ମହାପ୍ରଭୁଙ୍କ ରୋଷେଇରେ ଲୁହା କଡ଼େଇ ବ୍ୟବହାର ପ୍ରସଙ୍ଗ; ଶ୍ରୀମନ୍ଦିର ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ
Advertisement
Article Detail0/zeeodisha/odisha2454814

ମହାପ୍ରଭୁଙ୍କ ରୋଷେଇରେ ଲୁହା କଡ଼େଇ ବ୍ୟବହାର ପ୍ରସଙ୍ଗ; ଶ୍ରୀମନ୍ଦିର ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ

Puri jagannath temple: ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ସେପଟେ ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଗତ ମାସରେ ସୁଆର ମହାସୁଆର ନିଯୋଗ ପକ୍ଷରୁ କିଛି ସୁଆର ସେବକଙ୍କୁ ନୋଟିସ୍ ମଧ୍ୟ କରାଯାଇଥିଲା। ଗତ ମାସ ୧୩ ତାରିଖରେ ୭ ଦିନ ଭିତରେ ରିପୋର୍ଟ ମାଗିଥିଲେ ମୁଖ୍ୟ ପ୍ରଶାସକ।

ମହାପ୍ରଭୁଙ୍କ ରୋଷେଇରେ ଲୁହା କଡ଼େଇ ବ୍ୟବହାର ପ୍ରସଙ୍ଗ; ଶ୍ରୀମନ୍ଦିର ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀମନ୍ଦିରରେ ଲୁହା କଡେଇରେ ରୋଷେଇ ଘଟଣାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏହି ଘଟଣାରେ ଜଣେ ପାଳିଆ ସେବକଙ୍କୁ ନିଲମ୍ବନ କରଯାଇଛି। ଏଥିସହିତ ୩ ଜଣ ସୁପକାରଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏମାନଙ୍କୁ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ ନିଷିଦ୍ଧ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଛନ୍ତି। ମହାପ୍ରଭୁଙ୍କ ସେବାରେ ପରମ୍ପରା ବର୍ହିଭୂତ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ସୂଚନାଯୋଗ୍ୟ,ଶ୍ରୀମନ୍ଦିରରେ ମାଟିକୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ ହେଉଛି। ଏହାଦ୍ୱାରା ଶ୍ରୀମନ୍ଦିର ସତ୍ତ୍ୱଲିପି ତଥା ପରମ୍ପରାର ଉଲ୍ଲଂଘନ ହେଉଛି। ଏଭଳି ଅଭିଯୋଗ ଆଣିବା ସହ ଏ ନେଇ ଆପତ୍ତି ଉଠାଇଥିଲା ସୁଆର ମହାସୁଆର ନିଯୋଗ। ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିଲା। ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିଲା।

ସେପଟେ ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଗତ ମାସରେ ସୁଆର ମହାସୁଆର ନିଯୋଗ ପକ୍ଷରୁ କିଛି ସୁଆର ସେବକଙ୍କୁ ନୋଟିସ୍ ମଧ୍ୟ କରାଯାଇଥିଲା। ଗତ ମାସ ୧୩ ତାରିଖରେ ୭ ଦିନ ଭିତରେ ରିପୋର୍ଟ ମାଗିଥିଲେ ମୁଖ୍ୟ ପ୍ରଶାସକ। ସେପଟେ ମାଟି ହାଣ୍ଡି ନମିଳିବାରୁ କେତେକ ସୁଆର ସେବକ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ସଫେଇ ଦେଇଥିଲେ ସୁଆର ସେବକ । ଯାହା ଉପରେ ଆଜି କଡା ଆକ୍ସନ ନିଆ ହୋଇଛି। 

ଅଧିକ ପଢନ୍ତୁ...

ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି ଯିବେ ଦିଲ୍ଳୀ...

https://zeenews.india.com/hindi/zeeodisha/state-news/chief-minister-will-go-to-delhi-tomorrow/2454671