Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2257534

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଏପର୍ଯ୍ୟନ୍ତ ଘଟିଯାଇଥିବା ୧୦ଟି ବଡ଼ ଖବର ପଢିନିଅନ୍ତୁ ଚୁଟକିରେ

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: 

1. Amit Shah in Odisha: ସମ୍ବଲପୁର, କେନ୍ଦୁଝର ପରେ ଢେଙ୍କାନାଳରେ ପ୍ରଚାର କରିଛନ୍ତି ଅମିତଶାହ। ଏହାପରେ ନୟାଗଡ଼ ଗସ୍ତ କରିବେ। ଢେଙ୍କାନାଳର ପରଜଙ୍ଗଠାରେ ନିର୍ବାଚନ ସଭା ଆୟୋଜନ କରାଯାଇଛି। ଏଠାରେ ସେ ଉଭୟ ଲୋକସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍‍ ମାଗିବେ। ରାଜ୍ୟ ସରକାରଙ୍କୁ ବ୍ୟାପକ ସମାଲୋଚନା କରିବା ସହ ବିଜେପି ଆସିଲେ ରାଜ୍ୟରେ ବିକାଶ ଇଞ୍ଜିନ୍‍ ଦ୍ରୁତ ଗତିରେ ଚାଲିବ ଏବଂ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଗଣତି ହେବା ସହ ୪ ଦ୍ୱାର ଖୋଲିବ ବୋଲି କହିଛନ୍ତି ଶ୍ରୀ ଶାହ। ନପିର୍ବାଚନ ପ୍ରଚାର ବେଳେ ସେ କଂଗ୍ରେସକୁ ଟାର୍ଗେଟ କରିବା ସହ ପିଓକେକୁ ଦଖଲ କରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି। ସେ କହିଛନ୍ତି କଂଗ୍ରେସ ପାକିସ୍ତାନ କଥା କହୁଛି କିନ୍ତୁ ଆମେ ପାକିସ୍ତାନ ଅଧିକୃତ କଶ୍ମିର ଆମର ବୋଲି କହିଛନ୍ତି ଗୃହମନ୍ତ୍ରୀ ଶ୍ରୀ ଶାହ।

2. Sambit Patra to Go on Fasting: ଶ୍ରୀ ଜଗନ୍ନାଥଙ୍କୁ ମୋଦୀଙ୍କ ଭକ୍ତ ବୋଲି କହି ଅଡ଼ୁଆ ପରିସ୍ଥିତିରେ ପଡ଼ି ସଫେଇ ଓ କ୍ଷମା ମାଗିଛନ୍ତି ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ସେ ଏହି ଭୁଲ୍‍ ପାଇଁ ୩ ଦିନ ଉପବାସ କରିବେ ବୋଲି କହିଛନ୍ତି। କିନ୍ତୁ  ସମ୍ବିତଙ୍କ ଏହି ବୟାନକୁ ନେଇ ରାଜନୀତିକ ଉଷ୍ମତା ଦେଖାଦେଇଛି। ଦେଶର ଦୁଇ ପ୍ରମୁଖ ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଏବଂ ୟୁଏନ୍‍ଆଇକୁ ସାକ୍ଷାତକାର ଦେଇ ବିଜେଡିର ଦ୍ୱିତୀୟ ଷ୍ଟାର୍‍ କ୍ୟାମ୍ପେନର ଭିକେ ପାଣ୍ଡିଆନ୍‍ କହିଛନ୍ତି, ସେମାନେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି କିନ୍ତୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ। ମୁଖ୍ୟମନ୍ତ୍ରୀ ସବୁବେଳେ ଭଗବାନଙ୍କୁ ରାଜନୀତିର ବାହାରେ ରଖିଛନ୍ତି ବୋଲି କହିଛନ୍ତି ଶ୍ରୀ ପାଣ୍ଡିଆନ। 

