ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ, ପାଉଁରୁଟି ଫ୍ୟାକ୍ଟ୍ରିକୁ...
Advertisement
Article Detail0/zeeodisha/odisha2454760

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ, ପାଉଁରୁଟି ଫ୍ୟାକ୍ଟ୍ରିକୁ...

vigilance raid: ବ୍ରେଡ୍ ଫ୍ଯାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁ ସଞ୍ଜୟ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଆଜି ଟଙ୍କା ନେବା ପାଇଁ ଅଧିକାରୀ ରାସ୍ତା କଲେଜ୍ ଛକ ଅଞ୍ଚଳରେ ରାସ୍ତା କଡରେ ଛିଡା ହୋଇ ସଞ୍ଜୟଙ୍କୁ ଅପେକ୍ଷା କରିଥିଲେ। ଭିଡରେ ଲାଞ୍ଚ ଟଙ୍କା ନେଲାବେଳେ ଭିଜିଲାନ୍ସ ବିଭାଷଙ୍କୁ କାବୁ କରି ନେଇଥିଲା।

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ, ପାଉଁରୁଟି ଫ୍ୟାକ୍ଟ୍ରିକୁ...

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ଫୁଡ୍ ଇନ୍ସପେକ୍ଟର। ବ୍ରେଡ୍ ଫ୍ଯାକ୍ଟ୍ରି ଲାଇସେନ୍ସ ନବୀକରଣ ନାଁରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। କେନ୍ଦ୍ରାପଡ଼ା ଫୁଡ୍ ଇନ୍ସପେକ୍ଟର ବିଭାସ ମଜୁମଦାର। ଲାଞ୍ଚ ନେବା ବେଳେ ମଝି ରାସ୍ତାରେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ତେବେ ତାଙ୍କଠାରୁ ରଙ୍ଗବୋଳା ୫ ହଜାର ଟଙ୍କା ଜବତ କରିଛଇ ଟିମ୍। ଏହାସହିତ ଖାଦ୍ୟ ସୁରକ୍ଷା ଅଧିକାରୀ ଅଫିସ ଛାନ୍‌ଭିନ୍ କରିବା ସହ ଫୁଡ୍ ଇନ୍ସପେକ୍ଟରଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍। 

ସୂଚନାଯୋଗ୍ୟ ଯେ, ଏକ ନାଟକୀୟ ଶୈଳୀରେ କେନ୍ଦ୍ରାପଡା ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାରଙ୍କୁ ଧରିଛି ଭିଜିଲାନ୍ସ। ବ୍ରେଡ୍ ଫ୍ଯାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁ ସଞ୍ଜୟ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଆଜି ଟଙ୍କା ନେବା ପାଇଁ ଅଧିକାରୀ ରାସ୍ତା କଲେଜ୍ ଛକ ଅଞ୍ଚଳରେ ରାସ୍ତା କଡରେ ଛିଡା ହୋଇ ସଞ୍ଜୟଙ୍କୁ ଅପେକ୍ଷା କରିଥିଲେ। ଭିଡରେ ଲାଞ୍ଚ ଟଙ୍କା ନେଲାବେଳେ ଭିଜିଲାନ୍ସ ବିଭାଷଙ୍କୁ କାବୁ କରି ନେଇଥିଲା। ପରେ ବିଭାଷଙ୍କ ଭଡ଼ାଘରେ ଭିଜିଲାନ୍ସ ଚଢାଉ ଜାରି କରିଛି।

ଅଧିକ ପଢନ୍ତୁ...

ଦାୟିତ୍ବ ନେଲେ କଟକର ନୂଆ ଡିସିପି ଜଗମୋହନ ମୀନା, କହିଲେ...

https://zeenews.india.com/hindi/zeeodisha/state-news/cuttacks-new-dcp-jagmohan-meena-took-charge/2454643