IPS ଅରୁଣ ଷଡ଼ଙ୍ଗୀଙ୍କୁ ଅତିରିକ୍ତ ପୋଲିସ୍‍ ମହାନିର୍ଦ୍ଦେଶକ ଦାୟିତ୍ୱ
Advertisement
Article Detail0/zeeodisha/odisha2036297

IPS ଅରୁଣ ଷଡ଼ଙ୍ଗୀଙ୍କୁ ଅତିରିକ୍ତ ପୋଲିସ୍‍ ମହାନିର୍ଦ୍ଦେଶକ ଦାୟିତ୍ୱ

IPS Arun Sarangi: ଆଇପିଏସ ଅଫିସର ଅରୁଣ ଷଡଙ୍ଗୀଙ୍କୁ ମିଳିଛି ନୂଆ ଦାୟିତ୍ୱ । ନୂଆ ଡିଜିପି ନିଯୁକ୍ତ ନହେବା ପର୍ଯ୍ୟନ୍ତ ସେ ରାଜ୍ୟର ଡିଜିପି ଭାବରେ ଅତିରିକ୍ତ ଦାୟିତ୍ୱ ତୁଳାଇବେ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି କୁହାଯାଇଛି ।

IPS ଅରୁଣ ଷଡ଼ଙ୍ଗୀଙ୍କୁ ଅତିରିକ୍ତ ପୋଲିସ୍‍ ମହାନିର୍ଦ୍ଦେଶକ ଦାୟିତ୍ୱ

ଭୁବନେଶ୍ୱର: ଆଇପିଏସ ଅଫିସର ଅରୁଣ ଷଡଙ୍ଗୀ (IPS Arun Sarangi)ଙ୍କୁ ମିଳିଛି ନୂଆ ଦାୟିତ୍ୱ । ନୂଆ ଡିଜିପି ନିଯୁକ୍ତ ନହେବା ପର୍ଯ୍ୟନ୍ତ ସେ ରାଜ୍ୟର ଡିଜିପି (DGP) ଭାବରେ ଅତିରିକ୍ତ ଦାୟିତ୍ୱ ତୁଳାଇବେ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି କୁହାଯାଇଛି ।

ସୂଚନାଯୋଗ୍ୟ, ୧୯୯୦ ମସିହା ବ୍ୟାଚର ଆଇପିଏସ ଅଫିସର ଅରୁଣ ଷଡଙ୍ଗୀ ବର୍ତ୍ତମାନ ବିଜୁ ପଟ୍ଟନାୟକ ପୁଲିସ୍‍ ତାଲିମ କେନ୍ଦ୍ର (ବିପିଏସପିଏ) ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ । ଉକ୍ତ ବିଭାଗ ସମେତ ରାଜ୍ୟ ପୋଲିସର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆଯାଇଛି । ଡିସେମ୍ୱର ୩୧ ତାରିଖରେ ପୋଲିସ ଡିଜି ସୁନିଲ ବଂଶଲଙ୍କ ଚାକିରି କାର୍ଯ୍ୟକାଲ ଶେଷ ହେଉଛି । ତେଣୁ ସୁନିଲ ବଂଶଲଙ୍କ ଅବସର ପରଠୁ ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବେ ଅରୁଣ ଷଡଙ୍ଗୀ ।

ଅନ୍ୟପଟେ ଏହି ପଦବୀ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୭ ଜଣ ବଛା ବଛା ଆଇପିଏସ ଅଫିସରଙ୍କ ନାମକୁ ୟପିଏସସିକୁ ସୁପାରିସ କରାଯାଇଛି । ଏଥି ସହିତ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ନୂଆ ଡିଜିପି ଦାୟିତ୍ୱ ବି ରାଧିକାଙ୍କୁ ଦିଆଯାଇପାରେ ତେବେ ବର୍ତ୍ତମାନ ଅରୁଣ ଷଡଙ୍ଗୀଙ୍କୁ ଦାୟିତ୍ୱ ହସ୍ତାନ୍ତର ପରେ କିଏ ହେବେ ନୂଆ ଡିଜିପି ସେନେଇ ଚର୍ଚ୍ଚା ଆହୁରି ବଢିଛି ।

Also Read- ଗାଜା ଷ୍ଟ୍ରିପକୁ ଲଗାତର ଟାର୍ଗେଟ କରୁଛି ଇସ୍ରାଏଲ୍, ଗତ ୨୪ ଘଣ୍ଟାରେ ପ୍ରାୟ ୨୦୦ ଲୋକଙ୍କର ମୃତ୍ୟୁ

Also Read- ଗ୍ରାହକଙ୍କୁ ନୂଆ ବର୍ଷ ଭେଟି ଦେଲା ବ୍ୟାଙ୍କ ଅଫ୍ ବରୋଦା ! ଏବେ FD ଉପରେ ମିଳିବ ଅଧିକ ସୁଧ...