Nandankanan: ନନ୍ଦନକାନନରେ ଆରମ୍ଭ ହେଲା ଡ଼ିଜିଟାଲ ବୁକିଂ, ଜାଣନ୍ତୁ କେମିତି କରିବେ ଟିକେଟ୍
Advertisement
Article Detail0/zeeodisha/odisha1925696

Nandankanan: ନନ୍ଦନକାନନରେ ଆରମ୍ଭ ହେଲା ଡ଼ିଜିଟାଲ ବୁକିଂ, ଜାଣନ୍ତୁ କେମିତି କରିବେ ଟିକେଟ୍

 Nandankanan: ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ନନ୍ଦନକାନନ (Nandankanan) ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ଟିକେଟ୍ ପାଇଁ ଆଉ ଲାଗିବନି ଲମ୍ବା ଲାଇନ । ହ୍ବାର୍ଟସଆପ (whatsapp) ଜରିଆରେ ବୁକ ହେବ ଟିକେଟ୍ ।

ସୌ(ସୋସିଆଲ ମିଡିଆ)

Digital Booking Started in Nandankanan: ଆଉ କିଛି ଦିନ ପରେ ରାଜ୍ୟରେ ଆରମ୍ଭ ହେବ ଶୀତର ଲହରୀ । ତେବେ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ନନ୍ଦନକାନନ (Nandankanan) ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ଟିକେଟ୍ ପାଇଁ ଆଉ ଲାଗିବନି ଲମ୍ବା ଲାଇନ । ହ୍ବାର୍ଟସଆପ (whatsapp) ଜରିଆରେ ବୁକ ହେବ ଟିକେଟ୍ ।

ସୂଚନା ଅନୁଯାୟୀ, ନନ୍ଦନକାନନରେ ଆରମ୍ଭ ହୋଇଛି ଡ଼ିଜିଟାଲ ବୁକିଂ (Digital Booking)। ଏଣିକି ନନ୍ଦନକାନନ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ଟିକେଟ୍ ପାଇଁ ଧାଡ଼ିରେ ଠିଆ ହେବାକୁ ପଡ଼ିବନି । କାରଣ ଏବେ ହ୍ବାର୍ଟସଆପ ମାଧ୍ୟମରେ ଗୋଟିଏ ମିନିଟ୍ ରେ ବୁକ ହେବ ଟିକେଟ୍ । ଶନିବାର ଦିନ ଏକ କାର୍ଯ୍ୟକ୍ରମରେ ଅନଲାଇନ ଟିକେଟ୍ ବୁକିଂ ସୁବିଧାର ଉଦଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ (Pradip Kumar Amat) । ହ୍ବାର୍ଟସଆପ କ୍ୟୁଆର କୋର୍ଡ଼କୁ (Whatsapp QR Code) ସ୍କାନ୍ କରିହେବ ଟିକେଟ୍ (Ticket) । କେବଳ ସ୍କାନ୍ ନୁହେଁ ନନ୍ଦନକାନନ ପକ୍ଷରୁ ହ୍ବାର୍ଟସଆପ ନମ୍ୱର ମଧ୍ଯ ଜାରି କରାଯାଇଛି । ୭୮୭୧୮୪୪୮୫୬ ନମ୍ବର୍ ରେ ମେସେଜ କରି ଆପଣ ଅନଲାଇନ୍ ଟିକେଟ ବୁକିଂ (Ticket Booking) କରିପାରିବେ। ତେବେ ୩ଟି ଭାଷାରେ ଟିକେଟ୍ ବୁକିଂ ହେଉଥିବା ବେଳେ ଏହି ଟିକେଟର ଅବଧି ଗୋଟିଏ ଦିନ ରଖାଯାଇଛି । ତେବେ ଦେଶର ଅନ୍ୟ କୌଣସି ପ୍ରାଣୀ ଉଦ୍ୟାନ (Zoo) ରେ ଏହି ସେବା ଉପଲବ୍ଧ ହୋଇନାହିଁ ।

Also Read-Weather Update: ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ, ଆଜି ୪ ଜିଲ୍ଲାରେ ବର୍ଷା ସମ୍ଭାବନା

ତେବେ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ନନ୍ଦନକାନନରେ (Nandankanan) ପର୍ଯ୍ୟଟକଙ୍କ ନାହିଁ ନଥି୍ବା ଭିଡ଼ ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ହ୍ବାର୍ଟସଆପ ମାଧ୍ୟମରେ ଟିକେଟ୍ ବୁକିଂ ଯୋଗୁଁ କମ୍ ସମୟ ଲାଗିବା ସହ ଲମ୍ବା ଧାଡ଼ିରୁ ପର୍ଯ୍ୟଟକଙ୍କୁ ମୁକ୍ତି ମିଳିବ।