Winter Session of Parliament: ଆଜିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ- ୫ ପ୍ରମୁଖ ବିନ୍ଦୁ
Advertisement
Article Detail0/zeeodisha/odisha2529796

Winter Session of Parliament: ଆଜିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ- ୫ ପ୍ରମୁଖ ବିନ୍ଦୁ

Winter Session of Parliament: ଗୃହ କାର୍ଯ୍ୟକୁ ସୁରୁଖୁର କରିବା ଲାଗି ଗତକାଲି ସନ୍ଧ୍ୟାରେ  ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ପରେ ଆଜି ବିରୋଧି ଦଳ ପକ୍ଷରୁ ପୂର୍ବାହ୍ଣ ୧୦ଟାରେ ଏକ ବିରୋଧୀ ଦଳ ବୈଠକ ଡକାଯାଇଛି। 

Winter Session of Parliament: ଆଜିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ- ୫ ପ୍ରମୁଖ ବିନ୍ଦୁ
ନୂଆଦିଲ୍ଲୀ: ଆଜିଠାରୁ ଅଷ୍ଟାଦଶ ଲୋକସଭାର ତୃତୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାସହ ରାଜ୍ୟସଭାରେ ଶୀତକାଳୀନ ଅଧିବେଶନ ମଧ୍ୟ ସମାନ  ସମୟରେ ବସିବାକୁ ଯାଉଛି। ଡିସେମ୍ବର ୨୦ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ଶାସକ ଦଳ ପକ୍ଷରୁ ୧୬ଟି ବିଧେୟକକୁ ଆଣିବା ଲାଗି ସ୍ଥିର କରାଯାଇଛି।  ଅପରପକ୍ଷେ ବିରୋଧି ଦଳ ଅନେକ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ଲାଗି ପ୍ରସ୍ତୁତ ହେଉଛି। ଗୃହ କାର୍ଯ୍ୟକୁ ସୁରୁଖୁର କରିବା ଲାଗି ଗତକାଲି ସନ୍ଧ୍ୟାରେ  ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ପରେ ଆଜି ବିରୋଧି ଦଳ ପକ୍ଷରୁ ପୂର୍ବାହ୍ଣ ୧୦ଟାରେ ଏକ ବିରୋଧୀ ଦଳ ବୈଠକ ଡକାଯାଇଛି। 
 
ଆସନ୍ତୁ ନଜର ପକାଇବା ଏହି ଅଧିବେଶନ ସମ୍ପର୍କରେ ପ୍ରମୁଖ ୧୦ ବିନ୍ଦୁ। 
 
1.ନଭେମ୍ବର ୨୫ ତାରିଖରୁ ଡିସେମ୍ବର ୨୦ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ୧୯ଟି କାର୍ଯ୍ୟକାରୀ ଦିବସ ରହିଛି। ଏଥିରୁ ପରମ୍ପରା ଅନୁସାରେ ପ୍ରତି ଶୁକ୍ରବାରଦିନ ଘରୋଇ ସଦସ୍ୟଙ୍କ ସଂକଳ୍ପକୁ ଆଲୋଚନା କରିବା ପାଇଁ ସୁଯୋଗ ରହିଛି। 
 
2.୨୬ ତାରିଖ ଦିନ ସାରା ଭାରତର ୭୫ତମ ସମ୍ବିଧାନ ଦିବସ ପାଳନ କରିବ। ଏହିଦିନଟିକୁ ସ୍ମରଣୀୟ କରିବା ପାଇଁ  ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ୍‍ ହଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଯେହେତୁ ବିରୋଧି ଦଳ ସମ୍ବିଧାନ ବଞ୍ଚାଅ ଯାତ୍ରା କରୁଛନ୍ତି ଶାସକ ଦଳ ଏହି ଉତ୍ସବ ପାଳନ ଅବସରରେ ସମ୍ବିଧାନକୁ ସମ୍ମାନ ଏବଂ ଗଣତନ୍ତ୍ରର ଯାତ୍ରା ସମ୍ପର୍କରେ ଆଲୋଚନା କରିବେ। 
 
3. ଯେଉଁ ୧୬ ବିଧେୟକ ଏହି ଅଧିବେଶନରେ ଆସିବାକୁ ଯାଉଛି ଏଥିରେ ମୁଖ୍ୟତଃ ମୁସଲମାନ ଓ୍ୱାକଫ (ପ୍ରତ୍ୟାହାର) ବିଧେୟକ, ଭାରତୀୟ ବାୟୁଯାନ ବିଧେୟକ, ବିପର୍ଯ୍ୟୟ ପରିଚାଳନା ( ସଂଶୋଧନ) ବିଧେୟକ, ଗୋଆ ବିଧାନସଭାରେ ଆଦିବାସୀଙ୍କ ପ୍ରତିନିଧିତ୍ୱ ସମ୍ପର୍କିତ ବିଧେୟକ, ସମୁଦ୍ରରେ ସାମଗ୍ରୀ ପରିବହନ ବିଧେୟକ, ରେଳବାଇ ସଂଶୋଧନ ବିଧେୟକ, ବ୍ୟାଙ୍କିଙ୍ଗ୍ ନିୟମ ସଂଶୋଧନ ବିଧେୟକ, ତୈଳକ୍ଷେତ୍ର ( ନିୟନ୍ତ୍ରଣ ଓ ବିକାଶ)  ସଂଶୋଧନ ବିଧେୟକ। 
 
4.କଂଗ୍ରେସ ପକ୍ଷରୁ ଆଦାନୀ ଲାଞ୍ଚ ପ୍ରସଙ୍ଗ, ମଣିପୁର ହିସାଂ ଏବଂ ଓ୍ୱାକଫ୍‍ ଆଇନ ପ୍ରତ୍ୟାହାର ବିଧେୟକକୁ ନେଇ ସରକାରଙ୍କୁ ଘେରିବା ଉଦ୍ୟମ ହେବା ସମ୍ଭାବନା ରହିଛି। ତେବେ ଆଜି କଂଗ୍ରେସ ସଭାପତି ତଥା ରାଜ୍ୟସଭାରେ ନେତା ମଲ୍ଲାକାର୍ଜୁନ ଖରଗେ ଏ ସମ୍ପର୍କରେ ଆଜି ନିଷ୍ପତ୍ତି ନେବେ। କିପରି କଂଗ୍ରେସର ରଣନୀତି ରହିବ ତାହା ସ୍ଥିର କରିବେ। 
 
5.ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଯେ କୌଣସି ପ୍ରସଙ୍ଗ ବାବାଦରେ ଗଠନମୂଳକ ଆଲୋଚନା ଲାଗି ସରକାର ପ୍ରସ୍ତୁତ ବୋଲି କହିଥିଲେ। ସର୍ବଦଳୀୟ ବୈଠକରେ ୪୨ ଦଳରୁ ୩୦ ଦଳ ଯୋଗ ଦେଇଥିଲେ। ସେମାନେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ  ଦାବି କରିଥିଲେ। କିନ୍ତୁ ଭଲ ପ୍ରସଙ୍ଗକୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଆଲୋଚନା ଲାଗି ସରକାର ଚାହାନ୍ତି ବୋଲି କହିଥିଲେ।