baijayant panda: ବିଜେପି ଉପସଭାପତିଙ୍କୁ ହତ୍ୟା ଧମକ, ଦିଲ୍ଲୀ ପୁଲିସରେ ଏତଲା
Advertisement
Article Detail0/zeeodisha/odisha1881497

baijayant panda: ବିଜେପି ଉପସଭାପତିଙ୍କୁ ହତ୍ୟା ଧମକ, ଦିଲ୍ଲୀ ପୁଲିସରେ ଏତଲା

 ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ମିଳିଛି। ଏନେଇ  ସେ ଦିଲ୍ଲୀ ପୁଲିସରେ ମାମଲା ରୁଜୁ କରିଛନ୍ତି। ଦିଲ୍ଲୀରେ ଥିବାବେଳେ କେହି ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଫୋନ୍‍ କରିଥିଲେ। ତାଙ୍କର ସହଯୋଗୀ ଏହି ଫୋନ୍‍ ଉଠାଇଥିଲେ। 

baijayant panda: ବିଜେପି ଉପସଭାପତିଙ୍କୁ ହତ୍ୟା ଧମକ, ଦିଲ୍ଲୀ ପୁଲିସରେ ଏତଲା

baijayant panda: ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ମିଳିଛି। ଏନେଇ  ସେ ଦିଲ୍ଲୀ ପୁଲିସରେ ମାମଲା ରୁଜୁ କରିଛନ୍ତି। ଦିଲ୍ଲୀରେ ଥିବାବେଳେ କେହି ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଫୋନ୍‍ କରିଥିଲେ। ତାଙ୍କର ସହଯୋଗୀ ଏହି ଫୋନ୍‍ ଉଠାଇଥିଲେ। ଏଥିରେ ତାଙ୍କୁ ହତ୍ୟା ଧମକ ସେହି ଯୁବକ ଦେଇଥିବା ନେଇ ଦିଲ୍ଲୀ ପୁଲିସରେ ଅଭିଯୋଗ ହୋଇଚି। 

ମିଳିଥିବା ସୂଚନା ଅନୁସାରେ ଉକ୍ତ ଯୁବକ ବୈଜୟନ୍ତଙ୍କୁ ନବ ଦାସଙ୍କ ଭଳି ଦଶା ଭୋଗିବାକୁ ହେବ ବୋଲି କହିଥିଲେ। ସମ୍ପୃକ୍ତ ଯୁବକଙ୍କ ପରିଚୟ ନଥିବାରୁ ବୈଜୟନ୍ତ ଏହି ଘଟଣାର ତଦନ୍ତ ପାଇଁ  ପୁଲିସ ସହାୟତା ନେଇଛନ୍ତି। ବୈଜୟନ୍ତ ବିଜୁ ଜନତା ଦଳର ସାଂସଦ ଭାବେ ଅତୀତରେ କାର୍ଯ୍ୟ କରିଛନ୍ତି। ଗତ ନିର୍ବାଚନ ସମୟରେ ତାଙ୍କୁ ବିଜେଡି ଦଳରୁ ନିଲମ୍ବିତ କରିବାରୁ ସେ ବିଜେପିରେ ଯୋଗ ଦେଇଥିଲେ। ଏବେ ସେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଭାବେ କାର୍ଯ୍ୟରତ। ବୈଜୟନ୍ତଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡାଙ୍କ ନାମରେ ଓଟିଭି ନେଟ୍‍ଓ୍ୱର୍କର ମାଲିକାନା ରହିଛି।

Also Read: India vs Canada: କାନାଡ଼ା ନାଗରିକଙ୍କ ପାଇଁ ଭିସା ରଦ୍ଦ କଲେ ଭାରତ ସରକାର 

Watch Video: କୁଲି ସାଜି ଷ୍ଟେସନରେ ଯାତ୍ରୀଙ୍କ ବ୍ୟାଗ୍ ଉଠାଇଲେ ରାହୁଲ ଗାନ୍ଧୀ 

Also Read: India Canada Row: କାନାଡାର ନାଲିଆଖି ପରେ ଚୁପ୍ ନାହିଁ ଭାରତ, ତିନି ଦିନରେ ଦେଲା ଏହି ତିନୋଟି ବଡ଼ ଝଟକା