Navy Day: ଜୋରସୋରରେ ଚାଲିଛି ନ୍ୟାଭି ଡେ ପ୍ରସ୍ତୁତି, ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Advertisement
Article Detail0/zeeodisha/odisha2529717

Navy Day: ଜୋରସୋରରେ ଚାଲିଛି ନ୍ୟାଭି ଡେ ପ୍ରସ୍ତୁତି, ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Navy Day: ସୁରକ୍ଷା ଦାୟିତ୍ବରେ ୮୦ ପ୍ଲାଟୁନ ଫୋର୍ସ, ୩୦୦ ଅଫିସର ମୁତୟନ ହେବେ। ସିସିଟିଭି ନଜରରେ ରହିବ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର। ସମୁଦ୍ରକୂଳରେ ଯେଭଳି କୌଣସି ଅଘଟଣ ନଘଟେ ସେନେଇ ବିଶେଷ ଦୃଷ୍ଟି ଦିଆଯିବ। ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି। ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ ବି ଖୁରାନିଆଙ୍କ ସୂଚନା।

Navy Day: ଜୋରସୋରରେ ଚାଲିଛି ନ୍ୟାଭି ଡେ ପ୍ରସ୍ତୁତି, ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Navy Day: ନ୍ୟାଭି ଡେ ପ୍ରସ୍ତୁତି ନେଇ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।‌ ଆସନ୍ତା ଡିସେମ୍ବର ୪ ରେ ପୁରୀରେ ନୌସେନା ଦିବସ ପାଳନ ହେବ। ବ୍ଲୁ ଫ୍ଲାଗ ବିଚ୍ ରେ ପାଳନ ହେବ ଏହି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷ ମଧ୍ୟ ଯୋଗଦେବେ। ଭୁବନେଶ୍ଵର ଠାରୁ ପୁରୀ ପର୍ଯ୍ୟନ୍ତ ଏବଂ ପୁରୀ ସହରରେ ଟ୍ରାଫିକ, ପାର୍କିଂ ବ୍ୟବସ୍ଥା ଅନୁଧ୍ୟାନ କରାଯାଇଛି‌। 
 
ସୁରକ୍ଷା ଦାୟିତ୍ବରେ ୮୦ ପ୍ଲାଟୁନ ଫୋର୍ସ, ୩୦୦ ଅଫିସର ମୁତୟନ ହେବେ। ସିସିଟିଭି ନଜରରେ ରହିବ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର। ସମୁଦ୍ରକୂଳରେ ଯେଭଳି କୌଣସି ଅଘଟଣ ନଘଟେ ସେନେଇ ବିଶେଷ ଦୃଷ୍ଟି ଦିଆଯିବ। ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି। ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ ବି ଖୁରାନିଆଙ୍କ ସୂଚନା।