Advertisement
Photo Details/zeeodisha/odisha2454215
photoDetails0hindi

Horoscope 2 October 2024: ୨ ଅକ୍ଟୋବରରେ ଭଗବାନ ଗଣେଶ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ

Rashifal 2 October 2024 ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ। ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୨ ଅକ୍ଟୋବର ହେଉଛି ବୁଧବାର। ହିନ୍ଦୁ ଧର୍ମରେ ବୁଧବାର ଦିନ ଭଗବାନ ଗଣେଶଙ୍କୁ ଉତ୍ସର୍ଗ କରାଯାଇଛି। ଜାଣନ୍ତୁ ୨ ଅକ୍ଟୋବର ୨୦୨୪ ରେ କେଉଁ ରାଶି ମାନେ ଉପକୃତ ହେବେ ଓ କେଉଁ ରାଶି ମାନଙ୍କୁ ସତର୍କ ରହିବାକୁ ପଡିବ।...

1/12
  ମେଷ:  ପ୍ରଭୁ ଗଣେଷଙ୍କ କୃପାରୁ ଏହି ରାଶିଙ୍କ ପାଇଁ ଦିନଟି ବେଶ୍ ଶୁଭ ରହିବ। ବୁଧବାର ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ରହିବ। ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ରହିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ। ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ସୃଷ୍ଟି ହୋଇପାରେ।

ALSO READ: Entertainment News: କାହିଁକି ନିଜକୁ ନିଜେ ଗୁଳି କଲେ ଗୋବିନ୍ଦା ? ଜାଣନ୍ତୁ ଏହାର କାରଣ

ALSO READ: Vakri Guru 2024: ନବରାତ୍ରୀରେ ବୃହସ୍ପତିଙ୍କ ଓଲଟା ଚଳନ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

2/12
ବୃଷ: ଦିନ ଆରମ୍ଭରୁ ଦେବ ଦର୍ଶନର ଯୋଗ ରହିଛି। ଆପଣ ନିଜ ମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ। ସମାଜରେ ମାନ ଓ ସମ୍ମାନ ମିଳିବ। ସାମାନ୍ୟ ଦୈନିକ କାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ।  କର୍ମକ୍ଷେତ୍ରରେ ସହକର୍ମିମାନଙ୍କଠାରୁ ଲାଭବାନ ହେବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ନଚତ୍ ଅନ୍ୟଥା କ୍ଷତି ହୋଇପାରେ।  

3/12

ମିଥୁନ :  ଦିର୍ଘ ଦିନ ଧରି ପଡି ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ।  କର୍ମକ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଉତ୍ସାହ ଲାଗି ରହିବ। ଯେ-କୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାୟକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ରହିଛି।  ଶାରୀରିକ ଓ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ।

4/12

କର୍କଟ : ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ।  ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ଏବଂ ନକାରାତ୍ମକ ବିଚାରରୁ ନିଜକୁ ଦୂରରେ ରୁହନ୍ତୁ। ପରିବାର ଲୋକଙ୍କ ସହ ଦୂରଯାତ୍ରା କରିବାକୁ ପଡିପାର। 

5/12
ସିଂହ:  ଗଣେଷଙ୍କ କୃପାରୁ ବ୍ୟବସାୟଙ୍କ ପାଇଁ ଦିନଟି ଖୁବ୍ ଖାସ୍ ରହିବ।  ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ। ବନ୍ଧୁ ମାନଙ୍କ ସହିତ ସାକ୍ଷାତ କରି ଆନନ୍ଦିତ ହେବା ସହ ସାହାର୍ଯ୍ୟ ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।*

6/12
କନ୍ୟା:  କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ମିଳିପାରେ।  ଚାକିରିରେ ପ୍ରମୋସନ ହୋଇପାରେ।  ବ୍ୟବସାୟ କ୍ଷେତ୍ରରେ ଅଗ୍ରଗତି କରିବେ। ପିତାଙ୍କର ସଂପତ୍ତିରୁ ଲାଭ ହେବ। ସରକାରୀ ଯୋଜନାରୁ ଲାଭ ପାଇବେ। ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ।

7/12
ତୁଳା:  ନିଜ ପରିବାରରେ ଆନନ୍ଦର ବାତାବରଣ ରହିବ। ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହ-କର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ପ୍ରେମୀ ମାନଙ୍କ ଲାଗି ସମୟ ଅନୁକୂଳ ରହିବ। ନିଜ ସାଥୀଙ୍କ ସହ ସଂନ୍ଧ୍ୟା ସମୟରେ ଏକ ଡେଟ୍ ରେ ଯିବେ। 

