ନଭେମ୍ବରରୁ ସୋହେଲାରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ
Advertisement
Article Detail0/zeeodisha/odisha2454560

ନଭେମ୍ବରରୁ ସୋହେଲାରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେ କହିଛନ୍ତି ଯେ, ସୋହେଲାରେ ପୂର୍ବ ସରକାର ଚାଷୀଙ୍କୁ ୧୦୦ ଟଙ୍କା ଲେଖାଏଁ ବୋନସ ଦେବାକୁ ଘୋଷଣା କରିଥିଲେ । ମାତ୍ର ତାହା କାର୍ଯ୍ୟକାରୀ କରିନଥିଲେ । ବିଜେପି ସରକାର ନିଜର ପ୍ରତିଶ୍ରୁତି ମୁତାବକ ଚାଷୀଙ୍କଠାରୁ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ ସଂଗ୍ରହ କରିବ ।

ନଭେମ୍ବରରୁ ସୋହେଲାରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ

ଭୁବନେଶ୍ୱର. ଚଳିତ ଖରିଫ ଋତୁ ପାଇଁ ଆସନ୍ତା ନଭେମ୍ବର ମାସରୁ ବରଗଡର ସୋହେଲାରୁ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ।  ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କୁଇଣ୍ଟାଲ ପିଛା ୮୦୦ ଶହ ଟଙ୍କା ଅଧିକ ଦେଇ ଧାନ କିଣା ଆରମ୍ଭ କରିବେ ବୋଲି ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେ କହିଛନ୍ତି ଯେ, ସୋହେଲାରେ ପୂର୍ବ ସରକାର ଚାଷୀଙ୍କୁ ୧୦୦ ଟଙ୍କା ଲେଖାଏଁ ବୋନସ ଦେବାକୁ ଘୋଷଣା କରିଥିଲେ । ମାତ୍ର ତାହା କାର୍ଯ୍ୟକାରୀ କରିନଥିଲେ । ବିଜେପି ସରକାର ନିଜର ପ୍ରତିଶ୍ରୁତି ମୁତାବକ ଚାଷୀଙ୍କଠାରୁ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ ସଂଗ୍ରହ କରିବ । ସେହିପରି  ସମବାୟ ସମିତି ଗୁଡିକରେ ଧାନ ବିକ୍ରି ଲାଗି ଛୋଟ ଚାଷୀ ଓ ନାମ ମାତ୍ର ଚାଷୀଙ୍କ ପଞ୍ଜିକରଣ ଉପରେ ସରକାର ଗୁରୁତ୍ଵ ଦେଇଛନ୍ତି । ଏହାଦ୍ୱାରା ଚାଷୀଙ୍କ ଅର୍ଥନୈତିକ ବିକାଶ ହେବ । ଶ୍ରୀ ଦାସ ଆହୁରି ମଧ୍ୟ କହିଛନ୍ତି ଯେ ସମବାୟ ସମିତିର ସଶକ୍ତିକରଣ ପାଇଁ କେନ୍ଦ୍ର ସରକାର ବିଗତ ୧୦ ବର୍ଷ ଧରି ସହାୟତା ଦେଉଛନ୍ତି । କେନ୍ଦ୍ର ମନ୍ତ୍ରୀ ଅମିତ ସାହା ଏହାର ନେତୃତ୍ୱ ନେଉଛନ୍ତି । ଏହିକ୍ରମରେ ସବୁ ସମବାୟ ସମିତି ଗୁଡିକର କମ୍ପୁଟରୀକରଣକୁ ଗୁରୁତ୍ୱ ଦିଆଯିବ । ରାଜ୍ୟର ଏବେବି ୧୫୪୨ ପଞ୍ଚାୟତରେ ସମବାୟ ସମିତି ନାହିଁ । ଆଗାମୀ ଦିନରେ ସବୁ ପଞ୍ଚାୟତରେ ସମବାୟ ସମିତି ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି।

Also Read- Video: ସପିଂ ମଲରେ ଏମିତି ଷ୍ଟେପ୍ ପକାଇଲେ 'ସାହୁ ଭାଉଜ', ପୁଣି ଭାଇରାଲ୍ ଭିଡିଓ