଗଣେଶ୍ବର ବେହେରା କଂଗ୍ରେସର ପ୍ରାଥମିକ ସଦସ୍ଯ ପଦରୁ ଇସ୍ତଫା ଦେଇଥିଲେ।  ଏ ନେଇ ସେ ପିସିସି ସଭାପତିଙ୍କ ପାଖକୁ ଇସ୍ତଫାପତ୍ର ପଠାଇଥିଲେ। ତେଣୁ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାକୁ ପିସିସି ସଭାପତିଙ୍କୁ ଅନୁରୋଧ କରିଥିଲେ ଗଣେଶ୍ବର।