3. Baijayant Complains Deepfake Video of Naveen: ମୁଖ୍ୟମନ୍ତ୍ରୀଙ୍କ ଭିଡିଓକୁ ଡିପ୍‍ ଫେକ୍‍ ବୋଲି ପୁଣିଥରେ ଅଭିଯୋଗ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ନିଜର ଟ୍ୱିଟର ହ୍ୟାଣ୍ଡଲରେ ସେ ଏହା କହିଛନ୍ତି। ମିଥ୍ୟା ଅଭିଯୋଗ କରିବା ପାଇଁ ଏଆଇ ଦ୍ୱାରା ସୃଷ୍ଟି ଭିଡିଓକୁ ବ୍ୟବହାର କରୁଛନ୍ତି ବୋଲି କହି ପାଣ୍ଡିଆନ୍‍ଙ୍କ ଉପରେ ଆକ୍ଷେପ କରିଛନ୍ତି ବୈଜୟନ୍ତ। ଏପରିକି ମୁଖ୍ୟମନ୍ତ୍ରୀ ଏ ବାବଦରେ ଜାଣିଛନ୍ତି କି ନା ତାହା ସନ୍ଦେହରେ ବୋଲି କହିଛନ୍ତି ବୈଜୟନ୍ତ। ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମ୍ୟାଜିକ୍‍ ଆଉ ନାହିଁ ବୋଲି ସେ କହିଛନ୍ତି। 

4. Low Polling in Odisha: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଅପକ୍ଷାକୃତ କମ୍‍ ମତଦାନ ହୋଇଛି।  ନିର୍ବାଚନ କମିଶନଙ୍କ ସର୍ବଶେଷ ତଥ୍ୟାନୁସାରେ ରାଜ୍ୟରେ ହାରାହାରି ୬୯.୧୯% ଭୋଟିଂ ବା ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ସମୁଦାୟ ୩୫ଟି ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ କରାଯାଇଥିଲ। ସବୁଠାରୁ ଅଧିକ ମତଦାନ ସୋନପୁରଠାରେ ରେକର୍ଡ କରାଯାଇଛି। ଏଠାରେ ହାରାହାରି ୮୧.୨୩% ଭୋଟିଂ ହୋଇଥିବା ବେଳେ ଭଟଲିରେ ୭୯.୨୩%, ଝାରସୁଗୁଡ଼ାରେ ୭୮.୫%, ବୀରମହାରାଜପୁରରେ ୭୮.୩୭%, ପଦମପୁରରେ ୭୫୧.୨%, ବବ୍ରଜରାଜ ନଗରରେ ୭୫.୦୨% ମତଦାନ ହୋଇଛି।

5. Low Pressure to concentrate: ଆସନ୍ତା କାଲି ଲଘୁଚାପ। ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମ ଦିଗରେ ଏହା ସୃଷ୍ଟି ହୋଇ ଉତ୍ତର ପୂର୍ବ ଦିଗ ଆଡ଼କୁ ଗତିକରିବ। ଏହାର ପ୍ରଭାବରେ ୨୩ ତାରିଖ ସକାଳୁ ପବନ ଓ ବର୍ଷା ହୋଇପାରେ।   ୨୫ ତାରିଖ ସକାଳୁ ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ପଡ଼ିବ। ବାଲେଶ୍ୱର ଜିଲ୍ଲାକୁ ଏଥିଲାଗି ପୀତ ସତର୍କତା ଜାରି କରାଯାଇଛି। ୭ରୁ ୧୧ ସେଣ୍ଟିମିଟର ଯାଏ ଏଠାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଅନ୍ୟ ଉପକୂଳ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।  ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଝରରସୁଗୁଡ଼ା, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ର କିଛି ଅଞ୍ଚଳରେ ୨୪ ତାରିଖ ଦିନ ହାଲୁକା ବର୍ଷା ଓ ଘଡ଼ଘଡ଼ି ହୋଇପାରେ।
 
