D Gukesh: ୧୮ ବର୍ଷ ବୟସରେ ଇତିହାସ ରଚିଲେ ଡି ଗୁକେଶ, ହେଲେ ସର୍ବ କନିଷ୍ଠ ବିଶ୍ୱ ଚେସ ଚାମ୍ପିଅନ
Advertisement
Article Detail0/zeeodisha/odisha2555595

D Gukesh: ୧୮ ବର୍ଷ ବୟସରେ ଇତିହାସ ରଚିଲେ ଡି ଗୁକେଶ, ହେଲେ ସର୍ବ କନିଷ୍ଠ ବିଶ୍ୱ ଚେସ ଚାମ୍ପିଅନ

D Gukesh wins World Chess Championship: ବିଶ୍ୱନାଥ ଆନନ୍ଦଙ୍କ ପରେ ଗୁକେଶ ଭାରତୀୟ ଭାବେ ଏହି ସଫଳତା ହାସଲ କରିପାରିଛନ୍ତି। ବିଶ୍ୱ ଚାମ୍ପିଅନ୍ ହେବା ପରେ ଗୁକେଶ ତାଙ୍କ ଭାବନାକୁ ନିୟନ୍ତ୍ରଣ କରିପାରି ନଥିଲେ ଓ ତାଙ୍କ ଆଖିରୁ ଆନନ୍ଦର ଅଶ୍ରୁ ଝିରିବାକୁ ଲାଗିଥିଲା।

 

D Gukesh becomes youngest World Chess Champion

World Chess Championship 2024: ବିଶ୍ୱ ଚେସ ଚାମ୍ପିଅନସିପରେ ଭାରତ ଇତିହାସ ସୃଷ୍ଟି କରିଛି। ଭାରତୀୟ ଚେସ ଖେଳାଳି ଡି ଗୁକେଶ ବିଶ୍ୱ ଚାମ୍ପିୟନ ହୋଇଛନ୍ତି। ଡି ଗୁକେଶ ଚାଇନାର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ବିଶ୍ୱ ଚାମ୍ପିୟନଶିପ ଟାଇଟଲ ଜିତିଛନ୍ତି। ଭାରତର ଏହି ୧୮ ବର୍ଷୀୟ ଗ୍ରାଣ୍ଡମାଷ୍ଟର ଗୁକେଶ ଚତୁର୍ଦ୍ଦଶ ତଥା ଫାଇନାଲ୍ ମ୍ୟାଚରେ ଚୀନ୍‌ର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ବିଶ୍ୱନାଥ ଆନନ୍ଦଙ୍କ ପରେ ଗୁକେଶ ଭାରତୀୟ ଭାବେ ଏହି ସଫଳତା ହାସଲ କରିପାରିଛନ୍ତି। ବିଶ୍ୱ ଚାମ୍ପିଅନ୍ ହେବା ପରେ ଗୁକେଶ ତାଙ୍କ ଭାବନାକୁ ନିୟନ୍ତ୍ରଣ କରିପାରି ନଥିଲେ ଓ ତାଙ୍କ ଆଖିରୁ ଆନନ୍ଦର ଅଶ୍ରୁ ଝିରିବାକୁ ଲାଗିଥିଲା।

ଏହି ଚାଳିଶ ଦିନର ବିଶ୍ୱ ଚେସ୍ ଟୁର୍ଣ୍ଣାମେଣ୍ଟ ସମୟରେ ଗୁକେଶ ଚମତ୍କାର ଖେଳିଥିଲେ ଏବଂ ଅନେକ ଥର ପଛରେ ପଡ଼ିବା ପରେ ମଧ୍ୟ ଚମତ୍କାର ଭାବରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଶେଷରେ ସେ ୧୪ମ ରାଉଣ୍ଡ ଜିତି ସେ ଇତିହାସ ସୃଷ୍ଟି କରିଛନ୍ତି। ୨୦୨୩ ମସିହାରେ ଚାଇନାର ଲିରେନ୍ ଋଷର ଇଆନ୍ ନେପୋମିଆନାଚ୍ଚି ବିପକ୍ଷରେ ଏକ କଷ୍ଟକର ମ୍ୟାଚ୍ ଜିତି ବିଶ୍ୱ ଚାମ୍ପିଅନ୍ ହୋଇଥିଲେ, କିନ୍ତୁ ଏଥର ଗୁକେଶ ତାଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛନ୍ତି।

ଗୁକେଶଙ୍କ ପୂର୍ବରୁ ଋଷର ଭେଟେରାନ୍ ଗ୍ୟାରି କାସପାରୋଭ ସର୍ବ କନିଷ୍ଠ ବିଶ୍ୱ ଚେସ ଚାମ୍ପିୟନ ହୋଇଥିଲେ। ଯେତେବେଳେ ସେ ୧୯୮୫ ମସିହାରେ ଆନାଟୋଲି କାର୍ପୋଭଙ୍କୁ ପରାସ୍ତ କରି ୨୨ ବର୍ଷ ବୟସରେ ଏହି ଟାଇଟଲ ଜିତିଥିଲେ। ଚଳିତ ବର୍ଷ ଆରମ୍ଭରେ କେଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ଜିତିବା ପରେ ଗୁକେଶ ବିଶ୍ୱ ଟାଇଟଲ ପାଇଁ ସର୍ବ କନିଷ୍ଠ ଚ୍ୟାଲେଞ୍ଜର ଭାବରେ ମ୍ୟାଚରେ ପ୍ରବେଶ କରିଥିଲେ। ଭେଟେରାନ ବିଶ୍ୱନାଥ ଆନନ୍ଦଙ୍କ ପରେ ସେ ଏହି ଟାଇଟଲ ଜିତିଥିବା ଦ୍ୱିତୀୟ ଭାରତୀୟ। ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ଆନନ୍ଦ ଶେଷରେ ୨୦୧୩ ରେ ଏହି ଟାଇଟଲ୍ ଜିତିଥିଲେ।

fallback

ଗତ ବର୍ଷ ଡିସେମ୍ବରରେ ଚେନ୍ନାଇ ଗ୍ରାଣ୍ଡମାଷ୍ଟର୍ ଟୁର୍ଣ୍ଣାମେଣ୍ଟରେ ଜିତି ଗୁକେଶଙ୍କ ବିଶ୍ୱ ଚାମ୍ପିଅନସିପ୍ ଅଭିଜାନ ଆରମ୍ଭ କରିଥିଲେ ଏବଂ ସେ କେଣ୍ଡିଡେଟ୍ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିଲେ। କେଣ୍ଡିଡେଟ୍ ଟୁର୍ଣ୍ଣାମେଣ୍ଟରେ ଆମେରିକାର ଯୋଡି ଫାବିଆନୋ କାରୁଆନା ଏବଂ ହିକାରୁ ନାକାମୁରା ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚିତ ହୋଇଥିଲେ କିନ୍ତୁ ଗୁକେଶ ସମସ୍ତଙ୍କୁ ପରାସ୍ତ କରି କେଣ୍ଡିଡେଟ୍ ଟୁର୍ଣ୍ଣାମେଣ୍ଟ ଜିତିବା ସହ ଚେସ୍ ଜଗତରେ ହଇଚଇ ସୃଷ୍ଟି କରିଥିଲେ ଏବଂ ଆର ପ୍ରଜ୍ଞାନନ୍ଦ ମଧ୍ୟ ଏଥିରେ ସାମିଲ ଥିଲେ।