Coromandel Train Accident: ବାହାନଗା ଟ୍ରେନ ଦୁର୍ଘଟଣାର ସମୀକ୍ଷା କଲେ ତାମିଲନାଡୁ଼ ମୁଖ୍ୟମନ୍ତ୍ରୀ, ବାତିଲ ହେଲା ସମସ୍ତ କାର୍ଯ୍ୟକ୍ରମ
Advertisement
Article Detail0/zeeodisha/odisha1722618

Coromandel Train Accident: ବାହାନଗା ଟ୍ରେନ ଦୁର୍ଘଟଣାର ସମୀକ୍ଷା କଲେ ତାମିଲନାଡୁ଼ ମୁଖ୍ୟମନ୍ତ୍ରୀ, ବାତିଲ ହେଲା ସମସ୍ତ କାର୍ଯ୍ୟକ୍ରମ

Odisha Coromandel Express Accident: କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣା (balasore train derailment accident) । ମୃତ୍ୟୁ ସଂଖ୍ୟା ୨୮୮ ରେ ପହଞ୍ଚିଲା ବେଳେ ହଜାରୁ ଅଧିକ ଆହତ ହୋଇଛନ୍ତି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) ଦିନିକିଆ ଶୋକ ଘୋଷଣା କରିଛନ୍ତି। ଜୁନ୍ ୩ରେ ରାଜ୍ୟରେ କୌଣସି ପ୍ରକାର ପର୍ବ ପାଳନ କରାଯିବ ନାହିଁ । ସେପଟେ ଘଟଣାସ୍ଥଳରେ ସ୍ଥିତିର ତଦାରଖ କରୁଛନ୍ତି ରେଳ ମନ୍ତ୍ରୀ ।...

ସୌ(ସୋସିଆଲ ମିଡିଆ)

Coromandel Train Accident: ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାର ସମୀକ୍ଷା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ (M. K. Stalin) । ଦୁର୍ଘଟଣା ନେଇ ସେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ (Chief secretary Pradeep Jena) ସହ ଆଲୋଚନା କରିବା ସହ ସମସ୍ତ ତଥ୍ୟ ନେଇଛନ୍ତି । ଏହା ସହ ଷ୍ଟାଲିନ୍ ମୃତକଙ୍କ ଆତ୍ମାର ସଦଗତି ଲାଗି ପ୍ରାର୍ଥନା କରିଛନ୍ତି । ସେପଟେ ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା ନେଇ ଶନିବାର ଦିନ ତାମିଲନାଡୁରେ ହେବାକୁ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କରୁଣାନିଧିଙ୍କ ଜନ୍ମ ଶତ ବାର୍ଷିକୀ କାର୍ଯ୍ୟକ୍ରମକୁ ମଧ୍ଯ ବାତିଲ କରାଯାଇଛି । କେବଳ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ (Tamailnadu CM M. K. Stalin) କାଲାଇଗ୍ନାର ପ୍ରତିମୂର୍ତ୍ତି ଓ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହାକୁ ବାଦ ଦେଳେ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ପ୍ରକାଶ ଥାଉ କି, ଏହି ଭୟଙ୍କର ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୩୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଦକ୍ଷିଣ ପୂର୍ବ ରେଳୱ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଗକୁ ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଲୋଚନା କରାଯାଉଛି ।

ଗୋଆ-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଲଞ୍ଚ ବାତିଲ

ଏହି ଟ୍ରେନ ଦୁର୍ଘଟଣା ପାଇଁ ଆଜି ଶୁଭାରମ୍ଭ ହେବାକୁ ଥିବା ଗୋଆର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭକୁ ବାତିଲ କରାଯାଇଛି (Goa Mumbai Vande bharat launch cancelled)। ପିଏମ ମୋଦି (PM Modi) ଶନିବାର ଦିନ ଗୋଆର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଫ୍ଲାଗ୍ ଦେଖାଇ ଶୁଭାରମ୍ଭ କରିଥାଆନ୍ତେ। କିନ୍ତୁ କିନନ୍ତୁ ଏହି ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଏହାର ଲଞ୍ଚକୁ (Odisha Coromandel Express Accident) ବାତିଲ କରାଯାଇଛି। ଶନିବାର ଦିନ ସକାଳେ ଭିଡିଓ କନଫରେସିଂ ଜରିଆରେ ପିଏମ ମୋଦି ଗୋଆ-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସକୁ ଫ୍ଲାଗ୍ ଦେଖାଇ ଶୁଭାରମ୍ଭ କରିଥାନ୍ତେ। 

ସହାୟତା ରାଶି ଘୋଷଣା

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ଗୁରୁତରଙ୍କ ଲାଗି ୨ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଁଏ ଅନୁକମ୍ପା ରାଶି ଘୋଷଣା କରାଯାଇଛି ।

ବାତିଲ ହେଲା ଏହି ସବୁ ଟ୍ରେନ

ଗତକାଲିର ଏହି ଦୁର୍ଘଟଣା ପରେ ଏସଇଆର(SER) ପକ୍ଷରୁ ଏକାଧିକ ଟ୍ରେନକୁ ବାତିଲ କରାଯାଇଛି ।  ବାତିଲ ହୋଇଥିବା ଟ୍ରେନ ଗୁଡ଼ିକ ହେଉଛି- ହାୱଡ଼ା-ପୁରୀ ସୁପରଫାଷ୍ଟ, ହାୱଡ଼ା- SMVB, ସାଲିମାର-ପୁରୀ ସୁପରଫାଷ୍ଟ, ସାଲିମାର- ସମ୍ବଲପୁର, ହାୱଡ଼ା- ଚେନ୍ନାଇ, ସାନ୍ତ୍ରାଗାଚି-ପୁରୀ ସ୍ପେଶାଲ, ସିଆଲଦା- ପୁରୀ ଦୁରନ୍ତୋ ଏକ୍ସପ୍ରେସ, ପୁରୀ- ହାୱଡ଼ା, ପୁରୀ- ସାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ପୁରୀ ଭଞ୍ଜପୁର ସ୍ପେଶାଲ ଟ୍ରେନ ବାତିଲ କରାଯାଇଛି । ୯ଟି ଟ୍ରେନର ଗତିପଥ ସମୂର୍ଣ୍ଣ ଓ ଆଉ ୬ଟିର ଆଂଶିକ ବଦଳାଯାଇଛି ।

ସୂଚନାଯୋଗ୍ୟ, ବାଲେଶ୍ବର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣାରେ (Balasore train derailment accident) ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।  ମୃତ୍ୟୁ ସଂଖ୍ୟା ୨୮୮ ରେ ପହଞ୍ଚିଲା ବେଳେ ୧ ହଜାରରେ ପହଁଞ୍ଚିଛି ଆହତଙ୍କ ସଂଖ୍ୟା । ଏହି ଦୁର୍ଘଟଣା ଓଡିଶା ଇତିହାସରେ ସବୁଠୁ ବଡ଼ ହୋଇଥିବା ବେଳେ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ(Railway minister Ashwini Vaishnaw)। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଏହି ଦୁର୍ଘଟଣା କାହିଁକି ଘଟିଲା ଏଥିପାଇଁ କିଏ ଦାୟୀ, ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ । ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen patnaik) ଏନେଇ ଦିନିକିଆ ଶୋକ ଘୋଷଣା କରିଛନ୍ତି। ଜୁନ୍ ୩ରେ ରାଜ୍ୟରେ କୌଣସି ପ୍ରକାର ପର୍ବ ପାଳନ କରାଯିବ ନାହିଁ ବୋଲି ଘୋଷଣା କରାଯାଇଛି ।