କେନାଲରେ ପଡିଲା କ୍ରିକେଟ ବଲ୍, ଆଣିବାକୁ ଯାଇ ଭାସିଗଲେ ୩ ସାଙ୍ଗ
Advertisement
Article Detail0/zeeodisha/odisha2479833

କେନାଲରେ ପଡିଲା କ୍ରିକେଟ ବଲ୍, ଆଣିବାକୁ ଯାଇ ଭାସିଗଲେ ୩ ସାଙ୍ଗ

ଆଜି ଅପରାହ୍ଣ ସମୟରେ ଗାଁର କିଛି ପିଲା କେନାଲ ନିକଟରେ କ୍ରିକେଟ ଖେଳୁଥିଲେ । ସେହି ସମୟରେ କ୍ରିକେଟ୍ ବଲଟି କେନାଲରେ ପଡିଯାଇଥିଲା । ତେଣୁ  ଶ୍ରୀୟାଂଶୁ ସାହୁ, ମଦନ ସାହୁ ଓ ସାଇଶଙ୍କର ସାହୁ କେନାଲ ଭିତରେ ପଶି ବଲ ଆଣିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ପାଣି ଅଧିକ ଥିବାରୁ ବଲଟି ଆଣିବା ସମୟରେ ଜଣଙ୍କ ପରେ ଜଣେ କେନାଲର ସ୍ରୋତରେ ଭାସିଯାଇଥିଲେ ।

କେନାଲରେ ପଡିଲା କ୍ରିକେଟ ବଲ୍, ଆଣିବାକୁ ଯାଇ ଭାସିଗଲେ ୩ ସାଙ୍ଗ

ମୟୂରଭଞ୍ଜ: କେନାଲରେ ଭାସିଯାଇ ୩ ନାବାଳକଙ୍କ ମୃତ୍ୟୁ ହୋଇଛି । ଏପରି ଦୁଃଖଦ ଘଟଣାଟି ସାରସକଣା ବ୍ଲକ୍‌ ନୂଆଗାଁରେ ଥିବା ସୁବର୍ଣ୍ଣରେଖା କେନାଲରେ ଘଟିଛି । 

ସୂଚନା ମୁତାବକ, ଆଜି ଅପରାହ୍ଣ ସମୟରେ ଗାଁର କିଛି ପିଲା କେନାଲ ନିକଟରେ କ୍ରିକେଟ ଖେଳୁଥିଲେ । ସେହି ସମୟରେ କ୍ରିକେଟ୍ ବଲଟି କେନାଲରେ ପଡିଯାଇଥିଲା । ତେଣୁ  ଶ୍ରୀୟାଂଶୁ ସାହୁ, ମଦନ ସାହୁ ଓ ସାଇଶଙ୍କର ସାହୁ କେନାଲ ଭିତରେ ପଶି ବଲ ଆଣିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ପାଣି ଅଧିକ ଥିବାରୁ ବଲଟି ଆଣିବା ସମୟରେ ଜଣଙ୍କ ପରେ ଜଣେ କେନାଲର ସ୍ରୋତରେ ଭାସିଯାଇଥିଲେ । ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ କିଛି ଲାଭ ମିଳିନଥିଲା । କିଛି ସମୟ ପରେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୩ ନାବାଳକଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଥାନାରେ ଖବର ପହଞ୍ଚିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Also Read- OAS Results: ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର

Also Read- Mars Transit 2024: କର୍କଟ ରାଶିରେ ମଙ୍ଗଳ ଚଳନ, କାଲିଠୁ ଫିଟିବ ୫ ରାଶିର ଭାଗ୍ୟ