odisha chse exam: ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ୨ ଛାତ୍ରଛାତ୍ରୀ । ୨୦ ମାର୍କର ଦେବେ ଆସେସମେଣ୍ଟ ପରୀକ୍ଷା। ଉଭୟ ଆସେସମେଣ୍ଟ ଓ ଥିଓରୀ ପରୀକ୍ଷାକୁ ମିଶାଇ ୧୦୦ ମାର୍କର ପରୀକ୍ଷା ଦେବେ ସେମାନେ। ୧୦୦ ରୁ ୨୪ ମାର୍କ ରଖିଲେ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପାସ୍ କରିବେ।
Trending Photos
ଭୁବନେଶ୍ଵର: ବଦଳିଛି ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା। ଏହାସହ ମାର୍କିଂ ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ ହୋଇଛି। ନୂଆ ଢାଞ୍ଚାରେ ଚଳିତ ଥର ଦିଆଯିବ ମାର୍କ। ପ୍ରାକ୍ଟିକାଲ ନଥିବା ବିଷୟର ହେବ ୮୦ ମାର୍କର ପରୀକ୍ଷା। ୮୦ ମାର୍କରୁ ୨୪ ମାର୍କ ରଖିଲେ ପାସ୍ ହେବେ ପରୀକ୍ଷାର୍ଥୀ। ଚଳିତବର୍ଷ ଏଭଳି ପଦକ୍ଷେପ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।
ପିଲାଙ୍କୁ ବୋର୍ଡ ପରୀକ୍ଷା ଚାପ କମାଇବା ଓ ଭଲ ନମ୍ବର ସ୍କୋର୍ କରିବା ପାଇଁ ନେସନାଲ ଢାଞ୍ଚାରେ ପରୀକ୍ଷା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ପୂର୍ବରୁ ମାର୍କିଙ୍ଗ ଢାଞ୍ଚା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ପିଲାମାନେ ବୋର୍ଡରେ ଭଲ ନମ୍ବର ରଖି ପାରୁନଥିଲେ। ଏଣୁ ପିଲାଙ୍କ ସୁବିଧା ପାଇଁ ନୂଆ ଢାଞ୍ଚାରେ ଚଳିତ ଥର ମାର୍କ ଦିଆଯିବ। ସେହିଭଳି ଚଳିତ ବର୍ଷ ପାସ୍ ହାର ବୃଦ୍ଧି କରିବାକୁ CBSE ଢାଞ୍ଚାରେ ପରୀକ୍ଷା କରାଯାଉଛି। ୮୦ ମାର୍କରୁ ୨୦ ମାର୍କର ମଲ୍ଟିପଲ ଚଏଚ୍ ପ୍ରଶ୍ନ ରହିବ।
ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ୨ ଛାତ୍ରଛାତ୍ରୀ । ୨୦ ମାର୍କର ଦେବେ ଆସେସମେଣ୍ଟ ପରୀକ୍ଷା। ଉଭୟ ଆସେସମେଣ୍ଟ ଓ ଥିଓରୀ ପରୀକ୍ଷାକୁ ମିଶାଇ ୧୦୦ ମାର୍କର ପରୀକ୍ଷା ଦେବେ ସେମାନେ। ୧୦୦ ରୁ ୨୪ ମାର୍କ ରଖିଲେ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପାସ୍ କରିବେ।