Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ସୋମବାରରୁ ଶୀତ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଶାସକ ଦଳର ନେତାମାନେ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ଭେଟି ଏକ ବୈଠକ କରିଥିଲେ। ଏହି ବୈଠକ ପରେ ସଂସଦର ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଗଣମାଧ୍ୟମକୁ କହିଛନ୍ତି ଯେ, ସଂସଦର ସୁଗମ କାର୍ଯ୍ୟ ସୁନିଶ୍ଚିତ କରିବାକୁ ସରକାର ସମସ୍ତ ପକ୍ଷଙ୍କୁ ନିବେଦନ କରିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନ ୨୫ ନଭେମ୍ୱର ସୋମବାର ଠାରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ।
Headlines 02- IPL Auction 2025: ଆଜି ସାଉଦି ଆରବରେ ହୋଇଛି ଆଇପିଏଲର ମେଗା ନିଲାମୀ । ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ଏହି ନିଲାମୀ ପ୍ରକ୍ରିୟା ହେବ । ପ୍ରଥମ ଦିନରେ ଆୟାଜକ ଟିମ୍ ମାନେ ନିଜ ପସନ୍ଦର ଖେଳାଳିମାନଙ୍କୁ କିଣୁଛନ୍ତି। ତେବେ ଆଇପିଏଲ୍-୨୦୨୫ ପାଇଁ ନିଲାମରେ ସମୁଦାୟ ୫୭୭ ଖେଳାଳି ଅଛନ୍ତି, ସେମାନଙ୍କ ମଧ୍ୟରୁ ୩୬୭ ଜଣ ଭାରତୀୟ ଏବଂ ୨୧୦ ଜଣ ବିଦେଶୀ ରହିଛନ୍ତି। କ୍ରିକେଟର ଋଷଭ ପନ୍ତଙ୍କୁ ୨୭ କୋଟିରେ କିଣିଛି ଲକ୍ଷ୍ନୌ ଟିମ୍ । ଶ୍ରେୟସ ଆୟରଙ୍କୁ ୨୬ କୋଟି ୭୫ ଲକ୍ଷରେ ପଞ୍ଜାବ କିଙ୍ଗସ, ଅର୍ଶଦୀପ ସିଂଙ୍କୁ ୧୮ କୋଟିରେ କିଣିଛି ପଞ୍ଜାବ କିଙ୍ଗ୍ସ, ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ୧୮ କୋଟିରେ ଦଳରେ ସାମିଲ କଲା ପଞ୍ଜାବ।
Headlines 03- ସୁନ୍ଦରଗଡ ଜିଲ୍ଲା ପାଇଁ ୧୨୦୧ କୋଟି ଟଙ୍କାର ୯୮୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଜିଲାର ବିକାଶ ପାଇଁ ୬୯୨ ଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏଥିପାଇଁ ୮୦୮ କୋଟି ୩୦ ଲକ୍ଷ ୧୫ ହଜାର ଟଙ୍କା ବିନିଯୋଗ କରାଯାଇଛି। ସେହିପରି ଜିଲ୍ଲା ପାଇଁ ୨୮୮ ଟି ପ୍ରକଳ୍ପର ଭିତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ। ଏଥିପାଇଁ ୩୧୨ କୋଟି 3 ଲକ୍ଷ ୧ ହଜାର ଟଙ୍କା ବିନିଯୋଗ ହେବ। ଏହା ସହିତ ମୁଖ୍ୟମନ୍ତ୍ରୀ ୮୧ କୋଟି ଟଙ୍କାର ଆଉ ୪ ଟି ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ।
Headlines 04- ଆଜି ସୁନ୍ଦରଗଡ ଠାରେ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ କରାଯାଇଛି। ଓଡ଼ିଶାର ସର୍ବବୃହତ ମହିଳା ସଶକ୍ତିକରଣ ଯୋଜନା ‘ସୁଭଦ୍ରା’ ଅଧୀନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦ ଲକ୍ଷ ରୁ ଉର୍ଦ୍ଧ୍ଵ ନୂତନ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
Headlines 05- ଧର୍ମଶାଳା ବିଧାୟକ ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠିତ ହୋଇଛି । ୩ଟି ଏତଲା ଉପରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ୍ ଥାନା ଘେରାଉର ତଦନ୍ତ କରାଯିବ । ୨୦ ତାରିଖ ସନ୍ଧ୍ୟାରେ ବିଧାୟକଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା ।