6. Naxal Camp destroyed: ନୂଆପଡ଼ା ଜିଲ୍ଲା କୋମନା ଥାନା ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ୪ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ଜଣାଯାଇଛି। ମାଓ କ୍ୟାମ୍ପରୁ ୪ ଲକ୍ଷ ମୂଲ୍ୟର ୨ ହଜାର ନୋଟ୍ ସହ ଦେଶୀ ବନ୍ଧୁକ ଓ ୪ ଗୁଳି ଜବତ ମଧ୍ୟ ହୋଇଛି। ଗତକାଲି ଶିବନାରାୟଣପୁର ଜଙ୍ଗଲରେ ୨୦ରୁ ୩୦ ନକ୍ସଲ ସଂଗଠିତ ହୋଇଥିବା ଗୋଇନ୍ଦା ସୂତ୍ରରୁ ଖବର ପାଇ ସ୍ବତନ୍ତ୍ର ସୁରକ୍ଷା ବାହିନୀର (ଏସ୍‌ଓଜି) ସର୍ଚ୍ଚ ଅପରେସନରେ କରିଥିଲା।

7. Indigo flight returns before Take-off: ଅଧିକ ଯାତ୍ରୀଙ୍କ ଯୋଗୁ ଇଣ୍ଡିଗୋ ଏକ ବିମାନ ଉଡ଼ାଣ ପୂର୍ବରୁ ଫେରିଛି। ସକାଳ ୭ଟା ୫୦ ମିନିଟ ସମୟରେ ଏହି ବିମାନ ମ୍ବାଇରୁ ବାରଣାସୀ ଯିବାକୁ ସ୍ଥିର ହୋଇଥିଲା। ବିମାନ ଚାଲିବା ଆରମ୍ଭ ପୂର୍ବରୁ କ୍ରିୟୁ ସଦସ୍ୟମାନେ କିଛି ଯାତ୍ରୀଙ୍କୁ ଠିଆ ହୋଇଥିବା ଦେଖିବାକୁ ପାଇଥିଲେ। ସେମାନଙ୍କ ପାଇଁ ସିଟ୍‍ ନଥିଲା। ଏଣୁ ଯାତ୍ରାକୁ ବାତିଲ କରି ବିମାନ ଫେରି ଆସିଥିଲା। 

8. Soumya Ranjan Patnaik demonstrates in Ghasipura: ଘସିପୁରା ବିଧାନସଭା ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସମର୍ଥକଙ୍କ ସହ ଥାନା ଆଗରେ ଧାରଣା ଦେଇଛନ୍ତି। ପୁଲିସ ସେଠାର ବିଧାୟକ ତଥାବ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ଚାପ ଓ ପ୍ରରୋଚନାରେ ସୌମ୍ୟଘଙ୍କ ସମର୍ଥକଙ୍କୁ ଗିରଫ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। 

9. EC instructs restrictions on Ex Judge: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ଦେବା ଅଭିଯୋଗରେ ନିର୍ବାଚନ କମିଶନ ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ଉପରେ କଟକଣା ଜାରି କରିଛନ୍ତି।  ଗଙ୍ଗୋପାଧ୍ୟାୟ ଜଣେ ପୂର୍ବତନ ଜଜ୍‍ ମଧ୍ୟ। ତାଙ୍କୁ ୨୪ ଘଣ୍ଟା ପାଇଁ କୌଣସି ପ୍ରକାର ପ୍ରଚାର ବା ମନ୍ତବ୍ୟ ଦୋବାରୁ କ୍ଷାନ୍ତ କରାଯାଇଛି। 

10. No successors says Modi: ମୋର କେହି ଉତ୍ତରାଧିକାରୀ ନାହାନ୍ତି, ଦେଶର ପ୍ରତିଟି ଜନତା ତାଙ୍କ ଉତ୍ତରାଧିକାରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ବିହାରର ପୂର୍ବ ଚମ୍ପାରନ୍‍ଠାରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ସେ ଏହି ସଭାରେ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରି ତାହା ଦୁର୍ନୀତି, ଭ୍ରଷ୍ଟାଚାର, ସନାତନ ଧର୍ମ ବିରୋଧୀ ଚିନ୍ତାଧାରାରେ ରହିଛି ବୋଲି ଅଭିଯୋଗ କରିଥିଲେ।

Also Read- Shukra Surya Yuti 2024: ଶୁକ୍ର ଏବଂ ସୂର୍ଯ୍ୟଙ୍କ ମିଳନ, ୫ ରାଶିର ବ୍ୟକ୍ତିଙ୍କ ସମସ୍ୟା ହେବ ଦୂର