ଖଲ୍ଲିକୋଟରେ ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୫୦ ଛେଳି
Advertisement
Article Detail0/zeeodisha/odisha2024155

ଖଲ୍ଲିକୋଟରେ ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୫୦ ଛେଳି

ସନ୍ଧ୍ୟାରେ ଛେଳି ଗୁହାଳ ଭିତରେ ଥିବା ସମୟରେ କେହି ଜଣେ ବ୍ୟକ୍ତି ଛେଳି ଗୁହାଳରେ ନିଆଁ ଲଗାଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ଫଳରେ ଆଖି ପିଛୁଳାକେ ଗୁହାଳଟି ଜଳି ଯାଇଥିଲା । 

ଖଲ୍ଲିକୋଟରେ ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୫୦ ଛେଳି

ଗଞ୍ଜାମ: କେହି ଅଜଣା ବ୍ୟକ୍ତି ଜଣେ ବ୍ୟକ୍ତିଙ୍କ ଛେଳି ଗୁହାଳରେ ନିଆଁ ଲଗାଇଦେବା କାରଣରୁ ଭୟାନକ ନିଆଁ ଲାଗି ୫୨ରୁ ଅଧିକ ଛେଳି ଜୀବନ୍ତ ଜଳିଯାଇଥିବା ସୂଚନା ମିଳିଛି । ଅନେକ ଛେଳି ପୋଡି ହେବା ସହ ଅଳ୍ପକେ ରକ୍ଷା ପାଇଛନ୍ତି । ଏହି ଅଘଟଣ ଖଲ୍ଲିକୋଟ କଙ୍କେଇ ଗାଁରେ ଘଟିଛି ।

ସୂଚନା ମୁତାବକ, ଗାଁର ଗୋପୀ ପାତ୍ର ନାମକ ବ୍ୟକ୍ତି ଶତାଧିକ ଛେଳି ଚାଷ (Goat farming) କରି ନିଜର ଜୀବିକା ନିର୍ବାହ କରୁଥିଲେ । ସନ୍ଧ୍ୟାରେ ଛେଳି ଗୁହାଳ ଭିତରେ ଥିବା ସମୟରେ କେହି ଜଣେ ବ୍ୟକ୍ତି ଛେଳି ଗୁହାଳରେ ନିଆଁ ଲଗାଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ଫଳରେ ଆଖି ପିଛୁଳାକେ ଗୁହାଳଟି ଜଳି ଯାଇଥିଲା । ନିଆଁ ଲାଗିବା କିଛି ସମୟ ପରେ ଛେଳି ମାଲିକଙ୍କୁ ଖବର ମିଳିଥିଲା କିନ୍ତୁ ସେତେବେଳକୁ ଅବସ୍ଥା ଖରାପ ହୋଇଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇବା ପରେ ଖଲ୍ଲିକୋଟ ଦମକଳ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ କିନ୍ତୁ ସେତେବେଳକୁ ଗୁହାଳ ପୋଡି ପାଉଁଶ ହୋଇଯାଇଥିଲା । 

ଅଗ୍ନିକାଣ୍ଡ ପରେ ଅତ୍ୟନ୍ତ ନିରାଶ ହୋଇପଡିଛନ୍ତି ଛେଳି ଚାଷୀ ଗୋପୀ ପାତ୍ର । ସେ କହିଛନ୍ତି ଯେ, ହୁଏତ କେଉଁ ବ୍ୟକ୍ତି କୌଣସି ପୂର୍ବ ଶତୃତା କାରଣରୁ ଏପରି ଅମାନବୀୟ କାମ କରିଥାଇପାରେ । ଅନ୍ୟପଟେ ଏନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Also Read- ବିବାହର ୪୩ ବର୍ଷ ପରେ ଋଷି କପୁର ଓ ନିତୁ ସିଂଙ୍କ ନିମନ୍ତ୍ରଣ କାର୍ଡ ହେଲା ଭାଇରାଲ୍

Also Read- Poonch attack: ଶହୀଦ ଚନ୍ଦନ କୁମାରଙ୍କୁ ଝୁରୁଛି ଗାଁ, ଦେଢ ବର୍ଷ ତଳେ ହୋଇଥିଲା ବିବାହ