8/12
ବିଛା: ବିଛା ରାଶିଙ୍କ ପାଇଁ ଦିନଟି ସକରାତ୍ମକ ରହିବ। ନିଜ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ଯାହାକୁ ନେଇ ଆପଣ ଆନନ୍ଦିତ ରହିବେ। ମହିଳା ବନ୍ଧୁ ମାନଙ୍କ ଠାରୁ ଲାଭ ପାଇବେ। । ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ପାଇବେ।  ପ୍ରତ୍ୟକ କାର୍ଯ୍ୟରେ ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।

9/12

ଧନୁ: ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ରହିବ। ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ। ଦୂର ଯାତ୍ରାରୁ ନିବୃତ୍ତ ରହିବା ଭଲ। ନିଜ ପଡୋଶୀଙ୍କ ସହ କୌଣସି ଘଟଣାକୁ ନେଇ ମନୋମାଳିନ୍ୟ ହୋଇପାରେ। ତେଣୁ ଅଯଥା ଯୁକ୍ତିରୁ ନିଜକୁ ଦୂରେଇ ରଖନ୍ତୁ। 

10/12
ମକର :  ଏହି ରାଶିଙ୍କ ପାଇଁ ବୁଧବାର ଅଶୁଭ ରହିପାରେ। କୌଣସି ପ୍ରକାର କଳହ ଏବଂ ଚର୍ଚ୍ଚାରୁ ଦୂରଇ ରହିଲେ ଭଲ। ଆକସ୍ମିକ ଖର୍ଚ୍ଚର ସମ୍ଭାବନା ଅଛି। ଛାତ୍ରଛାତ୍ରୀମାନଙ୍କପାଇଁ ପାଠପଢାରେ ବାଧା ଆସିବ। ପ୍ରିୟଜନମାନଙ୍କ ସହିତ ହେବାକୁ ଥିବା ସାକ୍ଷାତରେ ମନ ଆନନ୍ଦିତ ହେବ। ପେଟ ସମ୍ବନ୍ଧିତ ପୀଡା଼ ହୋଇପାରେ। ସେୟାର ବଜାରରେ ନିବେଶ କରିବାରେ ସାବଧାନ ରହିବେ। ନଚେତ୍ କ୍ଷତି ସହିବେ। 

11/12
କୁମ୍ଭ:  ବୁଧବାର ଦିନଟି ଆପଣଙ୍କ ପାଇଁ ମଧ୍ୟମ ଫଳଦାୟୀ ହେବ। ଦୈନିକ କାର୍ଯ୍ୟରେ ବିଘ୍ନ ଆସିପାରେ। ସେଥିପାଇଁ କାର୍ଯ୍ୟ ସଂପନ୍ନ ହେବାରେ ସହାୟତା ମିଳିବ।ପାରିବାରିକ ସଦସ୍ୟମାନଙ୍କ ସହିତ ବାଣୀରେ ନିୟନ୍ତ୍ରଣ ରଖିବେ। ଯାହାଫଳରେ ସଂଘର୍ଷ ଟାଳି ପାରିବେ।   ଅଧିକ ପରିଶ୍ରମ ପରେ ମଧ୍ୟ ପ୍ରାପ୍ତି କମ୍ ହେବାରୁ ହତାଶା ଅନୁଭବ ହୋଇପାରେ। ପିତାମାତଙ୍କର ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବେ।

12/12
ମୀନ: ଭଗବାନ୍ ଗଣେଶଙ୍କ କୃପାରୁ ଏହି ରାଶିର ଲୋକଙ୍କ ପାଇଁ ବୁଧବାର ଦିନଟି ଭଲ ରହିବ। ବିଶେଷକରି, ଘରୋଇ ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ଲାଭବାନ ହେବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ । ପାରିବାରିକ ଜୀବନରେ ଲାଗି ରହିଥିବା ପୁରୁଣା ବିବାଦର ସମାଧାନ ହେବ। ଘରେ ଶାନ୍ତିର ବାତାବତରଣ ଦେଖିବାକୁ ମିଳିବ। କିନ୍ତୁ ପରିବାର ସଦସ୍ୟଙ୍କର ସ୍ବାସ୍ଥ୍ୟବସ୍ଥାରେ ଅଧିକ ଟଙ୍କା ଖର୍ଚ୍ଚ ହେବ। ଦାମ୍ପତ୍ୟଜୀବନ ସୁଖମୟହେବ । ଧାର୍ମିକ କାର୍ଯ୍ୟକଳାପରେ ସମୟ ଅତିବାହିତ କରିବେ।   (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)