Vigilance Raid: ଭିଜିଲାନ୍ସ ଜାଲରେ ଧରାପଡିଲେ ମୟୁରଭଞ୍ଜର ଲାଞ୍ଚୁଆ ଅଫିସର
Advertisement
Article Detail0/zeeodisha/odisha2036482

Vigilance Raid: ଭିଜିଲାନ୍ସ ଜାଲରେ ଧରାପଡିଲେ ମୟୁରଭଞ୍ଜର ଲାଞ୍ଚୁଆ ଅଫିସର

Vigilance Raid: ଗ୍ରାମ୍ୟ ଅନୁସନ୍ଧାନ ବିକାଶ ପରିଷଦ ସଦସ୍ୟଙ୍କୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ମାମଲାରେ ଆଜି ବିଭୁତିଙ୍କୁ ଗିରଫ କରିଛି ମୟୁରଭଞ୍ଜ ବରିପଡା ଶାଖା ଭିଜିଲାନ୍ସ।

Vigilance Raid: ଭିଜିଲାନ୍ସ ଜାଲରେ ଧରାପଡିଲେ ମୟୁରଭଞ୍ଜର ଲାଞ୍ଚୁଆ ଅଫିସର

Vigilance Raid: ଲାଞ୍ଚ ନେବା ସମୟରେ ଧରାପଡିଲେ ବାରିପଦା ମୟୁରଭଞ୍ଜର ଆସିଷ୍ଟାଣ୍ଟ ଡିରେକ୍ଟର ବିଭୂତି କୁମାର ମଲ୍ଲିକ୍ । ଗ୍ରାମ୍ୟ ଅନୁସନ୍ଧାନ ବିକାଶ ପରିଷଦ ସଦସ୍ୟଙ୍କୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ମାମଲାରେ ଆଜି ବିଭୁତିଙ୍କୁ ଗିରଫ କରିଛି ମୟୁରଭଞ୍ଜ ବରିପଡା ଶାଖା ଭିଜିଲାନ୍ସ।

ସୂଚନା ମୁତାବକ, ବିଭୁତି କୁମାର ମଲ୍ଲିକ ଲାଞ୍ଚ ନେବାର ଅଭିଯୋଗ ପାଇବା ପରେ ଭିଜିଲାନ୍ସର ଏକ ଟିମ ବିଭୁତିଙ୍କ ନିକଟରେ ପହଞ୍ଚିଥିଲା । ମୟୁରଭଞ୍ଜର ୩ଟି ବ୍ଲକ ବିସୋଇ, କୁସୁମି ଏବଂ ବାହାଲଦା ବ୍ଲକରେ ପ୍ରାୟ ୧୫୦୦ ହେକ୍ଟର  ଚାଷ ଜମିରେ ଚାଷ ନିମନ୍ତେ ସେ ଟଙ୍କା ନେଇ କାର୍ଯ୍ୟ କରାଇବାକୁ କହୁଥିଲେ । ଭିଜିଲାନ୍ସ ଦ୍ୱାରା ଗିରଫ ହେବା ସହିତ ବିଭୂତିଙ୍କ ନିକଟରୁ ଉକ୍ତ ଟଙ୍କା ଜବତ କରାଯାଇଛି । ଏଥିସହିତ ଲିଙ୍କ୍ ଥିବା ୩ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ରେଡ୍ କରିଛି ।  ଅଭିଯୋଗ ଆଧାରରେ ବିଭୂତିଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।

Also Read- ଓଡ଼ିଶାର ଏହିସବୁ ଷ୍ଟେସନ୍‌ରେ ଅଟକିବ ଅମୃତ ଭାରତ ସୁପରଫାଷ୍ଟ୍ ଏକ୍ସପ୍ରେସ୍

Also Read- IPS ଅରୁଣ ଷଡ଼ଙ୍ଗୀଙ୍କୁ ଅତିରିକ୍ତ ପୋଲିସ୍‍ ମହାନିର୍ଦ୍ଦେଶକ ଦାୟିତ୍ୱ