Odisha News: (ନାରାୟଣ ବେହେରା) ଜଗତସିଂହପୁର ଜିଲ୍ଲର ଏରସମା ବ୍ଲକ୍ ଅଞ୍ଚଳରେ ଚାଲିଥିଲା ହରିଣ ମାଂସ ବିକ୍ରି। ଖବର ପାଇ କୁଜଙ୍ଗ ଓ ହାଓ୍ବାଖାନା ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୪୦ କିଲୋ ହରିଣ ମାଂସ ଜବତ କରାଯାଇଛି। ଦୁଇ ଜଣ ହରିଣ ମାଂସ ବ୍ୟବସାୟୀ ଓ ବ୍ୟବହୃତ ମଟରସାଇକେଲ ଜବତ କରାଯାଇଛି। ଗିରଫ ମାଂସ ବ୍ୟବସାୟୀ ରାମ କାମଲା ଓ ଗଣେଶ ମଣ୍ଡଳ ଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ତନ୍ତିପଡା ସାମୁଦ୍ରିକ ଥାନା ଅଞ୍ଚଳର ବୋଲି ବନ ବିଭାଗ ସୂଚନା ଦେଇଛି।
କେନ୍ଦ୍ରାପଡା ଜିଲ୍ଲାରେ ହରିଣ ଶିକାର କରି ଜଗତସିଂହପୁର ଏରସମା ଅଞ୍ଚଳରେ ବିକ୍ରି କରୁଥିବା ଜଣାପଡିଛି। ସେମାନେ ହରିଣ ଶିକାର କରିବା ପରେ ତାକୁ କାଟି ପ୍ୟାକିଂ କରି ଏରସମା ର ଗଡ଼ହରିଶପୁର ଓଲରା ପୋଲ ନିକଟରେ ବିକ୍ରି କରିବା ପାଇଁ ପହଞ୍ଚିଥିଲେ। ଖବର ପାଇ ହାଓ୍ବାଖାନା ବନବିଭାଗ ଓ କୁଜଙ୍ଗ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରିବା ସହିତ ୪୦ କିଲୋ ହରିଣ ମାଂସ ଜବତ କରିଥିଲେ। ଉଭୟଙ୍କୁ ବନବିଭାଗ କୋର୍ଟ ଚାଲାଣ କରିଥିବା ବେଳେ ଜବତ ମାଂସ ଅଧିକ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି।