ଟଙ୍କା ଗଣି ଗଣି ଖରାପ ହେଲା ୨ଟି ମେସିନ୍, ୨୨୦କୋଟି ଗଣିବା ପରେ ଆହୁରି ବାକି...
Advertisement

ଟଙ୍କା ଗଣି ଗଣି ଖରାପ ହେଲା ୨ଟି ମେସିନ୍, ୨୨୦କୋଟି ଗଣିବା ପରେ ଆହୁରି ବାକି...

ବଲାଙ୍ଗିର ସୁଦପଡା ଆଇଟି ରେଡ୍ ଖବର ବର୍ତ୍ତମାନ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଟଙ୍କା ଗଣି ଗଣି ଅଧିକାରୀ ହାଲିଆ ହୋଇପଡିଲେଣି । ୨ଟି ମେସିନ୍ ଖରାପ ହୋଇଗଲାଣି । ତଥାପି ସରୁନି ଗଣା...

ଟଙ୍କା ଗଣି ଗଣି ଖରାପ ହେଲା ୨ଟି ମେସିନ୍, ୨୨୦କୋଟି ଗଣିବା ପରେ ଆହୁରି ବାକି...

ବଲାଙ୍ଗିର: ଆୟକର ବିଭାଗ ପକ୍ଷରୁ ସୁଦପଡା ମଦଭାଟିରେ ରେଡ୍ ହେବା ପରଠାରୁ ମୋଟ ସମ୍ପତ୍ତି ତଥ୍ୟ ହାସଲ ପାଇଁ ଚାଲିଛି ଟଙ୍କା ଗଣତି । ୫ ଦିନ ହେବ ଦିନ ରାତି ବସି ଟଙ୍କା ଗଣୁଥିଲେ ମଧ୍ୟ ଆଜି ଯାଏଁ ସରିନି ଟଙ୍କା ଗଣା । ଟଙ୍କା ଗଣୁଥିବା କର୍ମଚାରୀ କହିଛନ୍ତି ଯେ, ଆମ ଜୀବନକାଳ ମଧ୍ୟରେ ଏପରି ଘଟଣା ନା କେବେ ଦେଖିଥିଲୁ ନା କେବେ ଏତେ ଟଙ୍କା ଗଣିଥିଲୁ । ବିଡା ବିଡା ନୋଟ ବର୍ତ୍ତମାନ ଆମକୁ କାଗଜ ପରି ମନେ ହେଉଛି । ବର୍ତ୍ତମାନ ପ୍ରାୟ ୫୦ ଜଣ କର୍ମଚାରୀ ଟଙ୍କା ଗଣତି କାର୍ଯ୍ୟରେ ନିୟୋଜିତ ଅଛନ୍ତି ।  ଅନ୍ୟପଟେ ଟଙ୍କା ଗଣନା କାର୍ଯ୍ୟରେ ୨୫ଟି ମେସିନ (Cash counting machine) ମଧ୍ୟ ବ୍ୟବହାର କରାଯାଇଛି । ତେବେ ସୂଚନା ମିଳିଛି ଯେ, ଟଙ୍କା ଗଣି ଗଣି ଦୁଇଟି ମେସିନ୍ ଖରାପ ହୋଇଯାଇଛି । ବ୍ୟାକଅପରେ ଆହୁରି କିଛି ମେସିନ୍ ରଖିଛନ୍ତି କର୍ତ୍ତୁପକ୍ଷ । 

ସୂଚନା ମୁତାବକ, ବର୍ତ୍ତମାନ ପର୍ଯ୍ୟନ୍ତ ୨୨୦ କୋଟି ଟଙ୍କା ଗଣତି କରାଯାଇସାରିଛି । ଉକ୍ତ ଟଙ୍କା ୧୪୫ଟି ବ୍ୟାଗରେ ରହିଥିଲା । ତେବେ ଟଙ୍କା ଗଣତି କାଯ୍ୟ ସରିନଥିବାବେଳେ ଆହୁରି ୩୧ଟି ଟଙ୍କା ଭର୍ତ୍ତୀ ବ୍ୟାଗ ଗଣିବା ପାଇଁ ବାକି ରହିଛି । ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ ମ୍ୟାନେଜର ଏ ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି । ଆଜି ରବିବାର ଛୁଟି ଦିନ ହୋଇଥିଲେ ମଧ୍ୟ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇ ଟଙ୍କା ଗଣନା କାର୍ଯ୍ୟ ଜାରି ରହିଛି ।

ଅନ୍ୟପଟେ ଆୟକର ବିଭାଗ (Income tax department) ଆଜି ପଞ୍ଚମ ଦିନରେ ମଧ୍ୟ ଚଢାଉ ଜାରି ରଖିଛି । ସୁଦପଡା ଅଞ୍ଚଳରେ ଥିବା ଏକ ମଦ ଭାଟିରେ ଚଢାଉ ହେବା ପରେ ସେଠାରୁ ମଧ୍ୟ ଟଙ୍କା ସମେତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ଜବତ ହୋଇଛି । ଏଥି ସହିତ ମଦ ଭାଟି ମାଲିକଙ୍କୁ ପଚରା ଉଚରା କରାଯାଉଛି ।

Also Read- ଢେଙ୍କାନାଳରେ ଚାଞ୍ଚଲ୍ୟ, ପ୍ରେମିକର ହତ୍ୟା ପଛରେ ନାବାଳିକା ପ୍ରେମିକାର ଦାଦା

Also Read- Elephant attack: କଳାହାଣ୍ଡିରେ ଅଭାବନୀୟ ଘଟଣା, ହାତୀ ଆକ୍ରମଣରେ ରେଞ୍ଜର ମୃତ