Kendrapara: ରାଜନଗର ଯୋଗାଣ ବିଭାଗରେ ଦୁର୍ନୀତିର ଗନ୍ଧ, ୩ ମାସ ହେବ ରାସନ ପାଇନାହାନ୍ତି ହିତାଧିକାରୀ
Advertisement
Article Detail0/zeeodisha/odisha2016487

Kendrapara: ରାଜନଗର ଯୋଗାଣ ବିଭାଗରେ ଦୁର୍ନୀତିର ଗନ୍ଧ, ୩ ମାସ ହେବ ରାସନ ପାଇନାହାନ୍ତି ହିତାଧିକାରୀ

Kendrapara News: ରାଜନଗର ବ୍ଲକ ଯୋଗାଣ ବିଭାଗରେ ଦିନକୁ ଦିନ ଲମ୍ବି ଚାଲିଛି ଦୁର୍ନୀତିର ଚେର । ବିଭାଗର ରିଟେଲରମାନେ ମନଇଚ୍ଛା ଖାଉଟିଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ନୂଆ ନୁହେଁ, ଏହା ପୂର୍ବରୁ ରାସନ୍ ସାମଗ୍ରୀ ହଡପ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ଯ ଏନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ରାଜପୁର ପଞ୍ଚାୟତରେ ଗତ ୩ ମାସ ଧରି ରାସନ୍ ସାମଗ୍ରୀ ହଡପ କରାଯାଉଥିବା ନେଇ ହିତାଧିକାରୀମାନେ ବ୍ଲକ୍ ଯୋଗାଣ ଅଧିକାରିଣୀଙ୍କ ନିକଟରେ ଅଭିଯୋଗ କରିଆସୁଛନ୍ତି । ସୂଚନା ମୁତାବକ, ଚନ୍ଦନପୁରର ବୁଢୀମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ, ରାଜପୁରର ଚନ୍ଦ୍ରଭାନୁ ରଥ ଓ ପ୍ରକାଶ ବଳଙ୍କ ୩ଟି ରିଟେଲର ପଏଣ୍ଟରେ ୧୧୯୯ ଜଣ ରାସନ୍ କାର୍ଡ ହିତାଧିକାରୀ ଥିବାବେଳେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ୩ ମାସର ରାସନ୍ ସାମଗ୍ରୀ ହିତାଧିକାରୀ ମାନଙ୍କୁ ବଣ୍ଟନ କରାନଯାଇ ହଡପ କରାଯାଇଥିବା ଅଭିଯୋଗ ହୋଇଛି । ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ରାସନ୍ ସାମଗ୍ରୀ ଅକ୍ଟୋବର ମାସରେ ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯିବା କଥା କିନ୍ତୁ, ରିଟେଲରମାନେ ଚତୁରତାର ସହ ହିତାଧିକାରୀ ମାନଙ୍କଠାରୁ ଆଇ ସ୍କାନ୍ ଓ ଟିପ ଚିହ୍ନ ତିନି ମାସ ତଳୁ ନେଇଥିଲେ ମଧ୍ୟ ହିତାଧିକାରୀ ମାନଙ୍କୁ ଏପର୍ଯ୍ୟନ୍ତ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଇନାହିଁ । ଯାହା ଯୋଗାଣ ବିଭାଗର ସ୍ଵଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୀର୍ଘଦିନ ଧରି ହିତାଧିକାରୀ ମାନେ ରାସନ୍ ସାମଗ୍ରୀ ପାଇନଥିବା ବେଳେ ଯୋଗାଣ ବିଭାଗର ଅଧିକାରୀମାନେ ଏନେଇ ଜାଣିପାରିଲେ ନାହିଁ ସେନେଇ ପ୍ରଶ୍ନ ଉଠିଛି । ଏନେଇ ରିଟେଲରଙ୍କୁ ପଚାରିବାରୁ ରାସନ୍ ସାମଗ୍ରୀ କଟ୍ରାକ୍ଟର ଦେଇନଥିଲେ ଆମେ କିପରି ଦେବୁ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।

ଏହା ବି ପଢନ୍ତୁ- Diarrhea in Rourkela: ଆଉ ଏକ ଜୀବନ ନେଲା ଡାଇରିଆ, ୮ରେ ପହଁଞ୍ଚିଲା ମୃତ୍ୟୁ ସଂଖ୍ୟା

ଏନେଇ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ୍ ରୁତୁରାଜ ମତ ଦେଇଛନ୍ତି । ରାଜପୁର ପଞ୍ଚାୟତକୁ ବାଦ ଦେଲେ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସୁଛି। ବାରମ୍ବାର ଅଭିଯୋଗ ପରେ ଯୋଗାଣ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସ୍ଥାଣୁ ପାଲଟି ଯାଉଥିବା ଲୋକେ ଅଭିଯୋଗ କରିଛନ୍ତି ।