ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ବୁଲିପାରିବେ ଶିମିଳିପାଳ
Advertisement

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ବୁଲିପାରିବେ ଶିମିଳିପାଳ

Shimilipal opened: ଶିମିଳିପାଳ ଖୋଲିବା ନେଇ ନିକଟରେ ପ୍ରଶାସନିକ ସ୍ତରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ବୁଲିପାରିବେ ଶିମିଳିପାଳ

Shimilipal opened: ପାଖାପାଖି ଗୋଟିଏ ମାସ ବନ୍ଦ ରହିବା ପରେ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଶିମିଳିପାଳ ସର୍ବସାଧାରଣଙ୍କ ପାଇଁ ଖୋଲିଛି । ଶିମିଳିପାଳ ଖୋଲିବା ନେଇ ନିକଟରେ ପ୍ରଶାସନିକ ସ୍ତରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ୪ ଦଫା ଦାବି ସହିତ ଆନ୍ଦୋଳନ ହୋଇଥିଲା । ସେଥିରେ ଭିତ୍ତିଭୂମି ବିକାଶ ନେଇ ବିଭିନ୍ନ ଦାବି ହୋଇଥିଲା । ସେମଧ୍ୟରେ ରହିଥିଲା ମୁଖ୍ୟ ରାସ୍ତାରେ ମୋରମ ପକାଇବା ଏବଂ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧାଜନକ କାର୍ଯ୍ୟକ୍ରମ କରିବା । ଏ ସମ୍ପର୍କରେ ପ୍ରଶାସନକୁ ପୂର୍ବରୁ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ପରେ ପ୍ରଶାସନ ଏନେଇ ଆଲୋଚନା କରିବା ସହିତ ଦାବିପୂରଣ ନେଇ ପ୍ରତିଶୃତି ଦେଇଥିଲା । କିଛିଦିନ ତଳେ ପର୍ଯ୍ୟଟକମାନେ ଯିବା ରାସ୍ତାକୁ ମୋରମ ପକାଯାଇ ଠିକ୍ କରାଯାଇଛି । ଏଥିସହ ଅନ୍ୟ ସବୁ କାର୍ଯ୍ୟ ଶୀଘ୍ର ହେବ ବୋଲି ଜଣାପଡିଛି ।

ଅନ୍ୟପଟେ, ବର୍ତ୍ତମାନ ପିକନିକ୍ ଋତୁ ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟୁଥିବା ପରିଲକ୍ଷିତ ହେଉଛି । କିନ୍ତୁ ଏକମାସ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ଥିବାରୁ ପର୍ଯ୍ୟଟକଙ୍କ ମନରେ ଥିବା ଦୁଃଖ ଏବେ ଖୁସିରେ ବଦଳିଯାଇଛି । ଆଜିଠୁ ଶିମିଳିପାଳ ଖୋଲିବା ପରେ ପର୍ଯ୍ୟଟକ ଖୁସି ପ୍ରକାଶ କରିଛନ୍ତି । ବର୍ତ୍ତମାନ ପୁଣିଥରେ ଗହଳି ହେବ ଶିମିଳିପାଳ । ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଆସିବା ସହିତ ସ୍ଥାନୀୟ ବ୍ୟବସାୟୀମାନେ ମଧ୍ୟ ଉପକୃତ ହେବେ ବୋଲି କହିଛନ୍ତି ।

Also Read- Salman Khans Birthday: ଧୁମଧାମରେ ଜନ୍ମଦିନ ପାଳିଲେ ସୁପରଷ୍ଟାର ସଲମାନ ଖାନ

Also Read- Flights Delayed: ଘନ କୁହୁଡି କାରଣରୁ ୧୧୦ ବିମାନ ବିଳମ୍ୱ, ୩୦ ଟ୍ରେନ୍ ବାତିଲ