CRPF DG: କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ୧୯୯୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ତଥା ବିଏସ୍ଏଫ୍ର ସ୍ବତନ୍ତ୍ର ଡିଜି ୱାଇ ବି ଖୁରାନିଆ ଓଡ଼ିଶା ଫେରିବେ। ଗୃହ ମନ୍ତ୍ରଣାଳୟର ଏହି ପ୍ରସ୍ତାବରେ କ୍ୟାବିନେଟ୍ର ନିଯୁକ୍ତି ସଂକ୍ରାନ୍ତୀୟ କମିଟି ମୋହର ମାରିଛି।
Trending Photos
ଭୁବନେଶ୍ଵର: ୧୯୮୯ ବ୍ୟାଚର ଆଇପିଏସ ଅଧିକାରୀ ଅମୃତ ମୋହନ ପ୍ରସାଦ ସିଆରପିଏଫ ଡିଜିପି ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା କ୍ୟାଡରର ଏହି ଆଇପିଏସ ଅଧିକାରୀ ଏବେ ଓଡ଼ିଶାର ଜେଲ୍ ଡିଜି ଭାବେ ନିୟୋଜିତ ଅଛନ୍ତି। ସେ ୨୦୨୫ ଅଗଷ୍ଟ ମାସ ଶେଷ ଯାଏ ସିଆରପିଏଫ ଡିଜି ରହିବେ। ଗୃହମନ୍ତ୍ରାଳୟର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। ଅମ୍ରିତ ମୋହନ ପ୍ରସାଦ ଓଡ଼ିଶାରେ ଜେଲ ଡିଜି ଅଛନ୍ତି। ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ କରିଥିବା ଆବେଦନକୁ ପୂର୍ବରୁ ରାଜ୍ୟ ସରକାର ମଞ୍ଜୁର ଦେଇଥିଲେ।
ଅନ୍ୟପଟେ କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ୧୯୯୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ତଥା ବିଏସ୍ଏଫ୍ର ସ୍ବତନ୍ତ୍ର ଡିଜି ୱାଇ ବି ଖୁରାନିଆ ଓଡ଼ିଶା ଫେରିବେ। ଗୃହ ମନ୍ତ୍ରଣାଳୟର ଏହି ପ୍ରସ୍ତାବରେ କ୍ୟାବିନେଟ୍ର ନିଯୁକ୍ତି ସଂକ୍ରାନ୍ତୀୟ କମିଟି ମୋହର ମାରିଛି। ତେବେ ଶ୍ରୀ ଖୁରାନିଆଙ୍କୁ ଓଡ଼ିଶା ସରକାର କେଉଁ ପଦବିରେ ନିଯୁକ୍ତି ଦେବେ, ସେ ଚିତ୍ର ଅସ୍ପଷ୍ଟ ରହିଛି। ଗୋଟିଏ ମହଲ ମତ ରଖୁଛନ୍ତି ଯେ ରାଜ୍ୟ ସରକାର ତାଙ୍କୁ ପରବର୍ତ୍ତୀ ଡିଜି କରିପାରନ୍ତି। କିନ୍ତୁ କିଛି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଅତ୍ୟନ୍ତ ବିବାଦୀୟ ପରିସ୍ଥିତିରେ ଶ୍ରୀ ଖୁରାନିଆଙ୍କୁ କେନ୍ଦ୍ର ସରକାର ଫେରାଉଥିବାରୁ ଓଡ଼ିଶା ସରକାର ତାଙ୍କୁ ଏଭଳି ଗୋଟିଏ ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ଦେବା ସମ୍ଭାବନା କ୍ଷୀଣ।
ସେପଟେ କେବଳ ଶ୍ରୀ ଖୁରାନିଆ ନୁହଁନ୍ତି, ବିଏସ୍ଏଫ୍ ଡିଜି ନୀତିନ ଅଗ୍ରୱାଲଙ୍କୁ ମଧ୍ୟ କେନ୍ଦ୍ର ସରକାର ତାଙ୍କ ମୂଳ କ୍ୟାଡର୍ କେରଳକୁ ପଠାଇ ଦେଇଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସଂପ୍ରତି ଜମ୍ମୁ ସୀମାରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଣୁ ବିଏସ୍ଏଫ୍ର ଏହି ଦୁଇ ସର୍ବୋଚ୍ଚ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ସେମାନଙ୍କ ଡେପୁଟେସନ୍ ଅବଧି ସରିବା ପୂର୍ବରୁ ନିଜ ନିଜ ମୂଳ କ୍ୟାଡର୍କୁ ଫେରାଇ ଦେଇଛନ୍ତି।