ହାଇକୋର୍ଟରୁ ମିଳିବ ନ୍ୟାୟ ! ପ୍ରତାପ ଜେନାଙ୍କ ଶୁଣାଣି ଶେଷ
Advertisement
Article Detail0/zeeodisha/odisha2216716

ହାଇକୋର୍ଟରୁ ମିଳିବ ନ୍ୟାୟ ! ପ୍ରତାପ ଜେନାଙ୍କ ଶୁଣାଣି ଶେଷ

Crime News: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଛନ୍ଦି ହୋଇଥିବା ବିଧାୟକ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ହାଇକୋର୍ଟରେ ଶେଷ ହୋଇଛି । ତେବେ ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ଶୁଣାଣି ସମୟରେ ଉଭୟ ପଟରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା ।

ସୂଚନାଯୋଗ୍ୟ, ପୂର୍ବରୁ ଡବଲ ମର୍ଡର କେସରେ ପ୍ରତାପଙ୍କ ବିରୋଧରେ ମାମଲା ଚଳାଇବାକୁ ଜେଏମଏଫସି ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଆବେଦନ କରାଯାଇଥିଲା । ନିମ୍ନ ଅଦାଲତଙ୍କ ରାୟକୁ ମଧ୍ୟ ହାଇକୋର୍ଟରେ ତର୍ଜମା କରାଯାଇଥିଲା । ତେବେ ଆଜି ହାଇକୋର୍ଟ ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି । ଆଗକୁ ରାୟ କେବେ ପ୍ରକାଶ ପାଇବ ତାହାକୁ ଅପେକ୍ଷା ।

ଆପଣଙ୍କୁ କହିରଖୁଛୁ ଯେ. ୨୦୨୧ ମସିହା ଜାନୁଆରୀ ୨ ତାରିଖ ଦିନ ମାହାଙ୍ଗା ଅଞ୍ଚଳର କୁଳମଣି ବରାଳ ଏବଂ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଉକ୍ତ ମାମଲାରେ ମୋଟ ୧୩ ଜମଙ୍କ ନାମରେ ଅଭିଯୋଗ ଆସିଥିଲା । ସେ ଲିଷ୍ଟରେ ପ୍ରତାପ ଜେନାଙ୍କ ନାମ ମଧ୍ୟ ସାମିଲ ହୋଇଥିଲା । କିନ୍ତୁ ଚାର୍ଜସିଟ୍ ଦାଖଲ ହେବା ସମୟରେ ଚତୁରତାର ସହ ପୋଲିସ ଦ୍ୱାରା ପ୍ରତାପଙ୍କ ନାମକୁ କଟାଯାଇଥିଲା । ତେବେ ପ୍ରତିପକ୍ଷ ଲୋକେ ନ୍ୟାୟ ପାଇବା ପାଇଁ ଲଢେଇ ଜାରି ରଖିଥିଲେ ।

Also Read- Rashifal 23 April 2024: ୨୩ ଏପ୍ରିଲରେ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ !

Also Read- BSNL Recharge Plan: ଆହୁରି ୨୦ ଦିନ ଅଧିକ ଚାଲିବ ବିଏସଏନଏଲର ଏହି ପ୍ଲାନ୍