Accident News: ପୋଲରେ ଝୁଲିଲା ଆମ୍ବୁଲାନ୍ସ , ଘଟଣାସ୍ଥଳରୁ ଡ୍ରାଇଭର ଫେରାର
Advertisement

Accident News: ପୋଲରେ ଝୁଲିଲା ଆମ୍ବୁଲାନ୍ସ , ଘଟଣାସ୍ଥଳରୁ ଡ୍ରାଇଭର ଫେରାର

Accident News: ନୀଳଗିରି-ଉଦଳା ୧୯ ନମ୍ବର ରାଜ୍ୟ ରାଜପଥ ପାନବଜାର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରୋଗୀ ଆଣିବାକୁ ଯିବା ବେଳେ ନିର୍ମାଣାଧୀନ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି ୧୦୨ ଜନନୀ ଏକ୍ସପ୍ରେସ । ଆମ୍ବୁଲାନ୍ସ ଡ୍ରାଇଭର ସୁରକ୍ଷିତ ଥିବା ବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ୧୦୨ ଆମ୍ବୁଲାନ୍ସର ଚାଳକ ଫୋନ କଲ୍ ପାଇ ବାଲେଶ୍ବର ଜିଲ୍ଲା ନୀଳଗିରି ଡାକ୍ତରଖାନାରୁ ପୋଡ଼ାଶୋଳ ଅଞ୍ଚଳକୁ ରୋଗୀ ଆଣିବାକୁ ଯାଉଥିଲେ । ଏହି ସମୟରେ ନୀଳଗିରି-ଉଦଳା ୧୯ ନମ୍ବର ରାଜ୍ୟ ରାଜପଥ ପାନବଜାର ଛକ ନିକଟରେ ବ୍ୟାରିକେଡ଼ ଭାଙ୍ଗି କଲଭର୍ଟ ଉପରେ ଚଢିଯାଇଥିଲା ଆମ୍ବୁଲାନ୍ସ । ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଇଛି । ଆମ୍ବୁଲାନ୍ସ ଡ୍ରାଇଭର ସୁରକ୍ଷିତ ଥିବା ବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Also Read-Odisha News: ଏଣିକି ସରକାରୀ କାର୍ଯ୍ୟାଳୟକୁ ଫୋନ କଲେ ଶୁଭିବ ଏହି ଲୋକପ୍ରିୟ ଭଜନ!

Also Read-Odisha News: ସମ୍ବଲପୁର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କଲା କେନ୍ଦ୍ର

ସେପଟେ, ମୟୂରଭଞ୍ଜ ଜାତୀୟ ରାଜପଥ ୧୮ ନିକଟ ସୁବର୍ଣ୍ଣରେଖା କେନାଲକୁ ଖସି ଦୁର୍ଘଟଣାଗସ୍ତ ହୋଇଛି ଟ୍ରକ୍ । ଫଳରେ ଘଟଣାସ୍ଥଳରେ ହିଁ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଛି । ନଦୀରେ ପାଣି ନଥିବାରୁ ପଥରରେ ପିଟି ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ମୃତଦେହକୁ ଉଦ୍ଧାର କରି ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇଛି । ତେବେ ମୃତକ ୨ ଜଣ ଶ୍ରୀକାକୁଲମ ଅଞ୍ଚଳର ବୋଲି ସୂଚନା ମିଳିଛି ।