Headlines 06- ଓଡ଼ିଶା ପର୍ବର ତୃତୀୟ ଦିନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉତ୍ସବକୁ ନେଇ ବେଶ୍ ଉତ୍ସାହିତ ଥିଲେ ପ୍ରବାସୀ ଓଡ଼ିଆ । ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବାରୁ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା । ତୃତୀୟ ଦିନରେ ଓଡ଼ିଶାର ୩୫ ଟି ଷ୍ଟାଟ ଅପ୍ ଯୋଗ ଦେଇଛନ୍ତି । ଓଡ଼ିଶା ବାହାରେ ସେମାନଙ୍କ ବେପାର ବାଣିଜ୍ୟ ପାଇଁ ଓଡ଼ିଶା ପର୍ବ ବଡ଼ ସୁଯୋଗ ଦେଇଛି ବୋଲି ସେମାନେ କହିଛନ୍ତି । ଦିଲ୍ଲୀ ଦରବାରରେ ସେମାନଙ୍କୁ ନିଜ ନିଜର ଷ୍ଟାର୍ଟ ଅପ୍ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଆ ସମାଜକୁ ଧନ୍ୟବାଦ ଦେଇଛନ୍ତି ।
Headlines 07- ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ଏହି ବିସ୍ଫୋରଣରେ ଜଣେ ଡିଆର୍ଜି ଯବାନ ଗୁରୁତର ହୋଇଥିବା ଜଣାପଡିଛି। ଆହତ ଯବାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଗୁରୁତର ହୋଇଥିବା ଯବାନ ହେଉଛନ୍ତି ସୁକୁମା ଜିଲ୍ଲା ପୁଲିସର ପଡିଆମ ବିନୋଦ। ସେପଟେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ପରେ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୂଚନାଯୋଗ୍ୟ ଯେ, ଛତିଶଗଡ଼ ସୁକୁମା ଜିଲ୍ଲାର ତୁମାରପାଡ଼ ଓ ରାୟଗୁଡେମ ରାସ୍ତାରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍ ଖଞ୍ଜି ଥିଲେ। ଏହି ରାସ୍ତାରେ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା।
Headlines 08- ଆସନ୍ତାକାଲି ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୫ ଟା ସମୟରୁ ରାତି ୯ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପଇତା ଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ଵାର ବନ୍ଦ ରହିବ। ଦ୍ଵିପହର ଧୂପ ସରିବାପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତାଲାଗି କରିବେ। ପ୍ରାୟ ୪ ଘଣ୍ଟା ଧରି ଏହି ନୀତି ଚାଲିବା ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
Headlines 09- ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ଖୁବ ଦମଦାର ହୋଇଛି । ଖେଳର ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଛନ୍ତି । ନିଜ ଟେଷ୍ଟ କ୍ୟାରିୟରର ୩୦ତମ ଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି ବିରାଟ । ଶେଷଥର ପାଇଁ ୨୦୨୩ରେ ହୋଇଥିବା ଟେଷ୍ଟ କ୍ରିକେଟରେ ବିରାଟ ଶତକ ହାସଲ କରିଥିଲେ । ଅନ୍ୟପଟେ ଅଷ୍ଟ୍ରେଲିଆରେ ଏହା ବିରାଟଙ୍କ ୭ ନମ୍ୱର ଶତକ ହୋଇଥିବା ସମୟରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦ ନମ୍ୱର ଶତକ ।
Headlines 10- ବାଂଲାଦେଶୀ ସେକ୍ସ ରାକେଟ୍ ମାମଲାରେ କଟକରୁ ଦଲାଲ ଦମ୍ପତିଙ୍କୁ ଉଠାଇ ନେଇ ଯୁବତୀଙ୍କ ଅଭିଯୋଗ ଆଧାରରେ ପଚରା ଉଚରା କରୁଛି ପୋଲିସ । ସଦର ଥାନା ଅଞ୍ଚଳର ଦମ୍ପତିଙ୍କୁ ଉଠାଇ ନେଇଛି ମଧୁପାଟଣା ପୋଲିସ । ୧୬ ବର୍ଷୀୟା ଜଣେ ବାଙ୍ଗଲାଦେଶୀ ଝିଅକୁ ଉଦ୍ଧାର କରିଛୁ। ନିଯୁକ୍ତି ଦେବା ଲୋଭରେ ତାଙ୍କୁ ବାଙ୍ଗଲାଦେଶରୁ ଆଣି ଦେହ ବ୍ୟବସାୟରେ ଦଲାଲ ମାନେ ଲଗାଇଥିବା ଅଭିଯୋଗ ହୋଇଛି ବୋଲି କଟକ DCP ଜଗମୋହନ ମିନା କହିଛନ୍ତି ।
Also Read- ସୋମବାର ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
Also Read- Shukra Gochar 2024: ଶୁକ୍ରଙ୍କ ପ୍ରଭାବ, ଡିସେମ୍ୱର ୨ରୁ ୩ଟି ରାଶିର ଫିଟିବ ଭାଗ୍ୟ